Posted inଜାତୀୟ

କ୍ଷେତରେ ଧାନ କାଟୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୯।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଛତିଶଗଡର ଚାଷୀଙ୍କୁ ଧାନ ଅମଳ କରିବାରେ ସାହାଯ୍ୟ କରିଛନ୍ତି ଏବଂ କୃଷକମାନଙ୍କ ପାଇଁ ତାଙ୍କ ସରକାର କରିଥିବା କାର୍ଯ୍ୟର ସମ୍ପୂର୍ଣ୍ଣ ତାଲିକା ଉପସ୍ଥାପନ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ପାର୍ଟି ଖୋଲାଖୋଲି ଭାବେ ପୁରୁଣା ପେନ୍ସନ ସ୍କିମ ପ୍ରସଙ୍ଗରେ ଜନସାଧାରଣଙ୍କ ନିକଟରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଥିଲା। ଦୁଇଟି ପ୍ରସଙ୍ଗ ବ୍ୟତୀତ, କଂଗ୍ରେସ ପାର୍ଟି ଯେପରି ଅଗ୍ନିବୀର ଏବଂ ସେନା ଯବାନମାନଙ୍କୁ ଯୋଗାଇ ଦିଆଯାଇଥିବା ସୁବିଧା ସମ୍ବନ୍ଧରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି, ଏହା ସମଗ୍ର ରାଜନୈତିକ ରୋଡ ମ୍ୟାପର କାହାଣୀ କହୁଛି। କଂଗ୍ରେସ ପାର୍ଟି ସହ ଜଡିତ ବରିଷ୍ଠ ନେତାମାନେ କହିଛନ୍ତି ବିଧାନସଭା ନିର୍ବାଚନରେ କଂଗେସ ପାର୍ଟି ଯେଉଁଭଳି ଭାବେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ଗସ୍ତ କରୁଛି ଏସବୁକୁ ଲୋକ ସଭା ନିର୍ବାଚନର ପ୍ରସଙ୍ଗ କରି ଜନତାଙ୍କ ନିକଟରେ ମଜଭୁତ ଗାବେ ଠିଆ ହେବା ଜରରୀ।

କଂଗ୍ରେସ ପାର୍ଟି ସହ ଜଡିତ ନେତାମାନେ କହିଛନ୍ତି ଯେ ଅନେକ ପ୍ରସଙ୍ଗରେ ସେମାନଙ୍କ ଦଳ ଜନସାଧାରଣଙ୍କ ମଧ୍ୟରେ ନିଜର ମତ ପ୍ରକାଶ କରିଛନ୍ତି। ଏଥିରେ ଥିବା ମୁଖ୍ୟ ପ୍ରସଙ୍ଗଗୁଡ଼ିକ ହେଉଛି ପୁରୁଣା ପେନସନ ସ୍କିମ ଲାଗୁ କରିବା କୃଷକମାନଙ୍କୁ ଦିଆଯାଇଥିବା ଏମଏସପି ବୃଦ୍ଧି ଏବଂ ଏହା ବ୍ୟତୀତ ହିମାଚଳ ପ୍ରଦେଶ ଏବଂ କର୍ନାଟକରେ କେଉଁ ପ୍ରସଙ୍ଗ ଆଧାରରେ କଂଗ୍ରେସ କ୍ଷମତାକୁ ଫେରିଛି ଏହିସବୁକୁ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଏହି କ୍ରମରେ ରାହୁଲ ଗାନ୍ଧୀ ଛତିଶଗଡର ଏକ ଗାଁରେ କୃଷକ ଏବଂ ଶ୍ରମିକଙ୍କୁ ଭେଟି ଧାନ ଅମଳ କରିବାରେ ସାହାଯ୍ୟ କରିଥିଲେ ା ସେ କ୍ଷେତରେ ଧାନ କାଟୁଥିବା ଦେଖାଯାଇଛି ଏବଂ ସେମାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି କୃଷକମାନେ ଖୁସି ରହନ୍ତି ତେବେ ଭାରତ ମଧ୍ୟ ସମୃଦ୍ଧ ମାର୍ଗରେ ଆଗକୁ ବଢିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri