ଇଞ୍ଜିନିୟରିଂ କଲେଜରେ ର଼୍ୟାଗିଂ ଅଭିଯୋଗ: ଜୁନିୟର ଛାତ୍ରଙ୍କୁ ଆକ୍ରମଣ କଲେ ସିନିୟର, ୫ ଅଟକ

କେନ୍ଦୁଝର,୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରି କଲେଜ(ଜିସିଇ)ରେ ମାଇନିଂ ଇଞ୍ଜିନିୟରିଂ ବିଭାଗର ଜଣେ ଜୁନିୟର ଛାତ୍ରଙ୍କୁ ଉକ୍ତ ବିଭାଗର ସିନିୟର ଛାତ୍ରମାନେ ଆକ୍ରମଣ କରି ଆହତ କରିଥିବା ନେଇ ଟାଉନ ଥାନା ଅଭିଯୋଗ ହୋଇଛି। ଆହତ ଜୁନିୟର ଛାତ୍ର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ନାମ ବିଶ୍ୱଜିତ୍‌ ବେହେରା ଏବଂ ଦ୍ୱିତୀୟ ବର୍ଷ ମାଇନିଂ ଇଞ୍ଜିନିୟରିଂରେ ପଢୁଛନ୍ତି। ତାଙ୍କ ଘର ଘଟଗାଁ ଥାନା କୋଳିମାଟି ଗ୍ରାମରେ ବୋଲି ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ସିନିୟର ଛାତ୍ର ମୋହିତ ପାତ୍ର, ସାଫଲ୍ୟ ମଲ୍ଲିକ, କୁସୁମ ହାଁସଦା, ଶେଖର ଏବଂ ବାବୁ ଦାସ ମଙ୍ଗଳବାର ବିଳମ୍ବିତ ରାତିରେ କଲେଜ ପରିସରରେ ଥିବା ବଳଦେବଜୀଉ ହଷ୍ଟେଲର ୧୧୨ ନମ୍ବର ରୁମ୍‌ର କବାଟ ଭାଙ୍ଗି ଭିତରେ ପଶି ଲୁହାରଡ୍‌ ଓ ବାଡ଼ିରେ ପିଟାପିଟି କରିଥିଲେ। ସେମାନଙ୍କ ଆକ୍ରମଣରେ ବିଶ୍ୱଜିତ୍‌ ବେହେରା ଗୁରୁତର ହୋଇଥିଲେ। ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। କଲେଜ ଅଧ୍ୟକ୍ଷ ସମେତ ଅନ୍ୟମାନେ ମେଡିକାଲ ଯାଇ ଚିକିତ୍ସା ବ୍ୟବସ୍ଥା କରିଥିଲେ। ଏହି ଘଟଣାକୁ ନେଇ ବିଶ୍ୱଜିତ୍‌ଙ୍କ ବାପା ବିନୟ କୁମାର ବେହେରା ବୁଧବାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟାଉନ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ସେମାନେ ବିଶ୍ୱଜିତ୍‌ଙ୍କଠାରୁ ସୁନା ଚେନ୍‌ ଛଡ଼ାଇ ନେବା ସହ ହାତ ଓ ଗୋଡ଼କୁ ବାଡ଼େଇ ମାଡ଼ ମାରିଥିଲେ। ଫଳରେ ସେ ଅଚେତ ହୋଇଯାଇଥିଲେ। ଅଚେତ୍‌ ଅବସ୍ଥାରେ ତା’ଙ୍କ ସାଙ୍ଗମାନେ ମେଡିକାଲ ନେଇଥିଲେ। ପୂର୍ବରୁ ସେମାନେ ବିଶ୍ୱଜିତ୍‌ଙ୍କୁ ବାରମ୍ବାର ର଼୍ୟାଗିଂ କରି ଆସୁଥିଲେ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ତେବେ କଲେଜ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏଣୁ ମୋ’ ପୁଅ ପ୍ରତି ବିପଦ ଥିବାରୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ ନିକଟରେ ସେ ନିବେଦନ କରିଛନ୍ତି।

ପୂର୍ବରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି ବିଶ୍ୱଜିତ୍‌ଙ୍କ ବାପା କହିଛନ୍ତି। ଏହି କଲେଜରେ ଆଣ୍ଟି ର଼୍ୟାଗିଂ ସେଲ୍‌ ସଠିକ୍‌ ଭାବରେ କାମ କରୁ ନ ଥିବାରୁ ଏଭଳି ଘଟଣା ଘଟୁଛି। ଏ ନେଇ ଜିସିଇ କଲେଜ ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ଷଡ଼ଙ୍ଗୀ କହିଛନ୍ତି, ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଅଭିଯୁକ୍ତ ଛାତ୍ରମାନଙ୍କୁ ଏକ ବର୍ଷ ପାଇଁ ପାଠପଢ଼ାରୁ ନିବୃତ୍ତ କରାଯାଇଛି।

ଅଭିଯୋଗ ହେବା ପରେ ଟାଉନ ଥାନା ପୋଲିସ କେସ୍‌ ନମ୍ବର ୫୧୫/୨୪ରେ ୫ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଅଟକ ରଖି ତଦନ୍ତ କରୁଛି। ଏନେଇ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି, ଆହତ ପିଲାଙ୍କ ବାପାଙ୍କ ଅଭିଯୋଗ କ୍ରମେ ଏକ କେସ୍‌ କରାଯାଇ ଘଟଣାର ତଦନ୍ତ କରାଯାଉଛି। ଅଭିଯୁକ୍ତ ୫ ଛାତ୍ର ଅଟକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପାଇଁ ଟୋକନ୍‌ ତାରିଖରେ ବିଳମ୍ବ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୯ରେ ଖୋଲିଛି ଧାନ ମଣ୍ଡି। ହେଲେ ଏବେଯାଏ ଆରମ୍ଭ ହୋଇପାରିନି ଧାନ...

ନୀଳଗିରିରେ ପଶିଲେ ୫୫ ଟିକିଆ ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି, ୭।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୫୫ ଟିକିଆ ଝାଡଖଣ୍ଡୀ ହାତୀପଲ। ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ...

ଛତିଶଗଡ଼ ଢାଞ୍ଚାରେ ଧାନ କିଣିବାକୁ ଚାଷୀଙ୍କ ଦାବି

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା-ଛତିଶଗଡ ରାଜ୍ୟର ଧାନ ସଂଗ୍ରହ ପ୍ରକ୍ରିୟା ତଥା ବିକ୍ରି ବ୍ୟବସ୍ଥା ମଧ୍ୟରେ ଆକାଶ ପାତାଳ ଫରକ ରହିଛି ବୋଲି ବରଗଡ଼ର ଚାଷୀ ସଙ୍ଗଠନ...

ଅଟକିଛି ଭାରୀଯାନ : ଦାରିଙ୍ଗବାଡି-ବ୍ରହ୍ମପୁର ଯାତାୟତ ଠପ୍‌

ଦାରିଙ୍ଗବାଡି, ୭।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ୧ ବୁଲାଣି ରାସ୍ତାରେ ଗାଡିଟି ବୁଲାଇ...

ଆନୁଷଙ୍ଗିକ ସୁବିଧା ଅଭାବରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଫୁର୍ଲିଝରଣ ଜଳପ୍ରପାତ। ଏଠାକୁ ବର୍ଷତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼...

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର,୭ା୧୨(ଅନୁରାଧା ମହାରଣା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଇଏ) ବୈଠକରେ ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ...

ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ

ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର...

ପୂର୍ବ ସରକାରରେ ଚାକିରିରେ ହେଉଥିଲା ଚଞ୍ଚକତା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୧୨(ଅନିଲ ଦାସ)-ପୂର୍ବ ସରକାର ସମୟରେ ସରକାରୀ ନିଯୁକ୍ତିରେ ଚଞ୍ଚକତା ହେଉଥିଲା। ଏଏସ୍‌ଓ ଚାକିର ୨୫ରୁ ୩୦ ଲକ୍ଷରେ ବିକ୍ରି ହେଉଥିଲା। ଶୁକ୍ରବାର ବିଧାନସଭାରେ ଓଡ଼ିଶା ସାର୍ବଜନୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri