ସତର୍କ କରାଇଲେ ରଘୁରାମ ରାଜନ

ନୂଆଦିଲ୍ଳୀ,୨୪।୭: ସରକାରଙ୍କ କରଜ ବୃଦ୍ଧିକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସତର୍କ କରାଇଛନ୍ତି। ବୁଧବାର ରାଜନ କହିଛନ୍ତି ଯେ, ଆର୍ଥତ୍କ ମାନ୍ଦାବସ୍ଥା ସ୍ଥିତିରେ ନିଜ ପାଖରେ ନଗଦ ରହିବା ଯୋଗୁ ରିଜର୍ଭ ବ୍ୟାଙ୍କ ସରକାରଙ୍କ ଋଣକୁ କ୍ରୟ କରୁଛି। ଏଥିଯୋଗୁ କେନ୍ଦ୍ରୀୟ ବ୍ୟାଙ୍କର ବାଲାନ୍ସ ସିଟ୍‌ ବଢ଼ି ଚାଲିଛି। ମାତ୍ର ଦେଶର ଫାଇନାନ୍ସିଆଲ ସିଷ୍ଟମ ଉପରେ ଏହାର ପ୍ରଭାବ ପଡୁଛି। ଫଳରେ ଚୂଡାନ୍ତ ପନ୍ଥା ଭାବେ ଏହାକୁ ସବୁ ବେଳେ ଆପଣାଇବା ଠିକ୍‌ ହେବ ନାହିଁ। ସେ କହିଛନ୍ତି ଯେ, ଅଭିବୃଦ୍ଧିଶୀଳ ବଜାରଗୁଡ଼ିକରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସରକାରଙ୍କ କରଜ ଭରଣା କରିବା ଲାଗି ପାଣ୍ଠି ଯୋଗାଇ ଦେଇଥାନ୍ତି। ଏଭଳି ସ୍ଥିତିରେ ସେ ମଡର୍ନ ମନିଟାରି ଥିଓରି ସମର୍ଥକଙ୍କ ସହ ଅସହମତି ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ପଦକ୍ଷେପ ସବୁବେଳେ ମାଗଣାରେ ନ ହେବା ଆବଶ୍ୟକ। ଯିଏ ବି ଏଭଳି କରିଥାଏ ପରେ ଏହାର ଭରଣା କରିବାକୁ ପଡିଥାଏ।
ସିଙ୍ଗାପୁର ଡିବିଏସ୍‌ ବ୍ୟାଙ୍କ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେଇ ରାଜନ କହିଛନ୍ତି, ରିଜର୍ଭ ବ୍ୟାଙ୍କ ନିଜର ବାଲାନ୍ସ ସିଟ୍‌କୁ ବିସ୍ତାର କରୁଛି। ଏହାଦ୍ୱାରା ସରକାରଙ୍କ ବୋଝକୁ କେନ୍ଦ୍ରୀୟ ବ୍ୟାଙ୍କ ନିଜ ଉପରକୁ ନେଉଛି। ଏଭଳି କରିବା ଲାଗି ରିଜର୍ଭ ବ୍ୟାଙ୍କ ରିଜର୍ଭ ରେପୋ ଦରରେ ବ୍ୟାଙ୍କଗୁଡିକ ଠାରୁ ଟଙ୍କା ଉଠାଉଛି। ଏହି ଅର୍ଥକୁ ସରକାରଙ୍କୁ ପ୍ରଦାନ କରୁଛି। ବ୍ୟାଙ୍କଗୁଡିକରେ ବର୍ତ୍ତମାନ ନଗଦ ବଢ଼ିଯାଇଛି। କାରଣ ଲୋକମାନେ ନିଜ ଅର୍ଥକୁ କେଉଁଠାରେ ଲଗାଇ ତା’ର ରିସ୍କ ନେବାକୁ ଚାହୁଁ ନାହାନ୍ତି। ନିଜ ଟଙ୍କାକୁ ଲୋକମାନେ ଆକାଉଣ୍ଟରେ ଜମା କରିଦେଉଛନ୍ତି। ଏଭଳି ସ୍ଥିତିରେ ଲୋକମାନେ ଋଣ ମଧ୍ୟ ନେଉନାହାନ୍ତି। ବ୍ୟାଙ୍କଗୁଡିକ ଏହି ଟଙ୍କାକୁ ରିଭର୍ସ ରେପୋ ଦରରେ ରିଜର୍ଭ ବ୍ୟାଙ୍କ ନିକଟରେ ରଖୁଛନ୍ତି। ଏହା ଉପରେ ବ୍ୟାଙ୍କଗୁଡିକୁ ବହୁତ କମ୍‌ ସୁଧ ମିଳୁଛି।
ଅନେକ ଅର୍ଥନୀତିଜ୍ଞ କୁହନ୍ତି, ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଅର୍ଥ ପ୍ରଦାନ କରିବା ଉଚିତ। ଏହାକୁ ସାଧାରଣତଃ ମନିଟାଇଜେଶନ କୁହାଯାଇଥାଏ। ରାଜନ କହିଛନ୍ତି, ଏହି ଧାରାକୁ ନିର୍ଦ୍ଦିଷ୍ଟ ସୀମା ଯାଏ କରିବା ଆବଶ୍ୟକ। ଏହା ଯେଭଳି ଭାବେ ସୀମିତ ଅବଧି ଲାଗି ରହିବ ତାକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ। ଏହାକୁ ଜାରି ରଖିବା ଲାଗି ଲୋକଙ୍କ ମନରେ ଭୟ, ଦରଦାମ ବୃଦ୍ଧି, ଋଣ ପଇଠ କରିବାରେ ସମସ୍ୟା ଭଳି ଅନ୍ୟ କିଛି କ୍ଷେତ୍ରରେ ମନିଟାଇଜେଶନକୁ ରୋକିବାକୁ ପଡେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଲକ୍‌ଡାଉନ ସମ୍ପୂର୍ଣ୍ଣ ଖୋଲିଲେ ଭାରତର କର୍ପୋରେଟ ସେକ୍ଟର କେତେ ପରିମାଣର କ୍ଷତି ସହିଛି ତା’ର ଆକଳନ କରାଯାଇପାରେ। ଏହି ଅସୁବିଧାକୁ ସରକାର ଫାଇନାନ୍ସିଆଲ ସେକ୍ଟରକୁ ସରକାର ସ୍ଥାନାନ୍ତର କରିଦେବେ। ଏଠାରେ ସରକାରଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ, ବ୍ୟାଙ୍କଗୁଡିକ ନିକଟରେ ପୁଞ୍ଜି ରହୁ ଏବଂ ଫାଇନାନ୍ସିଆଲ ସେକ୍ଟର ସମସ୍ୟାରେ ନ ଫସୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?