ସତର୍କ କରାଇଲେ ରଘୁରାମ ରାଜନ

ନୂଆଦିଲ୍ଳୀ,୨୪।୭: ସରକାରଙ୍କ କରଜ ବୃଦ୍ଧିକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସତର୍କ କରାଇଛନ୍ତି। ବୁଧବାର ରାଜନ କହିଛନ୍ତି ଯେ, ଆର୍ଥତ୍କ ମାନ୍ଦାବସ୍ଥା ସ୍ଥିତିରେ ନିଜ ପାଖରେ ନଗଦ ରହିବା ଯୋଗୁ ରିଜର୍ଭ ବ୍ୟାଙ୍କ ସରକାରଙ୍କ ଋଣକୁ କ୍ରୟ କରୁଛି। ଏଥିଯୋଗୁ କେନ୍ଦ୍ରୀୟ ବ୍ୟାଙ୍କର ବାଲାନ୍ସ ସିଟ୍‌ ବଢ଼ି ଚାଲିଛି। ମାତ୍ର ଦେଶର ଫାଇନାନ୍ସିଆଲ ସିଷ୍ଟମ ଉପରେ ଏହାର ପ୍ରଭାବ ପଡୁଛି। ଫଳରେ ଚୂଡାନ୍ତ ପନ୍ଥା ଭାବେ ଏହାକୁ ସବୁ ବେଳେ ଆପଣାଇବା ଠିକ୍‌ ହେବ ନାହିଁ। ସେ କହିଛନ୍ତି ଯେ, ଅଭିବୃଦ୍ଧିଶୀଳ ବଜାରଗୁଡ଼ିକରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସରକାରଙ୍କ କରଜ ଭରଣା କରିବା ଲାଗି ପାଣ୍ଠି ଯୋଗାଇ ଦେଇଥାନ୍ତି। ଏଭଳି ସ୍ଥିତିରେ ସେ ମଡର୍ନ ମନିଟାରି ଥିଓରି ସମର୍ଥକଙ୍କ ସହ ଅସହମତି ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ପଦକ୍ଷେପ ସବୁବେଳେ ମାଗଣାରେ ନ ହେବା ଆବଶ୍ୟକ। ଯିଏ ବି ଏଭଳି କରିଥାଏ ପରେ ଏହାର ଭରଣା କରିବାକୁ ପଡିଥାଏ।
ସିଙ୍ଗାପୁର ଡିବିଏସ୍‌ ବ୍ୟାଙ୍କ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେଇ ରାଜନ କହିଛନ୍ତି, ରିଜର୍ଭ ବ୍ୟାଙ୍କ ନିଜର ବାଲାନ୍ସ ସିଟ୍‌କୁ ବିସ୍ତାର କରୁଛି। ଏହାଦ୍ୱାରା ସରକାରଙ୍କ ବୋଝକୁ କେନ୍ଦ୍ରୀୟ ବ୍ୟାଙ୍କ ନିଜ ଉପରକୁ ନେଉଛି। ଏଭଳି କରିବା ଲାଗି ରିଜର୍ଭ ବ୍ୟାଙ୍କ ରିଜର୍ଭ ରେପୋ ଦରରେ ବ୍ୟାଙ୍କଗୁଡିକ ଠାରୁ ଟଙ୍କା ଉଠାଉଛି। ଏହି ଅର୍ଥକୁ ସରକାରଙ୍କୁ ପ୍ରଦାନ କରୁଛି। ବ୍ୟାଙ୍କଗୁଡିକରେ ବର୍ତ୍ତମାନ ନଗଦ ବଢ଼ିଯାଇଛି। କାରଣ ଲୋକମାନେ ନିଜ ଅର୍ଥକୁ କେଉଁଠାରେ ଲଗାଇ ତା’ର ରିସ୍କ ନେବାକୁ ଚାହୁଁ ନାହାନ୍ତି। ନିଜ ଟଙ୍କାକୁ ଲୋକମାନେ ଆକାଉଣ୍ଟରେ ଜମା କରିଦେଉଛନ୍ତି। ଏଭଳି ସ୍ଥିତିରେ ଲୋକମାନେ ଋଣ ମଧ୍ୟ ନେଉନାହାନ୍ତି। ବ୍ୟାଙ୍କଗୁଡିକ ଏହି ଟଙ୍କାକୁ ରିଭର୍ସ ରେପୋ ଦରରେ ରିଜର୍ଭ ବ୍ୟାଙ୍କ ନିକଟରେ ରଖୁଛନ୍ତି। ଏହା ଉପରେ ବ୍ୟାଙ୍କଗୁଡିକୁ ବହୁତ କମ୍‌ ସୁଧ ମିଳୁଛି।
ଅନେକ ଅର୍ଥନୀତିଜ୍ଞ କୁହନ୍ତି, ଚ୍ୟାଲେଞ୍ଜକୁ ସାମ୍ନା କରିବା ଲାଗି ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଅର୍ଥ ପ୍ରଦାନ କରିବା ଉଚିତ। ଏହାକୁ ସାଧାରଣତଃ ମନିଟାଇଜେଶନ କୁହାଯାଇଥାଏ। ରାଜନ କହିଛନ୍ତି, ଏହି ଧାରାକୁ ନିର୍ଦ୍ଦିଷ୍ଟ ସୀମା ଯାଏ କରିବା ଆବଶ୍ୟକ। ଏହା ଯେଭଳି ଭାବେ ସୀମିତ ଅବଧି ଲାଗି ରହିବ ତାକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ। ଏହାକୁ ଜାରି ରଖିବା ଲାଗି ଲୋକଙ୍କ ମନରେ ଭୟ, ଦରଦାମ ବୃଦ୍ଧି, ଋଣ ପଇଠ କରିବାରେ ସମସ୍ୟା ଭଳି ଅନ୍ୟ କିଛି କ୍ଷେତ୍ରରେ ମନିଟାଇଜେଶନକୁ ରୋକିବାକୁ ପଡେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଲକ୍‌ଡାଉନ ସମ୍ପୂର୍ଣ୍ଣ ଖୋଲିଲେ ଭାରତର କର୍ପୋରେଟ ସେକ୍ଟର କେତେ ପରିମାଣର କ୍ଷତି ସହିଛି ତା’ର ଆକଳନ କରାଯାଇପାରେ। ଏହି ଅସୁବିଧାକୁ ସରକାର ଫାଇନାନ୍ସିଆଲ ସେକ୍ଟରକୁ ସରକାର ସ୍ଥାନାନ୍ତର କରିଦେବେ। ଏଠାରେ ସରକାରଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ, ବ୍ୟାଙ୍କଗୁଡିକ ନିକଟରେ ପୁଞ୍ଜି ରହୁ ଏବଂ ଫାଇନାନ୍ସିଆଲ ସେକ୍ଟର ସମସ୍ୟାରେ ନ ଫସୁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri