ଇସ୍ତଫା ଦେଲେ ରଘୁବର ଦାସ, ରାଜନୀତିକୁ ପୁଣି ଫେରିବେ!

ଭୁବନେଶ୍ୱର,୨୪।୧୨: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ପାଖକୁ ପାଖକୁ ପଠାଇଛନ୍ତି। ତେବେ ରଘୁବରଙ୍କ ଇସ୍ତଫା ପରେ ଓଡ଼ିଶା ରାଜନୀତି ସରଗରମ ହୋଇ ଉଠିଛି। ରଘୁବର ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିବାବେଳେ ହଠାତ୍‌ ସେ ଇସ୍ତଫା ଦେବା ଚର୍ଚ୍ଚାର ଖୋରାକ ଯୋଗାଇଛି। କୁହାଯାଉଛି ସେ ପୁଣି ରାଜନୀତିକୁ ଫେରି ପାରନ୍ତି।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟପାଳ ଭାବେ ଇସ୍ତଫା ଦେବା ପରେ ପୁଣି ଥରେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଛି। ରଘୁବର ଝାଡଖଣ୍ଡ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଅଟନ୍ତି। ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏଥିସହ ରଘୁବର ଦାସ ପାଞ୍ଚଥର ଜାମସେଦପୁର ପୂର୍ବର ବିଧାୟକ ହୋଇଛନ୍ତି। ଚଳିତ ଝାଡଖଣ୍ଡ ନିର୍ବାଚନରେ ସେ ପୁଣି ଝାଡଖଣ୍ଡ ନିର୍ବାଚନକୁ ଫେରିବା ନେଇ ଚର୍ଚ୍ଚାରେ ରହିଥିଲେ। ନିର୍ବାଚନ ପୂର୍ବରୁ ବହୁ ବରିଷ୍ଠ ନେତାଙ୍କ ସହ ତାଙ୍କ ସାକ୍ଷାତକାର ଚର୍ଚ୍ଚାକୁ ଖୋରାକ ଯୋଗାଇତିଲା। ଶେଷରେ ତାଙ୍କ ବୋହୂଙ୍କୁ ଟିକେଟ୍‌ ମିଳିଥିଲା।

ଝାଡଖଣ୍ଡର ଆଞ୍ଚଳିକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସେ ଝାଡଖଣ୍ଡର ଜଣେ ତୁଙ୍ଗ ଭାଜପା ନେତା ଥିଲେ। ତେଣୁ ସେ ରାଜ୍ୟପାଳ ପଦରେ ସନ୍ତୁଷ୍ଟି ନ ଥିଲେ। ଗତ ଝାଡଖଣ୍ଡ ନିର୍ବାଚନ ସମୟରେ ସେ ପୁଣି ରାଜନୀତିକୁ ଫେରିଯିବା ନେଇ ମନ ବଳାଥିଲେ। ତେବେ ରଘୁବରଙ୍କ ଜଣେ ସହଯୋଗୀ କହିଛନ୍ତି, ସେ ରାଜଭବନ ଛାଡି ପୁଣି ସକ୍ରିୟ ରାଜନୀତିକୁ ଫେରିବାକୁ ଇଛା ପ୍ରକାଶ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ କି ଭାଜପାର ଶୀର୍ଷ ନେତୃତ୍ୱ ତାଙ୍କ ପାଇଁ କେଉଁ ନିଷ୍ପତ୍ତି ନେବେ। ଏପରି ମଧ୍ୟ କୁହାଯଉଛି କି, ରଘୁବରଙ୍କୁ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତି କରାଯାପାରେ। ଅନ୍ୟପଟେ ଏପରି ମଧ୍ୟ ଚର୍ଚ୍ଚା ହେଉଛି କି ସେ ପୁଣି ଝାଡଖଣ୍ଡ ରାଜନୀତିକୁ ଫେରିପାରନ୍ତି।

୨୦୧୯ ଝାଡଖଣ୍ଡ ବିଧାନସଭା ର୍ନିବାଚନରେ ଭାଜପାର ପରାଜୟ ପରେ ରଘୁବର ଦାସ ୧୮ ଅକ୍ଟୋବର ୨୦୨୩ରେ ଓଡିଶାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଏହି ପରାଜୟ ମୁଖ୍ୟତ ଆଦିବାସୀ ଭୋଟରଙ୍କ ମଧ୍ୟରେ ଅସନ୍ତୋଷର କାରଣ ବୋଲି କୁହାଯାଏ। CNT / SPT ଆକ୍ଟରେ ସଂଶୋଧନ ଯୋଗୁ ସେ ଝାଡଖଣ୍ଡରେ କ୍ଷମତାରୁ ଯିବାର ମୁଖ୍ୟ କାରଣ ବୋଲି କୁହାଯାଏ।

କହିରଖୁଛୁ କି, ପୂର୍ବ ରାଜ୍ୟପାଳ ରଘୁବର ଦାସ ଓଡ଼ିଶାରେ ଅଧିକ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ତାଙ୍କ ପୁଅ ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିଲେ। ସେତେବେଳେ ଏହି ଘଟଣା ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଥିଲା। ଏହି ଘଟଣାକୁ ନେଇ ଉଭୟ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ହୋଇଥାଏପାରେ ଏହି ଘଟଣା ଯୋଗୁ ଭାଜପା ତାଙ୍କୁ ରାଜ୍ୟପାଳ ପଦରୁ ହଟାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri