କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି ଆସୁଛନ୍ତି। ଦୀର୍ଘ ୮ ବର୍ଷ ହେଲା ଗୋଡ଼ହାତ ଚାଲୁ ନ ଥିବାରୁ କୌଣସି କାମଧନ୍ଧା କରି ନ ପାରି ଖଟରେ ବସି ରହୁଛନ୍ତି ରାଘବ। ତାଙ୍କ ସ୍ତ୍ରୀ ଓ ଚାରି ଜଣ ଝିଅ ଅଛନ୍ତି।
୨୦୧୫ରେ ବଡ ଝିଅକୁ ବିବାହ କରଥିବା ବେଳେ ତିନି ଜଣ ମଧ୍ୟରୁ ଦୁଇ ଜଣ ମୁକ ଆଉ ଜଣେ ସକ୍ଷମ। ୪ ଜଣଙ୍କୁ ପୋଷିବା ଜଣେ ଝିଅ ପାଇଁ ଭାରି କଷ୍ଟକର। ସାମାନ୍ୟ ବର୍ଷା ହେଲେ ଘରେ ପାଣି ପଶୁଥିବା ବେଳେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି।
ଅନ୍ୟପକ୍ଷେ ଦୁଇ ଝିଅଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ମଧ୍ୟ ନାହିଁ। କୌଣସି ସହାୟତା ମିଳୁ ନାହିଁ। ରାଶନ ଚାଉଳ ମିଳୁଥିବାରୁ ସେଥିରେ କଷ୍ଟରେ ଚଳିଯାଉଛନ୍ତି ପରିବାର । ଏ ନେଇ କସୃପଡା ପଞ୍ଚାୟତ ପିଇଓ ପ୍ରେମଚାନ୍ଦ ରଣାଙ୍କୁ ପଚାରିବାରୁ ମୁଁ ଓ ସରପଞ୍ଚ ଅରୁଣ ନାଏକ ରାଘବଙ୍କ ଘରକୁ ପରିଦର୍ଶନରେ ଯାଇଥିଲୁ,ରାଘବଙ୍କ ଦୁଇ ଝିଅଙ୍କ ଦିବ୍ୟଙ୍ଗ ପ୍ରମାଣପତ୍ର ଭବାନୀପାଟଣା ଯାଇ ଆଣିବାକୁ କୁହାଯାଇଛି। ବୋଲି ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ରାଘବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ଦିଆଯିବ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily