ରାଧାକୃଷ୍ଣଙ୍କୁ ଲାଗିହେଲା ୮୫୧ ପ୍ରକାର ବ୍ୟଞ୍ଜନ

ପୁରୀ,୧୩ା୧୨(ଅଜିତ୍‌ କୁମାର ମହାନ୍ତି):ମାର୍ଗଶିର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ବୈଷ୍ଣବ ସମ୍ପ୍ରଦାୟରେ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ) ପରିସରରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ଶ୍ରୀରାଧାକୃଷ୍ଣଙ୍କ ନିକଟରେ ୮୫୧ ପ୍ରକାର ବ୍ୟଞ୍ଜନ ନୈବେଦ୍ୟ ଅର୍ପଣ କରାଯାଇଥିଲା। ମଠ ମହନ୍ତ ସୁବଳ ଚରଣ ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ ବହୁ ଶ୍ରଦ୍ଧାଳୁ ଉତ୍ସବରେ ଯୋଗଦେଇଥିଲେ। ଦାସମହାରାଜଙ୍କ କହିବା ଅନୁଯାୟୀ, ୨୦୧୭ରେ ୬୧୧, ୨୦୧୮ରେ ୬୩୫ ଓ ୨୦୧୯ରେ ୬୭୫, ୨୦୨୦ରେ ମହାମାରୀ କରୋନା କଟକଣା ମଧ୍ୟରେ ୧୫୧ ପ୍ରକାର, ୨୦୨୨ରେ ୭୦୧ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ୮୫୧ ପ୍ରକାର ବ୍ୟଞ୍ଜନ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ପ୍ରକାରର ଅନ୍ନ, ଡାଲି, ତରକାରୀ, ୫୦ ପ୍ରକାରର ଭଜା, ୨୫ ପ୍ରକାରର ଶାଗ, ୨୩୩ ପ୍ରକାର ଚଟଣୀ, ବିଭିନ୍ନ ପ୍ରକାର ଖିରୀ, ମିଠା , କଚୋଡ଼ି ପ୍ରସ୍ତୁତ କରାଯାଇଥିଲା। ପୂର୍ବରାତି ୧୨ଟା ପରେ ସମସ୍ତ ବ୍ୟଞ୍ଜନ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରସ୍ତୁତିରେ ପୁରୀ, ପଶ୍ଚିମବଙ୍ଗ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ସହଯୋଗ କରିଥିଲେ। ଦ୍ୱାଦଶୀ ବ୍ୟଞ୍ଜନକୁ ନେଇ ଜନଶ୍ରୁତି ରହିଛି। ଦ୍ୱାପର ଯୁଗରେ ମାଆ ଯଶୋଦା ତାଙ୍କୁ ପୁଅ କୃଷ୍ଣଙ୍କ ଦେହ ଝଡ଼ିଯାଇଥିବାରୁ ନିଜେ ନାନାଦି ପ୍ରକାର ପୁଷ୍ଟିକର ବ୍ୟଞ୍ଜନ ପ୍ରସ୍ତୁତ କରି ଏହି ପବିତ୍ର ତିଥିରେ ତାଙ୍କୁ ପରଷି ଦେଇଥିଲେ। ସେହିପରି ଚୈତନ୍ୟ ମହାପ୍ରଭୁ ବାଲ୍ୟକାଳରେ ତାଙ୍କ ମା’ ସଚ୍ଚିଦେବୀ ଏହିଦିନ ବହୁବିଧ ବ୍ୟଞ୍ଜନ ଖୁଆଇଥିବାର କଥା ରହିଛି। ଜନଶ୍ରୁତିକୁ ଆଧାର କରି ଗୌଡ଼ୀୟ ବୈଷ୍ଣବ ଏହି ଦିନ ଅତି ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରିଥାନ୍ତି। ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ପ୍ରସାଦ ସେବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri