Posted inଖେଳ

ଡେବ୍ୟୁ ବିଶ୍ୱକପ୍‌ରେ ମହାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ରାଚିନ, ହୃଦୟ ଜିତିଲା…

ନୂଆଦିଲ୍ଲୀ,୧୦।୧୧: ବିଶ୍ୱକପ୍‌ ୨୦୨୩ରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ରାଚିନ ରବିନ୍ଦ୍ର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୫ରୁ କମ୍‌ ବୟସରେ ସଚିନ ୧୯୯୬ ବିଶ୍ୱକପ୍‌ରେ ୫୨୩ ରନ୍‌ କରିଥିଲେ। ରାଚିନ ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ସ୍କୋର କରି ଏହି ମାମଲାରେ ସଚିନଙ୍କୁ ପଛରେ ପକାଇଛନ୍ତି। ତେବେ ଏଭଳି ଉପଲବ୍ଧି ପରେ ରାଚିନଙ୍କ ତୁଳନା ସଚିନଙ୍କ ସହ କରାଯାଇଥିଲା। ଏଥିରେ ସେ ମଜାଦାର ଜବାବ ଦେଇଥିଲେ। ସଚିନ ହେଉଛନ୍ତି କ୍ରିକେଟର ଭଗବାନ। କେହି ତାଙ୍କ ଉପଲବ୍ଧିର ପାଖ ଯାଏ ଯାଇପାରିବେ ନାହିଁ ବୋଲି ରାଚିନ କହିଥିଲେ।

କହିରଖୁଛୁ, ରାଚିନଙ୍କ ବାପା ସଚିନ ଏବଂ ରାହୁଲ ଦ୍ରାବିଡଙ୍କ ବଡ଼ ପ୍ରଶଂସକ ଥିଲେ। ଏହି କାରଣରୁ ସେ ଏହି ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କ ନାମକୁ ମିଶାଇ ନିଜ ପୁଅର ନାମ ରଖିଥିଲେ। ରାଚିନ ମଧ୍ୟ ତାଙ୍କ ନାମର ଯଥାର୍ଥତା ପ୍ରମାଣ କରିଛନ୍ତି। ତାଙ୍କ ବ୍ୟାଟିଂରେ ଉଭୟ ବ୍ୟାଟ୍ସମ୍ୟାନଙ୍କ ଝଲକ ମଧ୍ୟ ଦୃଶ୍ୟମାନ ହେଉଛି। ବିଶ୍ୱକପ ୨୦୨୩ ହେଉଛି ରାଚିନଙ୍କ ଡେବ୍ୟୁ ବିଶ୍ୱକପ୍‌। ଏହି ଟୁର୍ନାମେଣ୍ଟରେ ସେ ମଧ୍ୟ ୩ ଶତକ ହାସଲ କରିଛନ୍ତି। ସେ ଏହି ବିଶ୍ୱକପରେ ନ୍ୟୁଜିଲାଣ୍ଡ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ମୁଁ ଚାହୁଁଛି ଫାଇନାଲରେ ଭାରତ ହାରିଯାଉ” ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୮।୩: ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନ, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି, ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ୱରୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଇରାନ ଯୁଦ୍ଧକୁ ନେଇ ଭାରତର ବଡ଼ ନଷ୍ପତ୍ତି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୮।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀକୁ ନେଇ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri