ରାଚେଲ୍‌ଙ୍କୁ ଦ୍ୱାଦଶ କିସ୍‌ ହ୍ୟୁମାନିଟାରିଆନ ସମ୍ମାନ

ଭୁବନେଶ୍ୱର ,୧।୧୦: କେନିଆର ବିଶିଷ୍ଟ ସାମାଜକ କର୍ମୀ ତଥା ଫାର୍ଷ୍ଟ ଲେଡି ରାଚେଲ୍‌ ରୁଟୋଙ୍କୁ ଦ୍ୱାଦଶ କିସ୍‌ ହ୍ୟୁମାନିଟାରିଆନ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି। ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଚେଲଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରିଥିଲେ। ବିଶେଷକରି ଗ୍ରାମାଞ୍ଚଳ ମହିଳାଙ୍କୁ ଅର୍ଥନୈତିକ ଭାବେ ସଶକ୍ତ କରିବା ସହ ସେମାନଙ୍କ ଉତ୍‌ଥାନ ପାଇଁ ରାଚେଲ କାର୍ଯ୍ୟ କରିବା ସହ ପରିବେଶ ଓ ଜଳବାୟୁ ଉପରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ କିସ୍‌ ପକ୍ଷରୁ ରାଚେଲଙ୍କୁ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଚେଲ କହିଥିଲେ, କିଟ୍‌ ଓ କିସ୍‌ର ସର୍ବୋଚ୍ଚ ସମ୍ମାନ କିସ୍‌ ହ୍ୟୁମାନିଟାରିଆନ ଆଓ୍ବାର୍ଡ’ ଗ୍ରହଣ କରିବା ପାଇଁ ମୁଁ ବହୁ ଦୂରରୁ ଓଡ଼ିଶା ଆସିଛି। ଏପରିକି ମୁଁ କରିଥିବା କାର୍ଯ୍ୟକୁ ଏଠାରେ ସ୍ବୀକୃତି ମିଳିଥିବାରୁ ସମ୍ମାନ ଚୟନ କମିଟି, କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ପ୍ରତିଷ୍ଠାନର ସମସ୍ତ କର୍ମଚାରୀଙ୍କୁ ମୁଁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହି ସମ୍ମାନ କେବଳ ଯେ ମୋ ପ୍ରୟାସକୁ ସ୍ବୀକୃତି ତା’ ନୁହେଁ ଏହା କେନିଆବାସୀ, ବିଶେଷକରି କେନିଆର ମହିଳାମାନଙ୍କ ସହନଶୀଳତା ଓ ସାହସର ସ୍ବୀକୃତି ବୋଲି ସେ ମତପ୍ରକାଶ କରିଥିଲେ। ଅପରପକ୍ଷରେ ସମ୍ମାନ ଉତ୍ସବର ମୁଖ୍ୟ ଅତିଥି ରାଜ୍ୟପାଳ କହିଥିଲେ, ଏହି ସମ୍ମାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଉକ୍ତ ସମ୍ମାନ ହେଉଛି ଏକ ସାଧାରଣ ଆତ୍ମା ଏକ ବିଶୁଦ୍ଧ ଆତ୍ମାକୁ ଭଲପାଇବାର ନିଦର୍ଶନ। ମାନବ କୈନ୍ଦ୍ରିକ ବିଶ୍ୱକୁ ମାନବିକତାର ସ୍ଥାନରେ ପରିଣତ କରିବାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ଏହି ସମ୍ମାନ ଉତ୍ସର୍ଗୀକୃତ। ଏହି ସମ୍ମାନ ହେଉଛି ମାନବବାଦର ଶ୍ରେଷ୍ଠ ସ୍ବୀକୃତି । ସେହିଭଳି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ବାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ, ଆମେ ଦୁଇଟି ଭିନ୍ନ ଦେଶର ଲୋକ ହୋଇଥିଲେ ମଧ୍ୟ ଆମର କାର୍ଯ୍ୟ ଆମ ଦୁହଁଙ୍କୁ ଏକାଠି କରିପାରିଛି।

ଉକ୍ତ କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ସଭାପତି ଶାଶ୍ୱତୀ ବଳ, କିସ୍‌ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍‌. ତ୍ରିପାଠୀଙ୍କ ସମେତ ଭାରତରେ ଅବସ୍ଥାପିତ କେନିଆ ଉଚ୍ଚାୟୁକ୍ତ ଉଇଲି କେ ବେଟ୍‌, କିଟ୍‌ ଓ କିସ୍‌ ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର୍‌. ଏନ୍‌. ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କିସ୍‌ ହ୍ୟୁମାନିଟାରିଆନ ସମ୍ମାନ ଏକ ବିଶ୍ବ ପ୍ରସିଦ୍ଧ ସମ୍ମାନ ଭାବେ ଗ୍ରହଣୀୟ ହୋଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ୨୦୦୮ରୁ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri