ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ ଗେଟ ଖୋଲିଦେଇ ପାଣି ଖାଲି କରି ଦେଇଛି। ଫଳରେ ଏହି ଡ୍ୟାମ ଉପରେ ନିର୍ଭର କରି ରବି ଧାନ ଚାଷ କରିଥିବା ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଘୁଙ୍ଗିନାଳ ଉପରେ ୧୯୭୨ମସିହାରେ ନିର୍ମାଣ ହୋଇଥିବା ଏହି ଡ୍ୟାମରୁ ଏକ କେନାଲ କରାଯାଇ ଏହାର ପାଣି ଘଣ୍ଟପାଲି, ବଙ୍କିଆ, ସୀତାପୁର, ଚୌକା, ମୁର୍ଷୁଣ୍ଢି ଆଦି ଗ୍ରାମର ଚାଷ ଜମିକୁ ଜଳ ସେଚନ କରାଯାଉଛି। ଏହା ସହିତ ଏହି ଡ୍ୟାମରୁ ଉଠା ଜଳ ସେଚନ ମାଧ୍ୟମରେ ୧୪ଟି ମୋଟର ଲଗାଇ ଲୁତୁରପଙ୍କ ଗ୍ରାମର ଚାଷ ଜମିରେ ଜଳସେଚନ କରାଯାଉଛି। ସବୁ ବର୍ଷ ପରି ଚଳିତ ରବିଋତୁରେ ମଧ୍ୟ ଲୁତୁରପଙ୍କ ଗ୍ରାମର ଚାଷୀମାନେ ଏହି ଡ୍ୟାମରୁ ଉଠାଜଳସେଚନ ମାଧ୍ୟମରେ ଧାନ ଚାଷ କରିବା ପାଇଁ ପ୍ରସ୍ତୁତି ହୋଇ ଚାଷ କରିଛନ୍ତି। ଏବେ ଧାନ ରୁଆ ସରିଲାଣି। ପାଣି ଛାଡି ଦେବା ପରେ ଏବେ ଡ୍ୟାମ ପୁରା ଶୁଖିଲା ପଡ଼ିଛି। ସକାଳୁ ଏହା ଦେଖିଲା ପରେ ଲୁତୁରପଙ୍କ ଗ୍ରାମର ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣି ନ ଥିବା ଅଭିଯୋଗ ହୋଇଛି। ଚଳିତ ରବିରେ ଲୁତୁରପଙ୍କ, ବାବୁପାଲି ଓ କଲନିପଡଡ଼ାର ପ୍ରାୟ ୩୨ଜଣ ଚାଷୀ ପ୍ରାୟ ଶହେ ଏକରରୁ ଅଧିକ ଜମିରେ ଧାନ ଚାଷ କରିଛନ୍ତି। ଏବେ ଡ୍ୟାମରେ ପାଣି ନ ଥିବାରୁ ଆଗକୁ ଚାଷ ନିଶ୍ଚୟ ବାଧାପ୍ରାପ୍ତ ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ଏମ୍‌ଆଇପି ଏସ୍‌ଡିଓ ସନ୍ତୋଷ ଦାସଙ୍କୁ ପଚାରିବାରୁ ତଳମୁଣ୍ଡରେ ଥିବା କେତେକ ଚେକ୍‌ଡ୍ୟାମକୁ ପାଣି ଦେବା ସହିତ ଡ୍ୟାମ ମରାମତି ପାଇଁ ଆମେ ଅଧଘଣ୍ଟା ପାଇଁ ପାଣି ଛାଡ଼ିବା ପାଇଁ କହିଥିଲୁ। ମାତ୍ର ଯେଉଁ କର୍ମଚାରୀ ପାଣି ଛାଡ଼ିବା ପାଇଁ ଯାଇଥିଲେ ସେ ଧାର୍ଯ୍ୟ ସମୟ ପରେ ଗେଟ ବନ୍ଦ କରି ନ ଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ସ୍ବାମୀଙ୍କୁ ୨ ସ୍ତ୍ରୀ: ପଞ୍ଚାୟତ ନେଲା ବଡ଼ ନିଷ୍ପତ୍ତି, ଜଣଙ୍କ ସହ ୩ ଦିନ, ଅନ୍ୟ ଜଣଙ୍କ ସହ ୩ ଦିନ, ଆଉ ରବିବାରରେ…

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ପଞ୍ଚାୟତ ଏପରି ନିଷ୍ପତ୍ତି ଜାରି କରିଛି ଯାହା...

‘ମୁଁ ବିବାହିତ’…ଗର୍ଲଫ୍ରେଣ୍ଡଙ୍କୁ ନେଇ ଏମିତି କହିଲେ ଆମିର ଖାନ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ସେ ନିକଟରେ ତାଙ୍କ ପ୍ରେମିକା ଗୌରୀ...

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜ୍‌ ନିକଟରେ କଣ୍ଟେନର-ଟ୍ରକ୍‌ ମୁହାଁମୁହିଁ ହେବାରୁ…

ଗଞ୍ଜାମ,୨୨ା୧(ଅନାଥ ତରାଇ): ଗଞ୍ଜାମସ୍ଥିତ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଓଭରବ୍ରିଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ବିଲମ୍ବିତ ରାତିରେ ଏକ ଭୟଙ୍କର ସଡ଼କ...

ମଝି ଆକାଶରେ ଯାତ୍ରୀଙ୍କୁ ଆସିଲା ହାର୍ଟଆଟାକ୍‌, ଆଉ ତା’ପରେ…

ନୂଆଦିଲ୍ଲୀ,୨୨।୧: ନାଗପୁର ବିମାନବନ୍ଦରରେ ଉଡ଼ାଣ ସମୟରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ଗାଜିଆବାଦରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ...

ବଡ଼ ରେକର୍ଡ କଲେ ରିଙ୍କୁ ସିଂ: ଧୋନୀଙ୍କ ସହ ସମକକ୍ଷ

ନାଗପୁର,୨୨।୧: ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଧମାକାଦାର ଭାବରେ ଆରମ୍ଭ କରି ପ୍ରଥମ ମ୍ୟାଚକୁ ୪୮ ରନରେ ଜିତିଛି।...

IND vs NZ 1st T20I: ମ୍ୟାଚ ପରେ ଗମ୍ଭୀର ଦେଲେ ଏମିତି ବୟାନ, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୧: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଆଜିକାଲି ନିରନ୍ତର ଖବରର ଶିରୋନାମାରେ ଅଛନ୍ତି। କାରଣ ହେଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ପରିବେଶରେ ପ୍ରଥମ...

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ, ନିର୍ବାଚନ କମିଶନ ପ୍ରସ୍ତାବ…

ଭୁବନେଶ୍ବର,୨୨।୧:  ରାଜ୍ୟ ସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦେଶର ୧୦  ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ...

ପ୍ଲାଷ୍ଟିକ ନେଉଛି ଜୀବନ, ବିପଦରେ ପ୍ରାଣୀସମ୍ପଦ

ଦାରିଙ୍ଗବାଡି,୨୨।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ କୁଢ଼ କୁଢ଼ ପ୍ଲାଷ୍ଟିକ, ଥର୍ମାକୋଲ ଥାଳି, ପଲିଥିନ ଏବେ ପ୍ରାଣୀସମ୍ପଦ ପାଇଁ ବିପଦ ସାଜିଛନ୍ତି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri