Posted inଜାତୀୟ

ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଆର.ଜି. କର ପୀଡ଼ିତାଙ୍କ ବାପା: ଝିଅର ମୃତଦେହ ପଡିଥିବାବେଳେ…

କୋଲକାତା,୬ା୯:ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ପିଜି ଛାତ୍ରୀଙ୍କ ବାପା କୋଲକାତା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ୩୧ ବର୍ଷୀୟା ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ପରିବାର ଲୋକେ ଅଧିକ ତଦନ୍ତ ପାଇଁ ରଖିବାକୁ ଚାହୁଁଥିଲେ। କିନ୍ତୁ ସେମାନଙ୍କୁ ଶବ ସତ୍କାର କରିବାକୁ ବାଧ୍ୟ କରାଯାଇଥିଲା। ସାମ୍ନାରେ ଝିଅର ମୃତଦେହ ପଡ଼ିଥିବାବେଳେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ମାମଲା ରଫାଦଫା କରିବା ପାଇଁ ସେମାନଙ୍କୁ ଟଙ୍କା ଯାଚିଥିଲେ ବୋଲି ସେ କହିଛନ୍ତି।
କୋଲକାତାସ୍ଥିତ ଏହି ସରକାରୀ ହସ୍ପିଟାଲ ସମ୍ମୁଖରେ ବୁଧବାର ରାତିରେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭରେ ସାମିଲ ହୋଇ ପୀଡ଼ିତାଙ୍କ ମା’ବାପା ଓ ସମ୍ପର୍କୀୟମାନେ ସିଟି ପୋଲିସ ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ପୀଡ଼ିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି, ଝିଅର ମୃତଦେହ ସଂରକ୍ଷିତ ରଖିବାକୁ ଆମେ ଚାହୁଁଥିଲୁ। କିନ୍ତୁ ପ୍ରାୟ ୩୦୦ରୁ ୪୦୦ ପୋଲିସ କର୍ମଚାରୀ ଆମକୁ ଘେରି ରହିଥିଲେ। ଘରକୁ ଫେରି ଦେଖିଲୁ ଯେ, ୩୦୦ ପୋଲିସ ବାହାରେ ଛିଡ଼ା ହୋଇଛନ୍ତି। ସେମାନେ ଏପରି ସ୍ଥିତି ସୃଷ୍ଟି କରିଥିଲେ ଯେ, ଆମେ ମୃତଦେହ ସତ୍କାର କରିବାକୁ ବାଧ୍ୟ ହୋଇଥିଲୁ ବୋଲି କହିଛନ୍ତି। ସେଠାରେ କେତେଜଣ ପୋଲିସ ଅଫିସର ସାଦା କାଗଜରେ ପୀଡ଼ିତାଙ୍କ ବାପାଙ୍କ ସ୍ବାକ୍ଷର ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ସେହି କାଗଜଗୁଡ଼ିକୁ ଚିରି ଫୋପାଡ଼ି ଦେଇଥିଲେ। ଆର୍‌.ଜି. କର ହସ୍ପିଟାଲରେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ପୂର୍ଣ୍ଣ ସମର୍ଥନ କରି ପୀଡ଼ିତାଙ୍କ ମା’ କହିଛନ୍ତି, ମୁଁ ଶୋଇପାରୁ ନାହିଁ। ତେଣୁ ଅପରାଧୀମାନଙ୍କ ନିଦ ହଜାଇଦେବାକୁ ଚାହୁଁଛି। ଝିଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବା ଉଚିତ।
ପ୍ରକାଶ ଯେ, ଅଗଷ୍ଟ ୮ ରାତିରେ ଉକ୍ତ ହସ୍ପିଟାଲରେ ପିଜି ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହାର ଦିନକ ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ସେବେଠୁ ଏହି ପ୍ରସଙ୍ଗରେ ରାଜନୀତି ଜୋର୍‌ ଧରିଛି। ବିରୋଧୀ ଭାଜପା ଶାସକ ଟିଏମ୍‌ସି ବିରୋଧରେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ପ୍ରଦାନର ଅଭିଯୋଗ ଆଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘେରିବାରେ ଲାଗିଛି। ଏନେଇ ଟିଏମ୍‌ସି କହିଛି, ପୀଡ଼ିତାଙ୍କ ମା’ବାପା ନ୍ୟାୟ ଚାହଁାନ୍ତି। ସେମାନଙ୍କୁ ନ୍ୟାୟ ମିଳୁ। କିନ୍ତୁ ଏହାକୁ ନେଇ ରାଜନୀତି କରାଯିବା ଅନୁଚିତ। ବିରୋଧୀ ଏକ ଭିଡିଓ ଭାଇରାଲ କରି ମିଛକୁ ସତ କରିବାକୁ ଉଦ୍ୟମ ଚଳାଇଛନ୍ତି ବୋଲି ମମତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଶଶୀ ପଞ୍ଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଗୃହମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, କଂଗ୍ରେସ ସରକାର ସମୟରେ କଶ୍ମୀର ଯିବାକୁ ଡର ଲାଗୁଥିଲା

ନୂଆଦିଲ୍ଲୀ,୧୦।୯: ପୂର୍ବତନ ଗୃହମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ପାରା ଜୋର...

ସେକ୍ସ ପାଇଁ ମୋତେ ବାଧ୍ୟ କରୁଥିଲେ ୱିଙ୍ଗ କମାଣ୍ଡର୍‌: ବାୟୁସେନା ଅଧିକାରୀ ଆଣିଲେ ସାଂଘାତିକ ଅଭିଯୋଗ

ଶ୍ରୀନଗର,୧୦।୯: ଭାରତୀୟ ବାୟୁସେନାର ଜଣେ ମହିଳା ଆଇଏଏଫ୍‌ ଅଧିକାରୀ ସିନିୟର୍‌ ୱିଙ୍ଗ କମାଣ୍ଡରଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ...

୨ ଦିନ ମଧ୍ୟରେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ବଦଳାଇଲେ ପ୍ରସିଦ୍ଧ ଗାୟକ

ଚଣ୍ଡିଗଡ,୧୦।୯:ଗାୟକ କହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗଦେବେ ନାହିଁ। ସେ କଂଗ୍ରେସରେ ଯୋଗଦେବା ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି। ‘ଜୋ ରାମ କୋ ଲାଏ ହେଁ, ହମ...

ଗ୍ରାମବାସୀ ଗୋଡାଇବାରୁ ଫୁଟ୍‌ ବ୍ରିଜ୍‌ ଉପରକୁ ଚଢିଗଲେ ଯୁବକ: ୯ ଘଣ୍ଟା ପରେ…

ଜୈନପୁର,୧୦।୯: ଉତ୍ତରପ୍ରଦେଶର ଜୈନପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଲାଇନବଜାର ଅଞ୍ଚଳର ଶିବାପର୍‌ ଗ୍ରାମରେ ଶିଶୁ ଚୋରି କରିଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଗ୍ରାମବାସୀ...

ହରିୟାଣାର ରାଜନୈତିକ ଦଙ୍ଗଲରେ ହେବ ବଡ଼ ଯୁଦ୍ଧ, ବବିତା ଫୋଗାଟଙ୍କୁ ଟିକେଟ୍‌ ଦେବ ଭାଜପା!

ନୂଆଦିଲ୍ଲୀ,୧୦।୯: ଘୋଷଣା ହୋଇସାରିଛି ହରିୟାଣା ବିଧାନସଭା ନିର୍ବାଚନ। ହରିୟାଣାର ରାଜନୈତିକ ଯୁଦ୍ଧରେ ଭାଜପା, କଂଗ୍ରେସ ଏବଂ ଏଏପି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଲେଣି।...

ଏହି କଂଗ୍ରେସ ନେତ୍ରୀଙ୍କୁ ବିବାହ କରିବେ କି ରାହୁଲ ଗାନ୍ଧୀ, ଜୋର ଧରିଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୯: ବଲିଉଡରେ ଯେମିତି ମୋଷ୍ଟ ଏଲିଜିବୁଲ ବ୍ୟାଚଲର ସଲମାନ ଖାନ୍‌ଙ୍କ ବିବାହ ନେଇ ଫ୍ୟାନ୍ସ ଉତ୍ସୁକତାର ସହ ଅନେଇ ବସିଛନ୍ତି। ସେହିପରି ଜାତୀୟ ରାଜନୀତିରେ କଂଗ୍ରେସ...

ରାହୁଲଙ୍କୁ କୋର୍ଟକୁ ଟାଣିଆଣିବି: ଆମେରିକାରେ ଏମିତି କ’ଣ କହିଦେଲେ କଂଗ୍ରେସ ନେତା, ଯାହାକୁ ଶୁଣି…

ନୂଆଦିଲ୍ଲୀ,୧୦।୯: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବୟାନକୁ ନେଇ ଭାରତ ଭାରତୀୟ ଜନତା ପାର୍ଟି (ଭାଜପା) ର ଟାର୍ଗେଟରେ ଅଛନ୍ତି।...

ସମ୍ବିଧାନ ବହିକୁ ନିଜ ପାଖରେ ରଖିବାକୁ ରାହୁଲଙ୍କୁ କିଏ ଦେଇଥିଲେ ପରାମର୍ଶ, ନାଁ ଜାଣିଲେ ତାଜୁବ ହୋଇଯିବେ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୧୦।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ଭାଜପା ସରକାର ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri