Posted inଜାତୀୟ

ବ୍ୟାଙ୍କ ଚାକିରି ଛାଡ଼ି ଅଡି କାର୍‌ରେ କ୍ଷୀର ବିକୁଛନ୍ତି

ଫରିଦାବାଦ,୨୯।୪: ହରିୟାଣାର ଫରିଦାବାଦ ନିବାସୀ ଅମିତ ଭଡ଼ାନା (୩୩)ଙ୍କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି। ମୋହବ୍ବତା ଗ୍ରାମର ଅମିତ ନିଜର ବ୍ୟାଙ୍କ ଚାକିରିକୁ ଛାଡ଼ି ବିଳାସପୂର୍ଣ୍ଣ ଅଡି କାର୍‌ରେ ଘରକୁ ଘର ଯାଇ ଲୋକଙ୍କୁ କ୍ଷୀର ପହଞ୍ଚାଉଛନ୍ତି। ଅମିତଙ୍କର ବିଳାସପୂର୍ଣ୍ଣ କାର୍‌ ଏବଂ ବାଇକ ପ୍ରତି ଆଗ୍ରହ ରହିଥିଲା। ଏବେ ସେ ନିଜର ଏହି ଆଗ୍ରହକୁ ତାଙ୍କ ପୂର୍ଣ୍ଣକାଳୀନ ବୃତ୍ତିରେ ପରିଣତ କରିଛନ୍ତି।

ଗ୍ରାଜୁଏଶନ ଶେଷ ପରେ ଅମିତ ଏକ ଘରୋଇ ବ୍ୟାଙ୍କରେ ନିଯୁକ୍ତି ପାଇଥିଲେ। ସେଠାରେ ସେ ୭ ବର୍ଷ ଧରି କାର୍ଯ୍ୟ କରିଥିଲେ। ବ୍ୟାଙ୍କର କାର୍ଯ୍ୟ ଚାପ ଯୋଗୁ ଗାଡ଼ି ଚଲାଇବା ନେଇ ସେ ତାଙ୍କ ଆଗ୍ରହକୁ ପୂରା କରିପାରୁ ନ ଥିଲେ, ଯାହା ତାଙ୍କୁ ନିରାଶ କରିଥିଲା ବୋଲି ଅମିତ କହିଛନ୍ତି। କ୍ଷୀର ବ୍ୟବସାୟ ସହ ଜଡ଼ିତ ପରିବାରରୁ ଆସୁଥିବାରୁ ଅମିତ ଯାନବାହନ ପ୍ରତି ନିଜ ଆଗ୍ରହକୁ ପାରିବାରିକ ବ୍ୟବସାୟ ସହ ମିଶ୍ରଣ କରିବାକୁ ଠିକ୍‌ କରିଥିଲେ। ତେଣୁ ୨୦୨୧ରେ ସେ ବ୍ୟାଙ୍କ ଚାକିରିରୁ ଇସ୍ତଫା ଦେଇ ନିଜର ବିଭିନ୍ନ ବିଳାସପୂର୍ଣ୍ଣ ଗାଡ଼ି ଜରିଆରେ ଘରକୁ ଘର ଯାଇ କ୍ଷୀର ପହଞ୍ଚାଇଥିଲେ।

ପ୍ରଥମେ ସେ ନିଜ ପାଇଁ ୮ ଲକ୍ଷ ମୂଲ୍ୟର ହାର୍ଲି-ଡାଭିଡସନ୍‌ ବାଇକ୍‌ କିଣିଥିଲେ। ପରେ ଧୀରେ ଧୀରେ ଅମିତଙ୍କ ବ୍ୟବସାୟ ବୃଦ୍ଧି ପାଇଥିଲା। ତାଙ୍କ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା। ଏବେ ସେ ନିଜ ୧ କୋଟି ମୂଲ୍ୟର ଅଡି କାର୍‌ରେ ଗ୍ରାହକଙ୍କୁ କ୍ଷୀର ଦେବା ପାଇଁ ଯାଉଛନ୍ତି। ଅମିତ କହିଛନ୍ତି, ଘରକୁ ଘର ବୁଲି କ୍ଷୀର ଦେଉଥିବା ଯୋଗୁ ସେ ଦୈନିକ ୬୦ କି.ମି. ଗାଡ଼ି ଚଲାଇବାର ସୁଯୋଗ ପାଉଛନ୍ତି। ଏହି କାର୍ଯ୍ୟକୁ ସେ ଛୋଟ ମନେ କରନ୍ତି ନାହିଁ, ବରଂ ଗାଡ଼ି ଚଲାଇ ଲୋକଙ୍କୁ କ୍ଷୀର ଯୋଗାଇବା କାର୍ଯ୍ୟକୁ ସେ ଖୁବ୍‌ ଉପଭୋଗ କରୁଛନ୍ତି। ଗାଡ଼ି ଚଲାଇବାକୁ ସେ ପସନ୍ଦ କରନ୍ତି ଏବଂ ସେ ଏହାକୁ ଛାଡ଼ି ପାରିବେ ନାହିଁ ବୋଲି ଅମିତ କହିଛନ୍ତି। ନିଜର ଏହି ବ୍ୟବସାୟିକ ସଫଳତା ପାଇଁ ତାଙ୍କୁ ତାଙ୍କ ପରିବାର ଦୃଢ଼ ଭାବେ ସମର୍ଥନ କରିଥିବା ଅମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଖେମ୍‌ଚନ୍ଦ ସିଂ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍‌ ଖେମ୍‌ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri