ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ପ୍ରଶ୍ନୋତ୍ତର

ବରଗଡ଼ ଅଫିସ୍‌,୨୨ା୩: ରାଜ୍ୟରେ ଗତ ୨୧ ତାରିଖରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବାର୍ଷିକ ପରୀକ୍ଷା ଚାଲିଛି। ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ତେବେ ଛାତ୍ରୀଛାତ୍ର ପରୀକ୍ଷା ଦିବସରେ ଯେଉଁ ବିଷୟ ଉପରେ ପରୀକ୍ଷା ଦେବେ, ସେହି ବିଷୟର ପ୍ରଶ୍ନୋତ୍ତର ପୂର୍ବଦିନରୁ ଏକ ନିର୍ଦ୍ଦିଷ୍ଟ ୟୁଟ୍ୟୁବ୍‌ ଚାନେଲରେ ଉପଲବ୍ଧ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏ ସମ୍ପର୍କରେ ବରଗଡ଼ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କୁ ପଚାରିବାରୁ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି ।

ବରଗଡ଼ ଜିଲା ସୋହେଲା ବ୍ଲକ ସରକଣ୍ଡା ଗ୍ରାମର ଜଣେ ଅଭିଭାବକ ହର ବଣିଆ କହିଛନ୍ତି, ତାଙ୍କ ଝିଅ ସପ୍ତମ ଶ୍ରେଣୀରେ ପରୀକ୍ଷା ଦେଉଛନ୍ତି। ବୁଧବାର ଗଣିତ ପରୀକ୍ଷା ଥିଲା। ତେବେ ସମ୍ପୃକ୍ତ ୟୁଟ୍ୟୁବ୍‌ ଚାନେଲରେ ମଙ୍ଗଳବାରରୁ ଗଣିତ ବିଷୟ ଉପରେ ଯେଉଁସବୁ ପ୍ରଶ୍ନୋତ୍ତର ପ୍ରସାରିତ ହୋଇଥିଲା, ସେହି ସମାନ ପ୍ରଶ୍ନୋତ୍ତର ପରୀକ୍ଷାରେ ପଡ଼ିଥିବା ଝିଅଙ୍କଠାରୁ ଜାଣିବାକୁ ପାଇଛନ୍ତି। ଏ ନେଇ ସେ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ଅଭିଯୋଗ ଦେବାକୁ ଜିଲାପାଳ ତାଙ୍କୁ କହିବା ପରେ ସେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରାଇଥିବା ବଣିଆ କହିଛନ୍ତି।

ତେବେ କେବଳ ସପ୍ତମ ଶ୍ରେଣୀର ଗଣିତ ନୁହେଁ, ଅନ୍ୟ ଶ୍ରେଣୀର ପ୍ରଶ୍ନୋତ୍ତର ମଧ୍ୟ ସମ୍ପୃକ୍ତ ୟୁଟ୍ୟୁବ୍‌ ଚାନେଲରେ ଆଗୁଆ ପ୍ରସାରିତ ହେଉଛି ବୋଲି କିଛି ଶିକ୍ଷକ ବି ସ୍ବୀକାର କରିଛନ୍ତି। ଗୁରୁବାର ସପ୍ତମ ଶ୍ରେଣୀର ବିଜ୍ଞାନ ଏବଂ ସଂସ୍କୃତ ପରୀକ୍ଷା ଥିବାବେଳେ ଏହି ବିଷୟର ପ୍ରଶ୍ନୋତ୍ତର ବୁଧବାରରୁ ସେହି ୟୁଟ୍ୟୁବ୍‌ ଚାନେଲରେ ଉପଲବ୍ଧ ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri