ପ୍ରଶ୍ନପତ୍ର ଭାଇରାଲକୁ କାହିଁକି ଅଟକା ଯାଇପାରୁନାହିଁ: ଗଣିତରେ କପି କରି ୫୧ ଧରାପଡ଼ିଲେ

କଟକ,୨୬ା୨(କାର୍ତ୍ତିକ ସାହୁ) ମାଟ୍ରିକ ପରୀକ୍ଷାର ଗଣିତ ବିଷୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେନ୍ଦୁଝର ଜିଲାର ଏକ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସୋମବାର ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଗଣିତ ପ୍ରଶ୍ନପତ୍ରର ସି ଏବଂ ଡି ସେଟ୍‌ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ନିର୍ଦ୍ଦିଷ୍ଟ ଭାବେ ଦାବି କରାଯାଇଥିଲା। ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍‌ରୁ ବାହାରିବା ପରେ ଏଭଳି ଚର୍ଚ୍ଚା ଶୁଣି ବିବ୍ରତ ହୋଇପଡ଼ିଥିଲେ। ଚଳିତ ଥର ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିଯୁକ୍ତ ସିସି କ୍ୟାମେରା ଦ୍ୱାରା ପରୀକ୍ଷା ପରିଚାଳନା ନିୟନ୍ତ୍ରଣ କରାଯାଉଛି। ତଥାପି ପ୍ରଶ୍ନପତ୍ର ଭାଇରାଲକୁ କାହିଁକି ଅଟକା ଯାଇପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଗଣିତ ବିଷୟରେ କୌଣସି ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି କହିଛନ୍ତି।
ପ୍ରକାଶ ଯେ, ଚଳିତ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଭାଷା ଇଂଲିଶ ପ୍ରଶ୍ନପତ୍ର କେନ୍ଦୁଝର ଜିଲାର ଏକ ପରୀକ୍ଷା କେନ୍ଦ୍ରରୁ ସୋସିଆଲ ମିଡିଆରେ ଗତ ୨୩ ତାରିଖରେ ଭାଇରାଲ ହୋଇଥିଲା। ଏହାକୁ ନେଇ ସେତେବେଳେ ନାନା ଚର୍ଚ୍ଚା ହୋଇଥିଲା। ସେଇ ଚର୍ଚ୍ଚା ନ ଥମୁଣୁ ପୁଣି ସୋମବାର ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରୀକ୍ଷାର୍ଥୀମାନେ ହଲ ବାହାରକୁ ଆସିବା ପରେ ସେମାନଙ୍କ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଦାବି କରାଯାଇଥିଲା। ଏହାକୁ ନେଇ ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କ ମଧ୍ୟରେ ଆଶଙ୍କା, ଅସନ୍ତୋଷ ପ୍ରକାଶ ପାଇଥିଲା। ବର୍ଷତମାମ ପାଠ ପଢ଼ି ପିଲାମାନେ ଭଲ ନମ୍ବର ପାଇବା ପାଇଁ କଠିନ ପରିଶ୍ରମ କରୁଥିବା ବେଳେ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ପ୍ରଶ୍ନପତ୍ର ପାଇ ତଦନୁସାରେ ଅନେକ ଛାତ୍ରୀଛାତ୍ର ପ୍ରସ୍ତୁତ ହୋଇ ପରୀକ୍ଷାରେ ଲେଖି ଭଲ ନମ୍ବର ପାଇବେ। ମାଟ୍ରିକ ପରୀକ୍ଷା ପରିଚାଳନାଗତ ତ୍ରୁଟି ଯୋଗୁ ଏଭଳି ଚରମ ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଏଭଳି ଭାଇରାଲ ହେବା ଦ୍ୱାରା ମେଧାବୀ ଛାତ୍ରୀଛାତ୍ରମାନେ ମାନସିକ ଆଘାତ ପାଇବା ସହ ଚାପର ବଶବର୍ତ୍ତୀ ହେଉଥିବା ଅଭିଭାବକମାନେ କହିଛନ୍ତି। ତେବେ ଏହାକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇ ପରୀକ୍ଷା ପୂର୍ବାହ୍ନ ୧୧.୪୫ରେ ସରିବା ପରେ ତାହା ସୋସିଆଲ ମିଡିଆରେ ଉପଲବ୍ଧ ହୋଇଛି ବୋଲି କୁହାଯାଇଛି। ପରୀକ୍ଷା ଚାଲିଥିବା ସମୟରେ ପ୍ରଶ୍ନପତ୍ର ଭାଇରାଲ ନେଇ ବୋର୍ଡ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ପରୀକ୍ଷା ସମୟ ମଧ୍ୟରେ ଏଭଳି ଅଭିଯୋଗ ଆସିଥିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ବୋଲି ବୋର୍ଡ ଉପସଭାପତି ଡ. ମହାନ୍ତି କହିଛନ୍ତି।
ଅପରପକ୍ଷରେ ଗଣିତ ବିଷୟରେ ଅସାଧୁ ଉପାୟ ଅବଲମ୍ବନ କରି ୫୧ ଜଣ ପରୀକ୍ଷାର୍ଥୀ ସ୍କ୍ବାଡ୍‌ ହାତରେ ଧରାପଡ଼ିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅନୁଷ୍ଠିତ ପ୍ରଥମ ଭାଷା ମାତୃଭାଷା ପରୀକ୍ଷାରେ ମୋଟ ୧୦ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ ହୋଇଥିଲେ। ଦ୍ୱିତୀୟ ଭାଷା ଇଂଲିଶ ବିଷୟରେ ୪୨ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍‌ ହୋଇଥିଲେ। ପରୀକ୍ଷା ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ୪୨ଟି ସ୍ପେଶାଲ ସ୍କ୍ବାଡ୍‌, ୭୨ଟି ଫ୍ଲାଇଙ୍ଗ ସ୍କ୍ବାଡ୍‌ ଓ ଜିଲା ପ୍ରଶାସନ ସ୍ତରରେ ୧ଟି ଲେଖାଏ ସ୍ବତନ୍ତ୍ର ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ସିସିଟିଭି ଜରିଆରେ ଆର୍ଟିଫିସିଆଲ ସର୍ଭିଲେନ୍ସ (ଏଆଇ) ଉପଯୋଗରେ ପରୀକ୍ଷା ପରିଚାଳନାକୁ ବୋର୍ଡ ମୁଖ୍ୟାଳୟରୁ ନିୟନ୍ତ୍ରଣ କରାଯାଉଛି। ମାଟ୍ରିକ ପରୀକ୍ଷା ସୂଚୀ ଅନୁଯାୟୀ, ଫେବୃୟାରୀ ୨୮ରେ ତୃତୀୟ ଭାଷା, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ ଏବଂ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନ ବିଷୟ ପରୀକ୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଯାଇଥିବା ବେଳେ ପଡ଼ିଗଲା କାନ୍ଥ, ଅକାଳରେ ଚାଲିଗଲା ଜୀବନ

ପାଇକମାଳ,୨୮ା୧( ବଡ ଶତପଥୀ) : ବରଗଡ଼ ଜିଲା ପାଇକମାଳ ବ୍ଲକ୍ ମାଣ୍ଡୋସିଲ ଗାଁରେ ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ୫ଟାରେ ପାଇଖାନା କାନ୍ଥ ପଡ଼ି ଜଣେ…

ନବନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା, ଥୁଆମୂଳ ରାମପୁରରେ ମିଶ୍ରିତ ପ୍ରଭାବ

ଥୁଆମୂଳ ରାମପୁର, ୨୮ା୧ (ଦୁର୍ଗା କୀର୍ତ୍ତି): ରାଜ୍ୟରେ ଧାନ ବିକ୍ରିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା ପାୱାରର ଶୋଷଣ ଏବଂ ପରିବହନ କ୍ଷେତ୍ରରେ ମାତ୍ରାଧିକ ଜରିମାନା…

IPL ୨୦୨୬ରେ ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ: ତାଲିକାରେ ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ

ମୁମ୍ବାଇ,୨୮ା୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଆଗାମୀ ସିଜିନ୍ ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ବିସିସିଆଇ ପକ୍ଷରୁ ‘ରେଜିଷ୍ଟର୍ଡ ଆଭେଲେବଲ୍ ପ୍ଲେୟାର…

ଯୋଗାଣ ମନ୍ତ୍ରୀଙ୍କ କଡ଼ା ତାଗିଦ, ମୃତ ବ୍ୟକ୍ତିଙ୍କ ନାଁରେ ଯେତିକି ଚାଉଳ ଉଠିଥିବ ଦେଢ଼ଗୁଣା…

ଭୁବନେଶ୍ବର,୨୮ା୧:  ମୃତକଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କୁ କଡ଼ା ତାଗିଦ କଲେ ଯୋଗାଣ ମନ୍ତ୍ରୀ । ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ଆକ୍ସନ୍ ହେବ କହିଛନ୍ତି କୃଷ୍ଣଚନ୍ଦ୍ର…

୩୦ ବର୍ଷ ପରେ ଅସ୍ତ ହେବେ ଶନି, ହୋଲି ପରେ ଖୋଲିବ ଏହି ୩ ରାଶିର ଭାଗ୍ୟ

ନଅଟି ଗ୍ରହ ମଧ୍ୟରୁ ଗୋଟିଏ ଶନି ମହାରାଜଙ୍କୁ ନ୍ୟାୟ, ଶୃଙ୍ଖଳା ଏବଂ ଦାୟିତ୍ୱର କାରକ ବୋଲି ବିବେଚନା କରାଯାଏ। ଏହା ବ୍ୟକ୍ତିର ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ…

“ରାଜନୀତିରେ ମୂଲ୍ୟ ଦେବାକୁ ପଡ଼େ”: ଅଜିତଙ୍କ ମୃତ୍ୟୁ ପରେ ଏପରି କାହିଁକି କହିଲେ ରାଜ ଠାକରେ

ପୁଣେ,୨୮।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆକସ୍ମିକ ନିଧନରେ ଅନେକ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ଏପରି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri