ପ୍ରଶ୍ନପତ୍ର ଭାଇରାଲକୁ କାହିଁକି ଅଟକା ଯାଇପାରୁନାହିଁ: ଗଣିତରେ କପି କରି ୫୧ ଧରାପଡ଼ିଲେ

କଟକ,୨୬ା୨(କାର୍ତ୍ତିକ ସାହୁ) ମାଟ୍ରିକ ପରୀକ୍ଷାର ଗଣିତ ବିଷୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେନ୍ଦୁଝର ଜିଲାର ଏକ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସୋମବାର ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଗଣିତ ପ୍ରଶ୍ନପତ୍ରର ସି ଏବଂ ଡି ସେଟ୍‌ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ନିର୍ଦ୍ଦିଷ୍ଟ ଭାବେ ଦାବି କରାଯାଇଥିଲା। ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍‌ରୁ ବାହାରିବା ପରେ ଏଭଳି ଚର୍ଚ୍ଚା ଶୁଣି ବିବ୍ରତ ହୋଇପଡ଼ିଥିଲେ। ଚଳିତ ଥର ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିଯୁକ୍ତ ସିସି କ୍ୟାମେରା ଦ୍ୱାରା ପରୀକ୍ଷା ପରିଚାଳନା ନିୟନ୍ତ୍ରଣ କରାଯାଉଛି। ତଥାପି ପ୍ରଶ୍ନପତ୍ର ଭାଇରାଲକୁ କାହିଁକି ଅଟକା ଯାଇପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଗଣିତ ବିଷୟରେ କୌଣସି ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି କହିଛନ୍ତି।
ପ୍ରକାଶ ଯେ, ଚଳିତ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଭାଷା ଇଂଲିଶ ପ୍ରଶ୍ନପତ୍ର କେନ୍ଦୁଝର ଜିଲାର ଏକ ପରୀକ୍ଷା କେନ୍ଦ୍ରରୁ ସୋସିଆଲ ମିଡିଆରେ ଗତ ୨୩ ତାରିଖରେ ଭାଇରାଲ ହୋଇଥିଲା। ଏହାକୁ ନେଇ ସେତେବେଳେ ନାନା ଚର୍ଚ୍ଚା ହୋଇଥିଲା। ସେଇ ଚର୍ଚ୍ଚା ନ ଥମୁଣୁ ପୁଣି ସୋମବାର ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରୀକ୍ଷାର୍ଥୀମାନେ ହଲ ବାହାରକୁ ଆସିବା ପରେ ସେମାନଙ୍କ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଦାବି କରାଯାଇଥିଲା। ଏହାକୁ ନେଇ ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କ ମଧ୍ୟରେ ଆଶଙ୍କା, ଅସନ୍ତୋଷ ପ୍ରକାଶ ପାଇଥିଲା। ବର୍ଷତମାମ ପାଠ ପଢ଼ି ପିଲାମାନେ ଭଲ ନମ୍ବର ପାଇବା ପାଇଁ କଠିନ ପରିଶ୍ରମ କରୁଥିବା ବେଳେ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ପ୍ରଶ୍ନପତ୍ର ପାଇ ତଦନୁସାରେ ଅନେକ ଛାତ୍ରୀଛାତ୍ର ପ୍ରସ୍ତୁତ ହୋଇ ପରୀକ୍ଷାରେ ଲେଖି ଭଲ ନମ୍ବର ପାଇବେ। ମାଟ୍ରିକ ପରୀକ୍ଷା ପରିଚାଳନାଗତ ତ୍ରୁଟି ଯୋଗୁ ଏଭଳି ଚରମ ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଏଭଳି ଭାଇରାଲ ହେବା ଦ୍ୱାରା ମେଧାବୀ ଛାତ୍ରୀଛାତ୍ରମାନେ ମାନସିକ ଆଘାତ ପାଇବା ସହ ଚାପର ବଶବର୍ତ୍ତୀ ହେଉଥିବା ଅଭିଭାବକମାନେ କହିଛନ୍ତି। ତେବେ ଏହାକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇ ପରୀକ୍ଷା ପୂର୍ବାହ୍ନ ୧୧.୪୫ରେ ସରିବା ପରେ ତାହା ସୋସିଆଲ ମିଡିଆରେ ଉପଲବ୍ଧ ହୋଇଛି ବୋଲି କୁହାଯାଇଛି। ପରୀକ୍ଷା ଚାଲିଥିବା ସମୟରେ ପ୍ରଶ୍ନପତ୍ର ଭାଇରାଲ ନେଇ ବୋର୍ଡ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ପରୀକ୍ଷା ସମୟ ମଧ୍ୟରେ ଏଭଳି ଅଭିଯୋଗ ଆସିଥିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ବୋଲି ବୋର୍ଡ ଉପସଭାପତି ଡ. ମହାନ୍ତି କହିଛନ୍ତି।
ଅପରପକ୍ଷରେ ଗଣିତ ବିଷୟରେ ଅସାଧୁ ଉପାୟ ଅବଲମ୍ବନ କରି ୫୧ ଜଣ ପରୀକ୍ଷାର୍ଥୀ ସ୍କ୍ବାଡ୍‌ ହାତରେ ଧରାପଡ଼ିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅନୁଷ୍ଠିତ ପ୍ରଥମ ଭାଷା ମାତୃଭାଷା ପରୀକ୍ଷାରେ ମୋଟ ୧୦ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ ହୋଇଥିଲେ। ଦ୍ୱିତୀୟ ଭାଷା ଇଂଲିଶ ବିଷୟରେ ୪୨ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍‌ ହୋଇଥିଲେ। ପରୀକ୍ଷା ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ୪୨ଟି ସ୍ପେଶାଲ ସ୍କ୍ବାଡ୍‌, ୭୨ଟି ଫ୍ଲାଇଙ୍ଗ ସ୍କ୍ବାଡ୍‌ ଓ ଜିଲା ପ୍ରଶାସନ ସ୍ତରରେ ୧ଟି ଲେଖାଏ ସ୍ବତନ୍ତ୍ର ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ସିସିଟିଭି ଜରିଆରେ ଆର୍ଟିଫିସିଆଲ ସର୍ଭିଲେନ୍ସ (ଏଆଇ) ଉପଯୋଗରେ ପରୀକ୍ଷା ପରିଚାଳନାକୁ ବୋର୍ଡ ମୁଖ୍ୟାଳୟରୁ ନିୟନ୍ତ୍ରଣ କରାଯାଉଛି। ମାଟ୍ରିକ ପରୀକ୍ଷା ସୂଚୀ ଅନୁଯାୟୀ, ଫେବୃୟାରୀ ୨୮ରେ ତୃତୀୟ ଭାଷା, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ ଏବଂ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନ ବିଷୟ ପରୀକ୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri