Posted inଜାତୀୟ

ଆଇନଶୃଙ୍ଖଳା ସ୍ଥିତି ଉପରେ ଉଠିଲା ପ୍ରଶ୍ନ: ରାଷ୍ଟ୍ରପତିଙ୍କୁ ଭେଟିବେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା,୧୯।୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଛି।
କୋଲକାତାର ଟ୍ରେନି ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଛି। ଏଥିସହିତ କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଭଙ୍ଗାରୁଜା ଓ ଆନ୍ଦୋଳନରତ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣକୁ ନେଇ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠିଛି। ଏଭଳି ସମୟରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି।
ଗତ ୯ ତାରିଖ ବିଳମ୍ବିତ ରାତିରେ ହସ୍ପିଟାଲର ସେମିନାର ହଲ୍‌ରେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ତା’ ପରଦିନ ତାଙ୍କ ମୃତଦେହ ମିଳିବା ପରେ ସନ୍ଧ୍ୟା ୬ଟା ୧୦ରୁ ୭ଟା ୧୦ ମିନିଟ ମଧ୍ୟରେ ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ପୀଡ଼ିତା ଡାକ୍ତରଙ୍କ ଗାଲ, ଓଠ, ନାକ, ବେକ, ହାତ, ଆଣ୍ଠୁ ସମେତ ଗୁପ୍ତାଙ୍ଗରେ କ୍ଷତ ରହିଛି। ସେହିପରି ବେକ ମାଂସପେଶୀ, ଖପୁରି ଓ ଅନ୍ୟ ସ୍ଥାନରେ ଆଭ୍ୟନ୍ତରୀଣ କ୍ଷତ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଉକ୍ତ ରିପୋର୍ଟରେ ଆର୍‌.ଜି. କର ମେଡିକାଲ କଲେଜର ଫୋରେନ୍‌ସିକ ମେଡିସିନ ଏବଂ ଟକ୍ସିଲୋଜି ବିଭାଗ ପ୍ରଫେସର ଅପୂର୍ବା ବିଶ୍ୱାସ, ଆସୋସିଏଟ୍‌ ପ୍ରଫେସର ରିନା ଦାସ ଏବଂ ଏନ୍‌ଆର୍‌ଏସ୍‌ ମେଡିକାଲ କଲେଜର ଫୋରେନ୍‌ସିକ ମେଡିସିନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ମୋଲି ବାନାର୍ଜୀଙ୍କ ସ୍ବାକ୍ଷର ରହିଛି।
କୋଲକାତା ପୋଲିସ ମାମଲାର ତଦନ୍ତ ଦାୟିତ୍ୱ ନେଇଥିବାବେଳେ ଏହାର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠିବା ପରେ କୋଲକାତା ହାଇକୋର୍ଟ ସିବିଆଇକୁ ତଦନ୍ତ ଭାର ଅର୍ପଣ କରିଥିଲେ। ୧୪ ତାରିଖ ବିଳମ୍ବିତ ରାତିରେ ଉକ୍ତ ହସ୍ପିଟାଲରେ ଦୁର୍ବୃତ୍ତମାନେ ପହଞ୍ଚତ୍ ଭଙ୍ଗାରୁଜା କରିଥିଲେ। ହସ୍ପିଟାଲ ଆକ୍ରମଣ ପଛରେ ମମତା ବାନାର୍ଜୀଙ୍କ ସରକାରର ହାତ ରହିଥିବା ଡାକ୍ତରଙ୍କ ମାଆବାପା ନିଯୁକ୍ତ କରିଥିବା ଓକିଲ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲକୁ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ରେସିଡେନ୍ସିଆଲ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନେ ଆନ୍ଦୋଳନ ଚଳାଇଥିବାବେଳେ ଟିଏମ୍‌ସି ଗୁଣ୍ଡାମାନେ ରାତି ଅଧରେ ସେଠାରେ ପହଞ୍ଚତ୍ ଆକ୍ରମଣ ଆରମ୍ଭ କରିଦେଇଥିଲେ। ବିକ୍ଷୋଭକାରୀମାନଙ୍କୁ ଭୟଭୀତ କରାଇ ସେଠାରୁ ତଡ଼ିଦେବା ଏବଂ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା ବୋଲି ଭଟ୍ଟାଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ହସ୍ପିଟାଲରେ ଆକ୍ରମଣ ପାଇଁ ମମତା ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଥିଲେ। ଏହି ଘଟଣାରେ ଟିଏମ୍‌ସି କର୍ମୀଙ୍କ ସମେତ ୩୭ ଜଣଙ୍କୁ ଗିରଫ କରାଗଲାଣି।
କୋଲକାତା ପୋଲିସଠାରୁ ସିବିଆଇ ତଦନ୍ତ ଦାୟିତ୍ୱ ନେବା ପରେ ମୁଖ୍ୟତଃ ୪ଟି ଦିଗରୁ ତଦନ୍ତ ଚଳାଇଛି। ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୋମବାର ଚତୁର୍ଥ ଦିନ ପାଇଁ ସିବିଆଇ ଅଧିକାରୀମାନେ ଜେରା କରିଛନ୍ତି। ସନ୍ଦୀପ୍‌ଙ୍କ ଉତ୍ତରରେ ତାଳମେଳ ରହୁ ନ ଥିବାରୁ ସିବିଆଇ ଟିମ୍‌ ସନ୍ତୁଷ୍ଟ ନ ଥିବା ଜଣାପଡ଼ିଛି। ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ପରିବାରକୁ ଜଣାଇଥିଲେ। ଅପରାଧ ସ୍ଥଳ ସୁରକ୍ଷିତ ନ ଥିଲା, ଯାହାକୁ ଜେରାରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ମେଡିକାଲ କଲେଜର ୪ ଜଣ ଛାତ୍ରଙ୍କୁ ମଧ୍ୟ ସିବିଆଇ ଜେରା କରୁଛି। ସେମାନଙ୍କ ମଧ୍ୟରୁ ୩ ଜଣ ଘଟଣା ଘଟିବାର କିଛି ସମୟ ପୂର୍ବରୁ ପୀଡ଼ିତା ଡାକ୍ତରଙ୍କ ସହ ଏକାଠି ରାତ୍ରଭୋଜନ କରିଥିଲେ। ସେଦିନ ରାତିରେ କ’ଣ ଘଟିଥିଲା ତାହା ସିବିଆଇ ଜାଣିବାକୁ ଚାହୁଁଛି। ଏତଦ୍‌ବ୍ୟତୀତ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରି ମହିଳା ଡାକ୍ତରଙ୍କ ଘନିଷ୍ଠ ବନ୍ଧୁ ଓ ହସ୍ପିଟାଲ ସମ୍ପର୍କରେ ତାଙ୍କର ଧାରଣା ବିଷୟରେ ଜାଣିବାକୁ ଚାହିଁଛି। ସନ୍ଦିଗ୍ଧ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ମନସ୍ତାତ୍ତ୍ୱିକ ପରୀକ୍ଷା ମଧ୍ୟ ଇତିମଧ୍ୟରେ କରାଯାଇଛି। ଦିଲ୍ଲୀରୁ ଆସିଥିବା ସିଏଫ୍‌ଏସ୍‌ଏଲ୍‌ ଅଫିସରଙ୍କ ସହ ସିବିଆଇ ସଞ୍ଜୟଙ୍କ ସାଇକୋଲୋଜିକାଲ ଟେଷ୍ଟ କରିଥିଲା। ଏଥିସହ ସଞ୍ଜୟଙ୍କୁ ଜେରା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri