ଓଡ଼ିଶାରେ ମେଣ୍ଟ ପ୍ରଶ୍ନ ଉଠୁନି: ମୁଣ୍ଡା

ଭୁବନେଶ୍ବର, ୧୪ା୮(ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ହେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରବିବାର ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ମେଣ୍ଟ ହେଲାଭଳି କୌଣସି ପ୍ରଶ୍ନ ଉଠୁନି। ସବୁ ରାଜ୍ୟର ବିକାଶ ସହ ମିଳିମିଶି କାମ କରିବା ପାଇଁ କେନ୍ଦ୍ର ସରକାର ସବୁବେଳେ ପ୍ରୟାସ କରୁଛନ୍ତି। ଏହା ସରକାରଙ୍କ କାମ। ସଙ୍ଗଠନର କାମ ଅଲଗା। ସଙ୍ଗଠନ ନିଜ ଢଙ୍ଗରେ ନିର୍ବାଚନ ଲଢ଼ିବା ସହିତ ରଣନୀତି କରେ। ସଙ୍ଗଠନ କେବେ ସରକାରଙ୍କ ଜରିଆରେ କୌଣସି ରଣନୀତି କରେନାହିଁ। ଓଡ଼ିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନ ଥିଲା ଭଳି ଲାଗୁଛି। ଆଗକୁ ବି ମେଣ୍ଟ ହେଲା ଭଳି ଲାଗୁନି ବୋଲି ମୁଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟରେ ଭାଜପାର ସ୍ଥିତି ବହୁତ ଭଲ ଅଛି। ୨୦୨୪ ନିର୍ବାଚନରେ ଓଡ଼ିଶାରେ ଦଳ ଭଲ ପ୍ରଦର୍ଶନ କରିବ। ଶନିବାର ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ମଧ୍ୟ ରାଜ୍ୟରେ ବିଜେଡି ସହିତ ମେଣ୍ଟ ହେବ ନାହିଁ ବୋଲି କହିଥିଲେ। ମନ୍ତ୍ରୀ ଭୂପିନ୍ଦର କହିଥିଲେ, ଆଗାମୀ ସାଧାରଣ ନିର୍ବାଚନରେ ଭାଜପା ଓଡ଼ିଶାରେ କୌଣସି ମେଣ୍ଟ କରିବ ନାହିଁ। ଦଳ ଏକାକୀ ଲଢିବ। ଆମେ ନିଜ ଦମ୍‌ରେ ରାଜ୍ୟରେ ସରକାର ଗଢ଼ିବାରେ ସକ୍ଷମ ହେବୁ। ସେହିପରି ମନମୋହନ କହିଥିଲେ, ଓଡ଼ିଶାରେ କୌଣସି ମେଣ୍ଟ ହେବନାହିଁ। ଭାଜପା ଏକାକୀ ୧୪୭ଟି ବିଧାନସଭା ଓ ୨୧ଟି ଲୋକ ସଭା ଆସନରେ ଲଢ଼ିବ। ଭାଜପା ଏକ ଅନ୍ତରୀଣ ସର୍ଭେ କରିଥିଲା, ଜୁଲାଇରେ ଭାଜପା ରାଜ୍ୟରେ ଆଗରେ ଥିଲା। ଅଗଷ୍ଟରେ ବି ଆଗରେ ରହିବୁ। ରାଜ୍ୟବାସୀଙ୍କ ମତ ଆମ ସପକ୍ଷରେ ଅଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri