Posted inଜାତୀୟ

ମୁଖ୍‌ତାରଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ

ବାନ୍ଦା/ଲକ୍ଷ୍ନୌ,୩୦ା୩: ୧୯୬୩ ମାର୍ଚ୍ଚ ୨୮ରେ ଉତ୍ତର ପ୍ରଦେଶସ୍ଥିତ ଗାଜିପୁରର ଏକ ରାଜନୈତିକ ପରିବାରରେ ଜନ୍ମିତ ମୁଖ୍‌ତାର ଅନ୍‌ସାରୀଙ୍କ ଗୁରୁବାର ସନ୍ଦେହଜନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ପାଲଟିଥିବା ମୁଖ୍‌ତାରଙ୍କୁ ଜେଲରେ ବିଷ ଦେଇ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଓ ସମର୍ଥକମାନେ ଅଭିଯୋଗ ଆଣିଛନ୍ତି।
ଜେଜେବାପା ମୁଖ୍‌ତାର ଅହମଦ ଅନ୍‌ସାରୀ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଥିବାବେଳେ ଅଜା ମହମ୍ମଦ ଉସ୍‌ମାନ ସେନାରେ ବ୍ରିଗେଡିୟର ଥିଲେ। ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ସାରୀ ହେଉଛନ୍ତି ମୁଖ୍‌ତାରଙ୍କ ଦାଦା। ମୁଖ୍‌ତାର ମଉ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଥିଲେ। ସେ ୧୯୯୬ରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି), ୨୦୦୨ ଓ ୨୦୦୭ରେ ସ୍ବାଧୀନ, ୨୦୧୨ରେ କ୍ୱାମି ଏକତା ଦଳ (କ୍ୟୁଇଡି) ଏବଂ ୨୦୧୭ରେ ପୁଣି ବିଏସ୍‌ପି ଟିକେଟରେ ଜିତିଥିଲେ।
ଦଶକରେ ମୁଖ୍‌ତାର ମାଖନୁ ସିଂ ଗ୍ୟାଙ୍ଗ୍‌ର ସଦସ୍ୟ ଥିବାବେଳେ ସାହିବ ସିଂଙ୍କ ଗ୍ୟାଙ୍ଗ୍‌ ସହ ଶତ୍ରୁତା ହୋଇଥିଲା। ଏହି ଗ୍ୟାଙ୍ଗ୍‌ଗୁଡ଼ିକ ଠିକାଦାର ଓ ମଦ ବ୍ୟବସାୟୀମାନଙ୍କୁ ସୁରକ୍ଷା ଦେବା ପାଇଁ ବଟି ଅସୁଲ କରୁଥିଲେ। ଏହାକୁ ଗୁଣ୍ଡା ଟ୍ୟାକ୍ସ କୁହାଯାଉଥିଲା। ଦାଦାବଟି ଅସୁଲି ର଼୍ୟାକେଟ ଚଳାଇବା ସହ ଏମାନେ ଅପହରଣ ଓ ହତ୍ୟା ଭଳି ଆପରାଧିକ କାର୍ଯ୍ୟକଳାପରେ ମଧ୍ୟ ସାମିଲ ହେଉଥିଲେ। ୨୦୦୫ରେ ଭାଜପା ବିଧାୟକ କ୍ରିଷ୍ଣାନନ୍ଦ ରାଏ ଓ ତାଙ୍କ ୬ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା। ୨୦୨୩ ଏପ୍ରିଲରେ ଏହି ମାମଲାରେ ମୁଖ୍‌ତାରଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ୨୦୨୪ ମାର୍ଚ୍ଚ ୧୩ରେ ଏକ ବେଆଇନ ବନ୍ଧୁକ ଲାଇସେନ୍ସ ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା।
ନେତା ମୁଖ୍‌ତାରଙ୍କ ବିରୋଧରେ ୬୦ରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ଥିଲା। ୨୦୧୭ରେ ୟୁପିରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ସେଗୁଡ଼ିକର ତ୍ୱରିତ ଶୁଣାଣି କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁଖ୍‌ତାରଙ୍କୁ ୨୦୨୧ ଏପ୍ରିଲରେ ପଞ୍ଜାବର ରୁପାର ଜେଲରୁ ୟୁପିକୁ ଅଣାଯାଇଥିଲା। ତେବେ ୨୦୧୮ରୁ ଅଦ୍ୟାବଧି ପୂର୍ବତନ ବିଧାୟକ ମୁଖ୍‌ତାରଙ୍କ ୪ ଘନିଷ୍ଠ ସହଯୋଗୀଙ୍କ ହାଜତ ମୃତ୍ୟୁ ଘଟିଥିବାରୁ ସେ ଆତଙ୍କିତ ଅବସ୍ଥାରେ ଥିଲେ। ସହଯୋଗୀଙ୍କ ଭଳି ତାଙ୍କୁ ମଧ୍ୟ ବିଷ ଦେଇ ହତ୍ୟା କରାଯାଇପାରେ ବୋଲି ମୁଖ୍‌ତାର ଆଶଙ୍କା କରୁଥିଲେ। ଏପରି କି ଜେଲରେ ବାପାଙ୍କୁ ହତ୍ୟା କରାଯାଇପାରେ ବୋଲି ମୁଖ୍‌ତାରଙ୍କ ପୁଅ ଉମର ଅନ୍‌ସାରୀ ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରିଥିଲେ। ୬୩ ବର୍ଷୀୟ ମୁଖ୍‌ତାରଙ୍କୁ ଗୁରୁବାର ସନ୍ଧ୍ୟାରେ ସଂଜ୍ଞାହୀନ ଅବସ୍ଥାରେ ବାନ୍ଦା ଜିଲା ଜେଲରୁ ରାଣୀ ଦୁର୍ଗାବତୀ ମେଡିକାଲ କଲେଜକୁ ଅଣାଯାଇଥିବାବେଳେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ତେବେ ମୁଖ୍‌ତାରଙ୍କୁ ଜେଲରେ ସ୍ଲୋ ପଏଜନ୍‌ ଦିଆଯାଉଥିଲା ବୋଲି ତାଙ୍କ ଭାଇ ତଥା ଗାଜିପୁର ଏମ୍‌ପି ଅଫ୍‌ଜଲ ଅନ୍‌ସାରୀ ଅଭିଯୋଗ ଆଣିଛନ୍ତି। ମୁଖ୍‌ତାର ମଧ୍ୟ ଜେଲରେ ତାଙ୍କୁ ଦିଆଯାଉଥିବା ଖାଦ୍ୟରେ ବିଷ ମିଶାଯାଉଥିବା ବିଷୟ ପୂର୍ବରୁ ଅଭିଯୋଗ ଆଣିଥିଲେ। ପ୍ରାୟ ୪୦ ଦିନ ପୂର୍ବରୁ ମଧ୍ୟ ତାଙ୍କୁ ବିଷ ଦିଆଯାଇଥିଲା। ନିକଟରେ ପୁଣି ବିଷ ଦିଆଯିବାରୁ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯାଇଥିବା ଅଫ୍‌ଜଲ କହିଛନ୍ତି।

ଗାଜିପୁର ନିଆଗଲା ମୃତଦେହ

ବାନ୍ଦାରେ ବ୍ୟବଚ୍ଛେଦ ପରେ ମୁଖ୍‌ତାରଙ୍କ ମୃତଦେହକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ୪୦୦ କି.ମି. ଦୂର ତାଙ୍କ ବାସସ୍ଥାନ ଗାଜିପୁରକୁ ନିଆଯାଉଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ ମୃତଦେହକୁ ନିଆଯାଉଥିବା ଆମ୍ବୁଲାନ୍ସକୁ ୨୬ଟି ପୋଲିସ ଗାଡ଼ି ସୁରକ୍ଷା ଦେଇ ନେଉଛନ୍ତି। ଆମ୍ବୁଲାନ୍ସରେ ମୁଖ୍‌ତାରଙ୍କ ପୁଅ ଓ ଅନ୍ୟ ସମ୍ପର୍କୀୟମାନେ ଅଛନ୍ତି। ମୃତଦେହ ଅପେକ୍ଷାରେ ଥିବା ସ୍ଥାନୀୟ ଲୋକେ ଦୋକାନ ବଜାର ବନ୍ଦ କରିଛନ୍ତି। ଗାଜିପୁରସ୍ଥିତ ମହମ୍ମଦ କାଲିବାଗ କବରସ୍ଥଳରେ ତାଙ୍କୁ ସମାଧି ଦିଆଯିବ।

ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ

ଗ୍ୟାଙ୍ଗ୍‌ଷ୍ଟର ମୁଖ୍‌ତାର ଅନ୍‌ସାରୀଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିବା ପରେ ଉତ୍ତର ପ୍ରଦେଶର ବାନ୍ଦାସ୍ଥିତ ଏକ କୋର୍ଟ ଶୁକ୍ରବାର ଏହି ମାମଲାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବାନ୍ଦା ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌) ଭଗବାନ ଦାସ ଗୁପ୍ତା ଅତିରିକ୍ତ ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ (ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ)ଙ୍କୁ ମାମଲାର ତଦନ୍ତକାରୀ ଅଧିକାରୀ ନିଯୁକ୍ତ କରିଛନ୍ତି। ସିଜେଏମ୍‌ ମାସକ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଯେ, ମାର୍ଚ୍ଚ ୨୧ରେ ବାରାବାଙ୍କିର ଗୋଟିଏ କୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଭିଡିଓ ଲିଙ୍କ୍‌ ଜରିଆରେ ମୁଖ୍‌ତାରଙ୍କ ଓକିଲ ତାଙ୍କ ମହକିଲଙ୍କୁ ଜେଲରେ ସ୍ଲୋ ପଏଜନ ଦିଆଯାଉଥିବାରୁ ସ୍ବାସ୍ଥ୍ୟେରେ ଅବନତି ଘଟୁଥିବା ବିଷୟ ଜଣାଇଥିଲେ। ମୃତ୍ୟୁ ପୂର୍ବରୁ ମଙ୍ଗଳବାର ମୁଖ୍‌ତାର ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରାୟ ୧୪ ଘଣ୍ଟା ଧରି ଏକ ହସ୍ପିଟାଲରେ ରଖାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri