ପଦବୀ ଛାଡିବେ ମହାରାଣୀ ମାର୍ଗେଟ ଦ୍ୱିତୀୟ: କଲେ ଘୋଷଣା…

କୋପେନହେଗେନ,୧।୧ : ଡେନମାର୍କର ରାଣୀ ମାର୍ଗେଟ ଦ୍ୱିତୀୟ ନୂଆ ବର୍ଷରେ ସମସ୍ତଙ୍କୁ ଚକିତକାରୀ ଖବର ଦେଇଛନ୍ତି। ସେ ତାଙ୍କର ୫୨ ବର୍ଷର ଶାସନ ଶେଷ କରିବାକୁ ଘୋଷଣା କରିଛନ୍ତି। ରାଣୀ କହିଛନ୍ତି ସେ ୨୦୨୪ ଜାନୁଆରୀ ୧୪ ରେ ଇସ୍ତଫା ଦେବେ ଏବଂ ତାଙ୍କ ବଡ଼ପୁଅଙ୍କୁ ସିଂହାସନ ହସ୍ତାନ୍ତର କରିବେ।

ପ୍ରତିବର୍ଷ ଭଳି, ଏହି ବର୍ଷ ମଧ୍ୟ ୮୩ ବର୍ଷୀୟ ରାଣୀ ନୂଆ ବର୍ଷ ଅବସରରେ ଏକ ଲାଇଭ ଟିଭି ଭାଷଣ ଦେଉଥିଲେ, ଯେତେବେଳେ ହଠାତ ସେ ତାଙ୍କ ଅବସର ଘୋଷଣା କରିଥିଲେ। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ।ରାଣୀ ମାର୍ଗେଟ ଦ୍ୱିତୀୟ ସିଂହାସନରେ ଅର୍ଦ୍ଧ ଶତାବ୍ଦୀ ପୂରଣ କରିଛନ୍ତି। ତାଙ୍କର ୫୨ ବର୍ଷ ଶାସନ କାଳରେ ସେ ଡେନମାର୍କ ରାଜତନ୍ତ୍ରକୁ ଆଧୁନିକୀକରଣ କରିବା ପାଇଁ ଯାହା କରିଥିଲେ ସେଥିପାଇଁ ତାଙ୍କୁ ସର୍ବସାଧାରଣରେ ପ୍ରଶଂସା କରାଯାଇଛି ।

୧୯୭୨ ମସିହାରୁ ରାଣୀ ମାର୍ଗେଟ ଦ୍ୱିତୀୟ ଡେନମାର୍କର ଶାସକ ରହିଆସିଛନ୍ତି। ଫେବୃଆରୀରେ ହୋଇଥିବା ସଫଳ ମେରୁଦଣ୍ଡ ଅପରେଶନ ବିଷୟରେ ସେ କହିଛନ୍ତି, ’ମୁଁ ୨୦୨୩ ଆରମ୍ଭରେ ମେରୁଦଣ୍ଡ ସର୍ଜରୀ ପରେ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କରିଥିଲି। ତେଣୁ ମୁଁ ସ୍ଥିର କରିଛି ବର୍ତ୍ତମାନ ଗାଦି ଛାଡିବାର ଉପଯୁକ୍ତ ସମୟ ।
ସେ କହିଛନ୍ତି, ’ମୋ ବାପାଙ୍କ ଉତ୍ତରାଧିକାରୀ ହେବାର ୫୨ ବର୍ଷ ପରେ, ଜାନୁଆରୀ ୧୪, ମୁଁ ଡେନମାର୍କର ରାଣୀ ପଦରୁ ଇସ୍ତଫା ଦେବି। ଏହା ପରେ ମୋର ବଡ ପୁଅ କ୍ରାଉନ ପ୍ରିନ୍ସ ଫ୍ରେଡେରିକ ଦାୟିତ୍ୱ ଗ୍ରହଣ କରିବେ ।

ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ କହିଛନ୍ତି ତାଙ୍କ ଆଜୀବନ ଉତ୍ସର୍ଗୀକୃତ ତଥା ରାଜ୍ୟ ପାଇଁ ନିରନ୍ତର ଉଦ୍ୟମ ଲାଗି ରାଣୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ପ୍ରାକ ବଜେଟ ବୈଠକରେ ହେଲା ଜରୁରୀ ଆଲୋଚନା: ମଧ୍ୟବିତ୍ତଙ୍କ ପାଇଁ ଏଥର ଫୋକସ୍‌ରେ ରହିବ…

ଭୁବନେଶ୍ୱର,୬।୨: ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଠାରୁ ମଧ୍ୟ ରାୟ ଲୋଡିଛନ୍ତି ରାଜ୍ୟ ସରକାର। ମୁଖ୍ରମନ୍ତ୍ରୀ କହିଛନ୍ତି,…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri