ରାଣୀ ଅହଲ୍ୟାବାଈ ହୋଲ୍‌କର: ମହିଳା ସଶକ୍ତୀକରଣ ଓ ଦୃଢ଼ ନେତୃତ୍ୱର ଏକ ପ୍ରତୀକ

ପୁରୁଷପ୍ରାଧାନ୍ୟ ସମାଜରେ ଯେଉଁ କେତେଜଣ ବୀରାଙ୍ଗନା ସାମାଜିକ ଶୃଙ୍ଖଳକୁ ଛିନ୍ନ କରି ନିଜର ଧୀଶକ୍ତି ଓ ସାମର୍ଥ୍ୟ ବଳରେ ଭାରତର ରାଜନୈତିକ ଇତିହାସରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିିଛନ୍ତି ସେମାନଙ୍କ ମଧ୍ୟରୁ ଅହଲ୍ୟାବାଈ ହୋଲ୍‌କର ଅନ୍ୟତମ। ଘଟଣାବହୁଳ ଅଷ୍ଟାଦଶ ଶତାବ୍ଦୀରେ ଇନ୍ଦୋରର ହୋଲ୍‌କର ରାଜବଂଶର ରାଣୀ ଭାବେ ତାଙ୍କର ଶକ୍ତିଶାଳୀ ନେତୃତ୍ୱ ସମାଜରେ ମହିଳାଙ୍କର ସାମର୍ଥ୍ୟ ଓ ପରାକାଷ୍ଠାକୁ ପ୍ରମାଣିତ କରିବା ସହ ତାଙ୍କୁ ନାରୀ ଜାତିର ଆଦର୍ଶ ରୂପେ ପ୍ରମାଣିତ କରିପାରିଛି। ଏହି ମହୀୟସୀ ମହିଳା ପିତା ମାଣକୋଜି ସିନ୍ଧେ ଓ ମାତା ସୁଶୀଳା ଦେବୀଙ୍କ ତୃତୀୟ ସନ୍ତାନ ଭାବେ ୧୭୨୫ ମେ ୩୧ରେ ଅହମ୍ମଦନଗର ଚାଣ୍ଡୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।
ପିଲାଟି ଦିନରୁ ଅହଲ୍ୟାବାଈ ଶିବ ଭକ୍ତ ଥିଲେ। ତାଙ୍କର ଶିବ ଭକ୍ତି ଓ ବିନମ୍ରତାକୁ ଦେଖି ମାଲୱାର ସୁବେଦାର ମହ୍ଲାର ରାଓ ତାଙ୍କୁ ମାତ୍ର ୧୨ ବର୍ଷ ବୟସରେ ସୁବେଦାର ରାଜବଂଶର ବୋହୂ ଭାବେ ସ୍ବୀକାର କରିଥିଲେ। ପତି ଖାଣ୍ଡେରାଓଙ୍କର ଅନୁମତି ନେଇ ଅହଲ୍ୟାବାଈ ରାଜ ପରିବାରର ସମସ୍ତ ପରମ୍ପରା ଓ ଯୁଦ୍ଧବିଦ୍ୟା ଗ୍ରହଣ ସହିତ ଶାସନ ଏବଂ ପ୍ରଶାସନ ସମ୍ବନ୍ଧରେ ଅବଗତ ହୋଇଥିଲେ।
୧୭୪୫ରେ ସେ ଏକ ପୁତ୍ର ସନ୍ତାନ(ମାଲେ ରାଓ) ଓ ୧୭୪୮ରେ ଏକ କନ୍ୟା ସନ୍ତାନ(ମୁକ୍ତା)ଙ୍କ ଜନନୀ ହୋଇଥିଲେ। ୧୭୫୪ରେ ସ୍ବାମୀ ଖାଣ୍ଡେରାଓ ରାଜସ୍ଥାନର କୁମ୍ବେରି ଯୁଦ୍ଧରେ ମୃତ୍ୟୁ, ତାପରେ ଶ୍ୱଶୁର ମହ୍ଲାର ରାଓଙ୍କ ଦେହାନ୍ତ ଏବଂ ୨୨ ବର୍ଷୀୟ ପୁତ୍ର ମାଲେ ରାଓଙ୍କ ମୃତ୍ୟୁ ଅହଲ୍ୟାବାଈଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା। ହେଲେ ଦୃଢ଼ମନା ମହାରାଣୀ ସମସ୍ତ କଷ୍ଟକୁ ନିଜ ଭିତରେ ଚାପି ରଖି ନିରନ୍ତର ଭାବେ ୨୮ ବର୍ଷ ସଫଳତାର ସହ ରାଜ୍ୟ ଶାସନ କରିଥିଲେ। ଜଣେ ସାଧାରଣ ସନ୍ଥଙ୍କ ପରି ଜୀବନ ଯାପନ କରି ପ୍ରତ୍ୟେକ ଦିନ ଶିବ ଅର୍ଚ୍ଚନା ସହ ଗୋଶାଳା ଦର୍ଶନ ଓ ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ।
ସାମାଜିକ ଭିତ୍ତିଭୂମିର ଉନ୍ନୟନ ସୁପ୍ରଶାସନର ଏକ ବୈଶିଷ୍ଟ୍ୟ ତଥା ଅର୍ଥନୈତିକ ଅଗ୍ରସରର ସହାୟକ ବୋଲି ବିବେଚନା କରି ରାଣୀ ଅହଲ୍ୟାବାଈ ନିଜ ରାଜତ୍ୱ ସମୟରେ ଅନେକ ସଡ଼କ, ସାର୍ବଜନୀନ ସଦନ ଓ ଧର୍ମଶାଳା ନିର୍ମାଣ କରିଥିଲେ। ରାଜ୍ୟର ଅପହଞ୍ଚ ଇଲାକାଗୁଡ଼ିକୁ ସଡ଼କ ଜରିଆରେ ସଂଯୋଗ କରି ପ୍ରଜାଙ୍କର ଗମନାଗମନର ସୁବିଧା ସମେତ ଆନ୍ତଃରାଜ୍ୟ ବାଣିଜ୍ୟକୁ ସୁଦୃଢ଼ କରିବାରେ ସେ ସକ୍ଷମ ହୋଇ ପାରିଥିଲେ।
ସମାଜର ଅବହେଳିତ ବର୍ଗର ବିକାଶ ଅହଲ୍ୟାବାଈଙ୍କ ପ୍ରଶାସନର ଅନ୍ୟ ଏକ ପ୍ରମୁଖ ଉପାଦାନ ଥିଲା। ବିଭିନ୍ନ ଯୋଜନା ମାଧ୍ୟମରେ ସେ ସେମାନଙ୍କୁ ଆର୍ଥିକ ସହାୟତା, ଆଶ୍ରୟ ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏ କ୍ଷେତ୍ରରେ ତାଙ୍କ ରାଜ୍ୟରେ ବାସକରୁଥିବା ଭିଲ୍‌ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସେ ନେଇଥିବା ପଦକ୍ଷେପଗୁଡ଼ିକ ପରବର୍ତ୍ତୀ ସମୟରେ ପ୍ରଶାସନ ନିମନ୍ତେ ଉଦାହରଣ ପାଲଟି ଯାଇଥିଲା। ରାଜକୋଷରୁ ଶହୀଦ ପରିବାରକୁ ଋଣ, ଦରିଦ୍ରମାନଙ୍କୁ କୃଷି ଓ ବାଣିଜ୍ୟ ପାଇଁ ଶସ୍ତା ଋଣ, ବନ ସଂରକ୍ଷଣ, ବୃକ୍ଷରୋପଣ ଓ ଦୈବୀ ଦୁର୍ବିପାକ ସମୟରେ କ୍ଷତିପୂରଣ ପ୍ରଦାନ କରି ସେ ଜଣେ ପ୍ରଜାବତ୍ସଳ ଶାସକ ହୋଇପାରିଥିଲେ। ପାରମ୍ପରିକ ହସ୍ତ ଶିଳ୍ପକୁ ପୁନରୁଦ୍ଧାର କରିବା ପାଇଁ ସେ ବଳିଷ୍ଠ ପଦକ୍ଷେପମାନ ଗ୍ରହଣ କରିଥିଲେ।
ସାମାଜିକ ସଶକ୍ତୀକରଣରେ ଶିକ୍ଷାର ଭୂମିକା ଅନିବାର୍ଯ୍ୟ ଭାବି ସେ ନିଜ ରାଜ୍ୟର କୋଣ ଅନୁକୋଣରେ ଅନେକ ବିଦ୍ୟାଳୟ ଓ ଶିକ୍ଷାୟତନ ପ୍ରତିଷ୍ଠା କରିଥିଲେ। ଗୁରୁକୁଳ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହ ସମାଜର ବିକାଶରେ ନାରୀ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ଏ କ୍ଷେତ୍ରରେ ପ୍ରଚଳିତ ସାମାଜିକ ପ୍ରତିବନ୍ଧକ ସତ୍ତ୍ୱେ ସେ ସେମାନଙ୍କୁ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଥିଲେ। କୌଣସି ଝିଅର ଶିକ୍ଷା ତା’କୁ ଦାରିଦ୍ର୍ୟରୁ ମୁକ୍ତି କରାଇବାର ଟିକେଟ ପ୍ରଦାନ କରାଇଥାଏ ବୋଲି ତାଙ୍କ ଜେଜେ ମା’ଙ୍କର ଦୃଢ଼ୋକ୍ତି ତାଙ୍କୁ ବହୁଭାବେ ପ୍ରଭାବିତ କରିଥିଲା। ତାଙ୍କ ରାଜତ୍ୱକାଳରେ, ମହିଳାମାନେ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଅଧିକାର କରିବା ସଙ୍ଗେ ସଙ୍ଗେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରୁଥିଲେ। ନେତୃତ୍ୱ ନେବାରେ ମହିଳାମାନଙ୍କ ଶକ୍ତି ଓ ସାମର୍ଥ୍ୟରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ତାଙ୍କ ପ୍ରଶାସନ ଏକ ଆଶାର ପ୍ରତୀକ ହୋଇଥିଲା।
ରାଣୀ ଅହଲ୍ୟାବାଈଙ୍କ ନେତୃତ୍ୱର ଏକ ପ୍ରମୁଖ ଦିଗ ଥିଲା ସାମାଜିକ ନ୍ୟାୟ ଏବଂ ଧାର୍ମିକ ସଂସ୍କାର ପ୍ରତି ତାଙ୍କର ପ୍ରତିବଦ୍ଧତା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ପ୍ରଜା ରାଣୀଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ସାମାଜିକ ଭିତ୍ତିଭୂମିକୁ ଉପଯୋଗ କରିପାରୁଥିଲେ। ହିନ୍ଦୁ ଧର୍ମର ଐତିହ୍ୟ ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ସେ ଶହେରୁ ଊର୍ଦ୍ଧ୍ୱ ମନ୍ଦିରକୁ ପୁନଃ ନିର୍ମାଣ କରିଥିଲେ। ପ୍ରସିଦ୍ଧ ସୋମନାଥ ମନ୍ଦିର ସହିତ ଅନେକ ଧାର୍ମିକସ୍ଥଳୀ ଯଥା କାଶୀ ବିଶ୍ୱନାଥ, ଅଯୋଧ୍ୟା, ବୃନ୍ଦାବନ ଆଦିର ପୁନରୁଦ୍ଧାର ପାଇଁ ସେ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ପୁରୀଠାରେ ଗୋଟିଏ ମନ୍ଦିର, ଆଶ୍ରମ ଓ ଉଦ୍ୟାନ ନିର୍ମାଣ କରି ସେ ଓଡ଼ିଶା ସହ ତାଙ୍କର ସୁସମ୍ପର୍କକୁ ପ୍ରମାଣିତ କରିଥିଲେ। ତାଙ୍କ ସମୟରେ ପ୍ରଚଳିତ ମୁଦ୍ରାରେ ଶିବଲିଙ୍ଗ ଓ ବେଲପତ୍ର ଅଙ୍କିତ ହେବା ସହ ନନ୍ଦୀ ଚିତ୍ର ଶୋଭା ପାଉଥିଲା। ସମସ୍ତ ପତ୍ରାଳାପରେ ସେ ନିଜର ସ୍ବାକ୍ଷର ନିମିତ୍ତ ଉଦ୍ଦିଷ୍ଟ ସ୍ଥାନରେ ଶ୍ରୀ ଶଙ୍କର ଲେଖୁଥିଲେ। ଏହା ତାଙ୍କ ଶିବ ଭକ୍ତି ଓ ଉପାସନାର ପରିଚୟ ପ୍ରଦାନ କରେ।
ରାଣୀ ଅହଲ୍ୟାବାଈ ହୋଲ୍‌କରଙ୍କ ନେତୃତ୍ୱଶୈଳୀ ଥିଲା ଜ୍ଞାନ, ସାହସ ଏବଂ ସର୍ବସାଧାରଣଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତା। ସାମାଜିକ ସ୍ଥିତି କିମ୍ବା ଲିଙ୍ଗ ନିର୍ବିଶେଷରେ ନ୍ୟାୟପୂର୍ଣ୍ଣ ଶାସନ କରିବା, ନ୍ୟାୟକୁ ବଜାୟ ରଖିବା ଏବଂ ନାଗରିକଙ୍କର କଲ୍ୟାଣକୁ ପ୍ରାଥମିକତା ଦେବାରେ ତାଙ୍କର ଦକ୍ଷତା ତାଙ୍କୁ ମହିଳା ସଶକ୍ତୀକରଣର ପ୍ରକୃତ ପ୍ରତୀକ ଭାବେ ଅଭିହିତ କରେ। ସେ ତତ୍କାଳୀନ ସତୀଦାହ ପ୍ରଥାକୁ ନାପସନ୍ଦ କରିବା ସଙ୍ଗେ ସଙ୍ଗେ ଯୌତୁକ ପ୍ରଥାକୁ ଅପରାଧ ବୋଲି ଘୋଷଣା କରିଥିଲେ। ସମଗ୍ର ଦେଶରେ ଆନ୍ତଃରାଜ୍ୟ ବିବାହକୁ ସମର୍ଥନ ଜଣାଇ ସେ ବିଧବାମାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ହାସଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜନକଲ୍ୟାଣ ସହିତ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାକୁ ସେ ଦୃଢ଼ ପ୍ରୟାସୀ ଥିଲେ। ଭାରତ ଇତିହାସରେ ନିଜର ରାଜନୀତି ଓ ରଣନୀତି ଉତ୍ତମ ଭାବେ ପରିପ୍ରକାଶ ଏବଂ ପ୍ରତିପାଦନ କରି ସେ ପ୍ରକୃତରେ ରାଷ୍ଟ୍ରମାତାର ପଦବୀ ଧାରଣ କରିଛନ୍ତି।
ଅଧୁନା ବିଶ୍ୱରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ଏକ ନିରନ୍ତର ସଂଘର୍ଷ ହୋଇଥିବାରୁ ରାଣୀ ଅହଲ୍ୟାବାଈଙ୍କ କାହାଣୀ ଏକ ଉଜ୍ଜ୍ୱଳ ଉଦାହରଣ। ତାଙ୍କ କାହାଣୀ କେବଳ ଇତିହାସର ଏକ ଅଧ୍ୟାୟ ନୁହେଁ, ଏହା ଭବିଷ୍ୟତ ପ୍ରଶାସନ ପାଇଁ ଏକ ଆଲୋକବର୍ତ୍ତିକା।

ଶ୍ରୀମତୀ ପ୍ରଭାତୀ ପରିଡ଼ା

ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?