‘ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷାର ହେବ ବିକାଶ’

ଦାରିଙ୍ଗବାଡ଼ି,୨୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଅଞ୍ଚଳରେ ରହିଥିବା ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଭାବେ ସକ୍ଷମ କେନ୍ଦ୍ର ସ୍ଥାପନ ହୋଇଛି। ଏହାକୁ ଗୁରୁବାର ଉଦ୍‌ଘାଟନ କରାଯାଇଛି। ଏଥିରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବନମାଳୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜକିରଣ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ଭ୍ରମରବାଡ଼ି ପଞ୍ଚାୟତର ସମିତିସଭ୍ୟା ମିତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭୀଷ୍ମ ଚରଣ ପୂଜାରୀ, ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ରଶ୍ମିତା ସେନାପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ସକ୍ଷମ କେନ୍ଦ୍ର ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଶିକ୍ଷଣୀୟ ସାମଗ୍ରୀ ସହ ଶିକ୍ଷା ଏବଂ ସେମାନଙ୍କ ମାନସିକ ବୌଦ୍ଧିକ ଓ ଅନ୍ୟାନ୍ୟ ଦିଗରେ ବିକାଶ ହୋଇପାରିବ ବୋଲି କୁହାଯାଇଛି। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଜଳେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜ୍‌କୁ ହରାଇ ଖୋଲିଦେଲା ବାଟ, ଏବେ ଟିମ୍‌ ଇଣ୍ଡିଆ ଖେଳିବ ସେମିଫାଇନାଲ?

ନୂଆଦିଲ୍ଲୀ,୨୬।୨: ଅହମ୍ମଦାବାଦରେ ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୯ ଉଇକେଟରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଆଡ଼କୁ…

ବିପଦରେ ଏହି ୫ ଅଧିନାୟକଙ୍କ ପଦ, T20 World Cup ରେ ବିଫଳ ହେବା ପରେ ଘନେଇଲା…

ନୂଆଦିଲ୍ଲୀ,୨୬।୨: ଟି-୨୦ ବିଶ୍ୱକପ ୨୦୨୬ର ଚାମ୍ପିୟନ କିଏ ହେବ, ତାହା ମାର୍ଚ୍ଚ ୮ ତାରିଖରେ ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ଏହି ଦୌଡ଼ରେ ୭ଟି ଦଳ ବାକି ଅଛନ୍ତି।…

ମଣ୍ଡିକୁ ଦୌଡ଼ିଦୌଡ଼ି ପ୍ରାଣ ହରାଇଲେ ଚାଷୀ, ମିଲର-ସମ୍ପାଦକଙ୍କ ନାଁରେ ଅଭିଯୋଗ ଆଣି…

ରାଜନଗର,୨୬ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଜୁଣଗଡ଼ି ଗାଁରେ ଜଣେ ଚାଷୀ ମଣ୍ଡିକୁ ଦୌଡ଼ିଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି। ମୃତ ଚାଷୀ ଜଣକ ହେଲେ ତ୍ରିଲୋଚନ…

NCERT ପୁସ୍ତକ ତ୍ରୁଟିକୁ ନେଇ କ୍ରୋଧିତ ହେଲେ ପ୍ରଧାନମନ୍ତ୍ରୀ, ‘ପିଲାମାନଙ୍କୁ କ’ଣ ପଢ଼ାଯାଉଛି,ଧ୍ୟାନ ଦେବା ଉଚିତ’

ନୂଆଦିଲ୍ଲୀ,୨୬।୨: ନୂତନ NCERT ଶ୍ରେଣୀ 8 ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଉପରେ ଏକ ଅଧ୍ୟାୟ ଯୋଡା ଯାଇଥିଲା, ଯାହା ବିବାଦ ସୃଷ୍ଟି କରିଛି ।…

ଭାରତ-ଇସ୍ରାଏଲ ବନ୍ଧୁତାକୁ ‘ବିଶେଷ’ ମାନ୍ୟତା: ‘ଆତଙ୍କବାଦ ବିରୋଧୀ’ ମାଷ୍ଟରପ୍ଲାନ ପ୍ରସ୍ତୁତ କଲେ ମୋଦି-ନେତାନ୍ୟାହୁ

ଜେରୁଜେଲମ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଏହି ବୈଠକକୁ ଐତିହାସିକ ବୋଲି ବର୍ଣ୍ଣନା…

DGCAର ନୂଆ ନିୟମ, ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ କଲେ….

ନୂଆଦିଲ୍ଲୀ,୨୬।୨: ଲକ୍ଷ ଲକ୍ଷ ବିମାନ ଯାତ୍ରୀଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି । ଯଦି ୪୮ ଘଣ୍ଟା ମଧ୍ୟରେ ବୁକ୍…

୨୦ରୁ ଊର୍ଦ୍ଧ୍ୱ ଶହୀଦସ୍ତମ୍ଭ ଭାଙ୍ଗିଲେ ଗ୍ରାମବାସୀ

ମାଲକାନଗିରି,୨୬।୨: ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି କମିଥିବା ବେଳେ ଶାନ୍ତି ଫେରୁଛି। ଏହି ପରିପ୍ରେକ୍ଷୀରେ ସ୍ୱାଭିମାନ ଅଞ୍ଚଳର ମାଥିଲି, କାଲିମେଳା ଏବଂ ଖଇରପୁଟରେ ଥିବା…

‘ନ୍ୟାୟପାଳିକାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ’, NCERT ପୁସ୍ତକ ବିବାଦକୁ ନେଇ ବଡ଼ ବୟାନ ଦେଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୬।୨: NCERT ଶ୍ରେଣୀ ୮ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଅଧ୍ୟାୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri