Posted inଖେଳ

୪ର୍ଥ ରାଉଣ୍ଡରେ କ୍ୱାଲିଫାୟର ଓଲ୍‌ଗା, ଇଲିସାବେଟା

ପ୍ୟାରିସ, ୧।୬: ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରେ ଅନେକ ଅଣସିଡେଡ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି। ସେମାନଙ୍କ ମଧ୍ୟରୁ ଇଲିସାବେଟା କୋକିଆରେଟୋ ଓ କ୍ୱାଲିଫାୟର ଓଲ୍‌ଗା ଡାନିଲୋଭିଚ୍‌ ପ୍ରଥମଥରପାଇଁ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଇଟାଲୀର ଇଲିସାବେଟା ଶୁକ୍ରବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ୧୭ଶ ସିଡ୍‌ ରୁଷିଆର ଲୁଡମିଲା ସାମ୍‌ସୋନୋଭାଙ୍କୁ ୭-୬(୭/୪) ଓ ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି ସର୍ବିୟାର ଡାନିଲୋଭିଚ୍‌ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୦-୬, ୭-୫, ୭-୬ (୧୦/୮) ସେଟ୍‌ରେ କ୍ରୋଏସିଆର ଡୋନା ଭେକିକ୍‌ଙ୍କୁ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ସେଟ୍‌ ମିସ୍‌ କରି ନ ଥିବା ୩ୟ ସିଡ୍‌ କୋକୋ ଗଫ୍‌ ୬-୨, ୬-୪ରେ ୩୦ତମ ସିଡ୍‌ ଡାୟନା ୟାଷ୍ଟ୍ରେମସ୍କାଙ୍କୁ ପରାସ୍ତ କରିଛନ୍ତି। ୧୯ତମ ସିଡ୍‌ ଭିକ୍ଟୋରିଆ ଆଜାରେଙ୍କାଙ୍କ ଅଭିଯାନ କିନ୍ତୁ ଦ୍ୱିତୀୟ ରାଉଣ୍ଡରୁ ଶେଷ ହୋଇଛି। ସେ ଅଣସିଡେଡ ମୀରା ଆନ୍ଦ୍ରଭାଙ୍କଠାରୁ ୩-୬, ୬-୩, ୫-୭ ସେଟ୍‌ରେ ହାରି ଯାଇଛନ୍ତି। ସେହିପରି ୨୦ତମ ସିଡ୍‌ ଆନାସ୍ତାସିଆ ପାଭ୍‌ଲ୍ୟୁଚେଙ୍କୋଭା ମଧ୍ୟ ଅଣସିଡେଡ ଆନା ବୋଗଡାନଙ୍କଠାରୁ ୪-୬, ୪-୬ ସେଟ୍‌ରେ ହାରି ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୧୦ମ ସିଡ୍‌ ଡାରିଆ କାସାଟକିନା ମଧ୍ୟ ସମଦଶା ଭୋଗିଛନ୍ତି। ସେ ଅଣସିଡେଡ୍‌ ପେଟନ ଷ୍ଟନର୍‌ସଙ୍କଠାରୁ ୫-୭, ୨-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି। ଟପ୍‌ ସିଡ୍‌ ଇଗା ସ୍ବିଡେକ ଓ ୮ମ ସିଡ୍‌ ଓନ୍ସ ଜାବେର ନିଜ ତୃତୀୟ ରାଉଣ୍ଡ ମ୍ୟାଚ ଜିତି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ରୁବଲେଭଙ୍କ ଅଭିଯାନ ଶେଷ
ପୁରୁଷ ସିଙ୍ଗଲ୍ସରେ ୬ଷ୍ଠ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବଲେଭଙ୍କ ଅଭିଯାନ ତୃତୀୟ ରାଉଣ୍ଡରୁ ସମାପ୍ତ ହୋଇଛି। ସେ ଅଣସିଡେଡ ଇଟାଲୀର ମାଟେଓ ଅର୍ନାଲ୍ଡିଙ୍କଠାରୁ ୬-୭ (୬/୮), ୨-୬, ୪-୬ ସେଟ୍‌ରେ ହାରି ଯାଇଛନ୍ତି। ଦ୍ୱିତୀୟ ସିଡ୍‌ ଜାନିକ ସିନର କିନ୍ତୁ ସହଜ ବିଜୟ ସହ ୪ର୍ଥ ରାଉଣ୍ଡରେ ପହଞ୍ଚତ୍ଛନ୍ତି। ସେ ତୃତୀୟ ରାଉଣ୍ଡ ମ୍ୟାଚରେ ପାଭେଲ କୋଟୋଭଙ୍କୁ ୬-୪, ୬-୪, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ୨୮ତମ ସିଡ୍‌ ଟୋମାସ ମାର୍ଟିନ ଇଚେଭେରି ଦ୍ୱିତୀୟ ରାଉଣ୍ଡରେ ଓ୍ବାକ୍‌ଓଭର ପାଇଛନ୍ତି। ମ୍ୟାଚ ୩-୬, ୬-୭(୮-୧୦), ୬-୧, ୫-୦ ସ୍ଥିତିରେ ଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ଆର୍ଥର ରିଣ୍ଡର୍କନେଚ୍‌ ଓହରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ସମୟରେ ବରଗଡ଼ରେ ଚାଞ୍ଚଲ୍ୟ: ଗଳାକାଟି ଯୁବକଙ୍କୁ ହତ୍ୟା କଲେ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ଉତ୍ସବମୁଖର ହୋଇ ପଡିଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ନିକଟସ୍ଥ ଘୁଲିପାଲିରେ ଜଣେ...

ଡ୍ୟୁଟି ସାରି ବାଇକରେ ଘରକୁ ଫେରୁଥିଲେ ହୋମଗାର୍ଡ, ବାଟରେ ଘଟିଲା…

ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ମଲମଣ୍ଡା-ରଣ୍ଡା ଗାଁ ମଝିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି।...

ପାରିବାରିକ ଉତ୍ତରଦାୟିତ୍ୱ

ମାନବର ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ ଏବଂ ଅମାନବୀୟ ଚାରିତ୍ରିକ ସ୍ଖଳନ ସମାଜର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛି। କିଛି ପରିବାରରେ ଏହା ଆଭିଜାତ୍ୟର ରୂପ ନେଇସାରିଛି।...

ଡାଇଓଜିନୀଜଙ୍କ ଅନ୍ବିଷ୍ଟ ମଣିଷ

ସୁଦୂର ଅତୀତର (କାରଣ ଖ୍ରୀଷ୍ଟପୂର୍ବ) ଏଇ ବିସ୍ମୟକର ଅଥଚ ଆଧ୍ୟାତ୍ମିକ ଭାବସମ୍ପନ୍ନ ଅଲୌକିକ କ୍ରିୟା, ମାନବ ସଭ୍ୟତାର ଇତିହାସରେ ଏକ ମାଇଲ ଖୁଣ୍ଟ। ସୃଷ୍ଟିର ରାଜମୁକୁଟ...

ଚାପର ପରୀକ୍ଷା

ଜଟିଳ ସ୍ଥିତି ଦେଇ ଗତି କରୁଥିବା ଭାରତ-ବାଂଲାଦେଶ ସମ୍ପର୍କକୁ ସୁଧାରିବା ଲାଗି ଚେଷ୍ଟା କରାଯାଉଛି। ଉଭୟ ପକ୍ଷର ସଂସ୍ଥା, ସୁରକ୍ଷା ଏଜେନ୍ସି ଏବଂ ଦାୟିତ୍ୱରେ ଥିବା...

ରବିଚାଷ ପାଇଁ ଅନିଶ୍ଚିତତାରେ ଚାଷୀ: ଉଠାଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ଅଭିଯୋଗ

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡା ଗ୍ରାମର ଚାଷୀ ଅରବିନ୍ଦ ମିଶ୍ର। ତାଙ୍କ ଚାଷଜମିରେ ଉଠାଜଳସେଚନ ବିଭାଗ ପକ୍ଷରୁ ଏକ ବୋରିଂ ଖୋଳାଯିବା ସହିତ...

ବରଗଡ଼ ଧନୁଯାତ୍ରା: କିଛି କଥା, କିଛି ବ୍ୟଥା

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ମଥୁରାନଗରୀ ପାଲଟିଥାଏ। ଏଠାରେ କଂସ ରାଜୁତି ଚାଲିଥାଏ ଏବଂ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଥାଏ। ଏହା ପୌରାଣିକ...

ନିର୍ବନ୍ଧ -ବିବାହକୁ ନେଇ କନଫର୍ମ କଲେ ପ୍ରିୟଙ୍କା ଗାନ୍ଧୀ, ପୁଅ, ବୋହୂଙ୍କ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୩।୧: କଂଗ୍ରେସ ମହାସଚିବ ଏବଂ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶେଷରେ ତାଙ୍କ ପୁଅ ରେହାନଙ୍କ ନିର୍ବନ୍ଧ ଏବଂ ବିବାହକୁ ନିଶ୍ଚିତ କରିଛନ୍ତି। ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri