ଭୁବନେଶ୍ବର,୧୨।୨: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଜମି ପଟ୍ଟାରେ ଲାଗିବ କ୍ୟୁଆର କୋଡ୍ । ଇଲୋକ୍ଟ୍ରୋନିକ ଯୁକ୍ତ ହେବ ଏହି କ୍ୟୁଆର କୋଡ୍ । ତେବେ କ୍ୟୁଆର କୋଡ୍ ସ୍କାନ କଲେ ଜମି ପଟ୍ଟାର ସବୁ ବିବରଣୀ ଆସିପାରିବ । ଏହାଦ୍ବାରା ଜମି କିଣାବିକାରେ ଆଉ ଠକେଇ ହୋଇପାରିବ ନାହିଁ ।
ଲୋକଙ୍କୁ ଦଲାଲମାନେ ଯେଉଁଭଳି ଭାବେ ଠକେଇ କରୁଛନ୍ତି ତାହା ଉପରେ ରୋକ୍ ଲାଗିବ । ପୂର୍ବରୁ କାଗଜ ଜମି ପଟ୍ଟାରେ ଅଧିକ ଠକେଇ ହେଉଥିଲା । ଫଳରେ ଦଲାଲଙ୍କ ଜାଲରେ ଫସିଯାଉଥିଲେ ସାଧାରଣ ଲୋକେ । ତେବେ ପଟ୍ଟାରେ କ୍ୟୁଆର କୋଡ୍ ଲାଗିଲେ ଠକେଇର ମାତ୍ରା ବହୁତ କମିବ । ଠକାମୀ ଉପାୟରେ ଯେଉଁମାନେ ଜମି କିଣାବିକା କରିବେ ସେମାନଙ୍କ ସୂଚନା ଗ୍ରହଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି । ଠକେଇ କରିବା ମାତ୍ରେ ହିଁ ତହସିଲଦାର ଏବଂ ଆରଆଇ ସବୁ ଜାଣିପାରିବେ ।