ବିକାଶ ଦେଖୁଛି ପୁଟିପାଳ

ଢେଙ୍କାନାଳ ଅଫିସ, ୧୦।୭: ଜୁଆଙ୍ଗ ଗାଁରେ ପଡ଼ିଛି ବିକାଶର କିରଣ। ଉଦୟ ହୋଇଛି ଅନ୍ଧାରରେ ବୁଡ଼ିଥିବା ଆଦିବାସୀ ପଡ଼ାର ଭାଗ୍ୟ। ପ୍ରଶାସନର ଶୁଭଦୃଷ୍ଟି ପଡ଼ିବା ପରେ ବିଚ୍ଛିନ୍ନ ଜୀବନ ବିତାଉଥିବା ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ ପୁଟିପାଳ ଗ୍ରାମର ଚିତ୍ର ବଦଳିବା ଆରମ୍ଭ କରିଛି। ଗାଁକୁ ନିର୍ମାଣ ହୋଇଛି ରାସ୍ତା। ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ପାଇଛନ୍ତି ପିଲାଏ। କେବଳ ଏତିକି ନୁହେଁ, ଅପପୁଷ୍ଟିର ଅମରାବତୀ ଭାବେ ପରିଚିତ ଏହି ଅଞ୍ଚଳରୁ କୁପୋଷଣ ଦୂର କରିବାକୁ ଆରମ୍ଭ ହୋଇଛି ଅଭିଯାନ। ଅପହଞ୍ଚ ଅଞ୍ଚଳରେ ବିକାଶର ବିଜୁଳିବତି ଜଳିବା ପରେ ଜୁଆଙ୍ଗଙ୍କ ମୁହଁରେ ଫୁଟିଛି ହସ।
ଶିଳ୍ପ ଜିଲାରେ ବିଚ୍ଛିନ୍ନାଞ୍ଚଳ ଜୀବନ ବିତାଉଥିଲେ କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତ ପୁଟିପାଳ ଗ୍ରାମର ଜନସାଧାରଣ। ବଣପାହାଡ଼ ଘେରା ଏହି ଦୁର୍ଗମ ଗ୍ରାମକୁ ଚଢ଼ି ପାରୁ ନ ଥିଲା ବିକାଶ। ବର୍ଷାଦିନେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ ବିତାଉଥିଲେ ଏଠାକାର ଲୋକେ। ଅପପୁଷ୍ଟିର ଶିକାର ଶିଶୁ ଠେଲି ହୋଇଯାଉଥିଲେ ମରଣ ମୁହଁକୁ। ହେଲେ ଦୀର୍ଘଦିନ ପରେ ଏବେ ଗ୍ରାମର କଳେବର ବଦଳିବାରେ ଲାଗିଛି। ବିଡିଓ ବୁଲବୁଲ ବେହେରା ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଦୁର୍ଗମ ଗ୍ରାମର ବିକାଶ ଲାଗି ନୀଳ ନକ୍ସା ପ୍ରସ୍ତୁତ କରାଯାଇଥିବାବେଳେ ଜିଲା ପ୍ରଶାସନର ପଦସ୍ଥ ଅଧିକାରୀ ଘନ ଘନ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଯେଉଁ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରୁ ନ ଥିଲା ଏବେ ସେଠାରେ ତିଆରି ହୋଇଛି ୧୦ ଲକ୍ଷ ଟଙ୍କାର ସଡ଼କ। ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କୁ ମିଳୁଛି ଆବଶ୍ୟକ ପୁଷ୍ଟିକର ଖାଦ୍ୟ। ସ୍ବତନ୍ତ୍ର ଭାବେ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଆଯାଉଛି। ପୂର୍ବରୁ ପିଲାମାନେ ଦୁର୍ଗମ ପଥ ଅତିକ୍ରାନ୍ତ କରି ବହୁ କଷ୍ଟରେ ଏକୁଲ ବିଦ୍ୟାଳୟକୁ ପଢ଼ିବାକୁ ଯାଉଥିଲେ। ଗ୍ରାମର ୩ଜଣ ଶିକ୍ଷିତ ଯୁବତୀ ଛାତ୍ରୀଛାତ୍ରଙ୍କୁ ଜୁଆଙ୍ଗ ଭାଷାରେ ପାଠ ପଢ଼ାଉଛନ୍ତି। ପୁଟିପାଳ ଗ୍ରାମବାସୀଙ୍କୁ ଖାଉଟି ସାମଗ୍ରୀ ଆଣିବାକୁ ଆଉ କାନ୍ତୋଲ ପଞ୍ଚାୟତକୁ ଯିବାକୁ ପଡୁନାହିଁ। ଗ୍ରାମରେ ହାତପାଆନ୍ତାରେ ପିଡିଏସ୍‌ ସାମଗ୍ରୀ ମିଳୁଛି। ଏଥିଲାଗି ଖୋଲିଛି ସାଧାରଣ ବଣ୍ଟନ କେନ୍ଦ୍ର। ଅଧିକାଂଶ ପରିବାର ଜଙ୍ଗଲ ଜମି ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଜୀବନଜୀବିକାର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଆଦିବାସୀ ପରିବାରକୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବାକୁ କୁକୁଡ଼ା ଚିଅଁା ପାଳନ ଲାଗି ପଦକ୍ଷେପ ନିଆଯାଉଛି। ଶିଶୁଙ୍କୁ ଶୀତବସ୍ତ୍ର ଓ ଖେଳ ଉପକରଣ ପ୍ରଦାନ କରାଯାଇ ସାମାଜିକ ସ୍ରୋତରେ ସାମିଲ ହେବାକୁ ପ୍ରୋତ୍ସାହିତ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ପୁଟିପାଳର ବିକାଶ ପାଇଁ ପ୍ରଶାସନିକ ଅଧିକାରୀ ଉଦ୍ୟମ ଜାରି ରଖିଛନ୍ତି। ବନ ବିଭାଗ ସହାୟତାରେ ୧୦ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହୋଇଛି। ଜୁଆଙ୍ଗ ଭାଷାରେ ପିଲାମାନଙ୍କୁ ପାଠ ପଢ଼ାଯାଉଛି। ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଇଛି। ଏହାକୁ ଅଞ୍ଚଳର ପିଲାଙ୍କ ପାଠ ପଢ଼ିବା ନିମନ୍ତେ ବ୍ୟବହାର କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri