ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ପୁଟିନ୍ଙ୍କ ପରି ତାଙ୍କ ଘଣ୍ଟା ମଧ୍ୟ ଖୁବ୍ ଚର୍ଚ୍ଚାରେ। ରୁଷିଆ ବିରୋଧୀ ଦଳଗୁଡ଼ିକ ଦାବି କୁହନ୍ତି ଯେ, ପୁଟିନ୍ଙ୍କ ଘଣ୍ଟା ସଂଗ୍ରହ ତାଙ୍କ ଘୋଷିତ ସମ୍ପତ୍ତି ମୂଲ୍ୟଠାରୁ ଅଧିକ।
ପୁଟିନ୍ଙ୍କୁ ଅନେକ ଥର ମହଙ୍ଗା ଏବଂ ସ୍ବତନ୍ତ୍ର ଭାବରେ ଡିଜାଇନ ହୋଇଥିବା ଲଗଜରୀ ଘଣ୍ଟା ପିନ୍ଧିଥିବାର ଦେଖାଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ଏକ ଦଶନ୍ଧି ପୂର୍ବରୁ, ତାଙ୍କୁ ପାଟେକ ଫିଲିପ ପର୍ପେଚୁଆଲ ଘଣ୍ଟା ପିନ୍ଧିଥିବାର ଦେଖାଯାଇଥିଲା। ସେତେବେଳେ ଘଣ୍ଟାଟିର ମୂଲ୍ୟ ୬୦୦୦୦ ଡଲାର ଅର୍ଥାତ୍ ୪.୮ ମିଲିୟନ ଥିଲା।
ପୁଟିନ୍ଙ୍କୁ ବ୍ଲାଙ୍କପେନ୍ର ଲେମାନ ଆକ୍ୱା ଲଙ୍ଗ ଗ୍ରାଣ୍ଡେ ଡେଟ୍ ପିନ୍ଧିଥିବାର ମଧ୍ୟ ଦେଖାଯାଇଛି, ଯାହାର ମୂଲ୍ୟ ୧୦୦୦୦ ଡଲାର। ପୁଟିନ୍ଙ୍କ ସବୁଠାରୁ ମହଙ୍ଗା ଘଣ୍ଟା କୁମ୍ଭୀର ଚମଡ଼ା, ନୀଳମଣି କାଚ ଏବଂ ପ୍ଲାଟିନମ୍ରେ ତିଆରି ବୋଲି କୁହାଯାଏ। ଏହି ଘଣ୍ଟାର ମୂଲ୍ୟ ପ୍ରାୟ ସାଢ଼େ ୪ କୋଟି ବୋଲି କୁହାଯାଉଛି।
ରୁଷିଆର ବିରୋଧୀ ଦଳ, ସଲିଡାରିଟି, ରାଷ୍ଟ୍ରପତି ପୁଟିନ୍ଙ୍କ ମହଙ୍ଗା ଘଣ୍ଟା ପ୍ରଦର୍ଶନ କରୁଥିବା ଏକ ଭିଡିଓ ଜାରି କରିଛି। ସଲିଡାରିଟି କହିଛି, ପୁଟିନ୍ଙ୍କ ଘଣ୍ଟା ସଂଗ୍ରହର ମୂଲ୍ୟ ଅତି କମରେ ୨୨ ନିୟୁତ ରୁବେଲ। ସଲିଡାରିଟି ସଦସ୍ୟ ଏବଂ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ବୋରିସ ନେମତ୍ସୋଭ ମଧ୍ୟ ଭିଡିଓ ସହିତ ଏକ ପୋଷ୍ଟ ଲେଖିଛନ୍ତି।
ଏକ ରିପୋର୍ଟ ଅନୁସାରେ, ପୁଟିନ୍ ଜଣେ କାରଖାନା କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଏକ କଳା ବ୍ଲାଙ୍କପେନ ଘଣ୍ଟା ଉପହାର ଦେଇଥିଲେ।


