ଟ୍ରମ୍ପଙ୍କୁ ଭେଟିବା ପରେ କହୁ କହୁ ଏମିତି କହିଦେଲେ ପୁଟିନ: ବିଶ୍ୱରେ ଖେଳିଗଲା…

ଓ୍ବାଶିଂଟନ,୧୬।୮: ଆମେରିକାର ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ପରେ ପୁଟିନ କହିଥିଲେ, ଯଦି ଡୋନାଲ୍ଡ ଟ୍ରମ୍ପ ୨୦୨୨ ମସିହାରେ ହ୍ବାଇଟ ହାଉସରେ ଥାଆନ୍ତେ, ତେବେ ୟୁକ୍ରେନରେ ଯୁଦ୍ଧ କେବେବି ଘଟି ନ ଥାଆନ୍ତା। ସେ ୫ ବର୍ଷ ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଥମ ମୁହାଁମୁହିଁ ସାକ୍ଷାତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ପାଇଁ ଆଶା ପ୍ରକାଶ କରିଥିଲେ।

ଟ୍ରମ୍ପ ବହୁ ଦିନ ଧରି ଦାବି କରିଆସୁଛନ୍ତି, ଯଦି ସେ ରାଷ୍ଟ୍ରପତି ହୋଇଥାଆନ୍ତେ, ତେବେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ କୌଣସି ଯୁଦ୍ଧ ହୋଇନଥାଆନ୍ତା ନାହିଁ। ଯେତେବେଳେ ପୁଟିନଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ, ମୁଁ ଏହାକୁ ନିଶ୍ଚିତ କହିପାରିବି। ଦୁଇ ନେତା ଆଲାସ୍କାରେ ଆଲୋଚନା କରିଥିଲେ, ଯାହାକୁ ଉଭୟ ପକ୍ଷ ଗଠନମୂଳକ ବୋଲି ବର୍ଣ୍ଣନା କରିଥିଲେ। ପୁଟିନ ଦୁଇ ଦେଶର ସହଭାଗୀ ଇତିହାସକୁ ବିଚାର କରି ଏହି ସ୍ଥାନକୁ ଏକ ଯୁକ୍ତିଯୁକ୍ତ ସ୍ଥାନ ଭାବରେ ବର୍ଣ୍ଣନା କରିଥିଲେ।

ପୁଟିନ କହିଥିଲେ, ସମ୍ପର୍କର ଏକ ଅତ୍ୟନ୍ତ କଷ୍ଟକର ସମୟ ପରେ ମସ୍କୋ ଏବଂ ୱାଶିଂଟନ ଏବେ ବହୁତ ଭଲ ସିଧାସଳଖ ଯୋଗାଯୋଗ ସ୍ଥାପନ କରିଛନ୍ତି। ପରିସ୍ଥିତିକୁ ଉନ୍ନତ କରିବା ଆବଶ୍ୟକ ଥିଲା। ଆମେ ସର୍ବଦା ମନେ ରଖିବୁ ଯେ ଆମେ କିପରି ସାଧାରଣ ଶତ୍ରୁମାନଙ୍କ ସହିତ ଲଢ଼ୁଥିଲୁ। ଏହି ଐତିହ୍ୟ ଭବିଷ୍ୟତରେ ଆମ ପାଇଁ ଉପଯୋଗୀ ହେବ।

ପୁଟିନ ଆହୁରି ମଧ୍ୟ କହିଥିଲେ, ବୈଠକରେ ୟୁକ୍ରେନ ମୁଖ୍ୟ ପ୍ରସଙ୍ଗ ଥିଲା। ସେ ଟ୍ରମ୍ପଙ୍କ ବିବାଦକୁ ବୁଝିବା ଇଚ୍ଛାକୁ ପ୍ରଶଂସା କରିଥିଲେ। ଏହା ବ୍ୟତୀତ, ସେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାରେ ରୁଷିଆର ଆଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସମସ୍ତ ମୂଳ କାରଣକୁ ଦୂର କରାଯିବା ଉଚିତ ଏବଂ ରୁଷିଆର ସମସ୍ତ ଚିନ୍ତାକୁ ବିଚାରକୁ ନିଆଯିବା ଉଚିତ। ମୁଁ ଟ୍ରମ୍ପଙ୍କ ସହ ସହମତ, ୟୁକ୍ରେନର ସୁରକ୍ଷା ସୁନିଶ୍ଚିତ କରାଯିବା ଉଚିତ। ମୁଁ ଆଶା କରୁଛି ଯେ, ପାରସ୍ପରିକ ବୁଝାମଣା ୟୁକ୍ରେନରେ ଶାନ୍ତି ଆଣିବ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri