ପୁଷ୍ପେନ୍ଦ୍ର-ଦିବ୍ୟଶଙ୍କର କଳି ବଢ଼ୁଛି

କୋକସରା,୯।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ବିଜୁ ଜନତା ଦଳ (ବିଜେଡି) ରାଜନୀତିରେ ଦଳୀୟ ନେତାଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଏବେ ପଦାକୁ ଆସିଲାଣି। ବିଜେଡି ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଦଳର ଜଣେ ତୃଣମୂଳ ସ୍ତରରୁ ରାଜନୀତିରେ ସକ୍ରିୟ ରହିଥିବା ନେତା। ସେ ଧର୍ମଗଡ଼ ବିଧାନସଭାରୁ ୩ ଥର ବିଧାୟକ ରହି ବିଜେଡିକୁ ଜିଲାରେ କ୍ରିୟାଶୀଳ କରିଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ଅନ୍ୟପକ୍ଷରେ ଏବେ କଳାହାଣ୍ଡି ଜିଲା ଦଳୀୟ ସଭାପତି ପଦବୀକୁ ନେଇ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଅନ୍ୟ ଏକ ଗୋଷ୍ଠୀ ପୁଷ୍ପେନ୍ଦ୍ରଙ୍କୁ ହଟାଇବା ପାଇଁ ରଣନୀତି ଆରମ୍ଭ କରିଥିବା କୁହାଯାଉଛି। ଜିଲା ସଭାପତି ଦାୟିତ୍ୱରୁ ପୁଷ୍ପେନ୍ଦ୍ରଙ୍କୁ ହଟାଇବା ପାଇଁ ଜୁନାଗଡ଼ ବିଧାୟକଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଫଳରେ ପୁଷ୍ପେନ୍ଦ୍ରଙ୍କ ସପକ୍ଷବାଦୀ କର୍ମୀମାନେ ରଣହୁଙ୍କାର ଦେଇଛନ୍ତି। ରବିବାର କୋକସରା ବିଜେଡି ଦଳୀୟ କାର୍ଯ୍ୟାଳୟରେ ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଆମପାଣି ଜୋନ ଜିଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, କୋକସରା ଜୋନ ଜିଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ନାରିନେତ୍ରୀ ଅଶୋକା ନାଏକ, ବରିଷ୍ଠ କର୍ମୀ ଅଶୋକ ପୂଝାରି, ଭୁବନେଶ୍ୱର ମାଝୀ, ରମେଶ ଦୁର୍ଗା, ଅରବିନ୍ଦ ପଟ୍ଟନାୟକ, କୁମୁଦ ବେହେରା, ନୀଳାମ୍ବର ବାରିକ, ଅଭିମନ୍ୟୁ ଗୋପାଳ, ଅଜୟ କୁମାର ସାହୁ, ସୁରେଶ ସାହୁ, ରାମେଶ୍ୱର ଧଙ୍ଗଡାମାଝୀଙ୍କ ସମେତ ବ୍ଲକର ୨୨ ପଞ୍ଚାୟତର ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ଦଳରେ ବିଦ୍ରୋହକାରୀ ଓ ଶୃଙ୍ଖଳାଭଙ୍ଗ କରୁଥିବା ନେତାଙ୍କ ପ୍ରତି ରାଜ୍ୟ ସଭାପତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ପୁଷ୍ପେନ୍ଦ୍ରଙ୍କ ନେତୃତ୍ୱରେ ଦୀର୍ଘବର୍ଷ ଧରି ଜିଲାରେ ଦଳ ସଙ୍ଗଠିତ ହୋଇ ରହିଛି ଓ ଆଗକୁ ମଧ୍ୟ ତାଙ୍କ ନେତୃତ୍ୱରେ ହିଁ କଳାହାଣ୍ଡି ଜିଲାରେ ବିଜେଡି ସୁଦୃଢ଼ ହେବ ବୋଲି ସେମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

୧୯ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ: ବିଜୟ ସହ ଭାରତର ଅଭିଯାନ ଆରମ୍ଭ

ପୋଖରା, ୩୧ା୧:ସ୍ଥାନୀୟ ପୋଖାରା ରଙ୍ଗଶାଂଳା ଷ୍ଟାଡିୟମରେ ଆୟୋଜକ ନେପାଳ ବିପକ୍ଷରେ ୧-୦ ଗୋଲ୍‌ରେ ବିଜୟ ହାସଲ କରି ଭାରତ ୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟ୍‌ବଲ…

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ପୋଲିସ ASIଙ୍କ ଆକସ୍ମିକ ମୃତ୍ୟୁ: କାନ୍ଦବୋବାଳିରେ ଫାଟୁଛି ଘର, ଶୋକାକୂଳ ପରିବେଶରେ ଗାଁରେ ହେଲା ଶେଷକୃତ୍ୟ

ଭବାନୀପାଟଣା,୩୧।୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମର ଯୁବ ପୋଲିସ ASI ପରିତୋଷ ମିଶ୍ର(୩୯)ଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri