ଭୁବନେଶ୍ୱର,୨୭।୧୨:ଶଙ୍ଖଭବନରେ ଗଣ୍ଡଗୋଳ ଘଟଣାରେ ବିଜେଡି କର୍ମୀ ପୁଷ୍ପାଞ୍ଜଳି ରଣାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇପ୍ସିତା ଆଗ ଆକ୍ରମଣ କଲେ, ମୋ ଚେନ ଛିଡ଼ାଇ ଦେଲେ। ଇପ୍ସିତା ତାଙ୍କ ଶାଢ଼ୀ ମଧ୍ୟ ଚିରିଥିବା ଅଭିଯୋଗ କରିଛନ୍ତି। ଜଗନ୍ନାଥ ମୋତେ ବଞ୍ଚାଇ ଦେଲେ, ମୋତେ ସବୁଠି ସମର୍ଥନ ମିଳୁଛ। ଚେୟାର ପକା ବେଳେ ଆମକୁ ଅପମାନିତ କଲେ। ଛୋଟ ପିଲା ଭାବି କ୍ଷମା କଲି, ମାଇଲେଜ ନେବାକୁ ଅଧା ଭିଡିଓ ପକେଇଛନ୍ତି ବୋଲି ପୁଷ୍ପାଞ୍ଜଳି କହିଛନ୍ତି।
ବିଜେଡି ମୁଖ୍ୟକାର୍ଯ୍ୟାଳୟ ଶଙ୍ଖ ଭବନ ଭିତରେ ଦୁଇ ମହିଳା କର୍ମୀ ହାତାହାତି ହୋଇଥିଲେ। ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ନିଜ ଦଳର ଜଣେ ମହିଳା କର୍ମୀ ଚାପୁଡ଼ା ମାରିଥିଲେ। ଗୁରୁବାର ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଷ୍ଟେଜ୍ ସମ୍ମୁଖରେ ଚେୟାର ପକାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଈପ୍ସିତା ଷ୍ଟେଜ୍ ସମ୍ମୁଖରେ କିଛି ଚେୟାର ପକାଉଥିଲେ । ଏହାକୁ ନେଇ କେତେକ ଜଣ ମହିଳା କର୍ମୀ ଆପତ୍ତି କରିଥିଲେ । ପରିସ୍ଥିତି ଏମିତି ହେଇଥିଲା ଯେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ହାତାହାତି ଯାଏ କଥା ପହଞ୍ଚିଥିଲା ।


