Posted inଜାତୀୟ

ବିଧାନସଭାରେ ଠେଲାପେଲା: ବିଧାୟକଙ୍କୁ ଘୋଷାଡି ନେଲେ

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଫେରାଇ ଆଣିବା ପାଇଁ କେନ୍ଦ୍ରଶାଶସିତ ଅଞ୍ଚଳର ବିଧାନସଭାରେ ସଂକଳ୍ପନାମା ପାରିତ ହେବାର ଦିନକ ପରେ ଗୃହରେ ହାଇଡ୍ରାମା ଦେଖିବାକୁ ମିଳିଛି। ଆଜି ଗୃହରେ ପୁଣି ଥରେ ଏକ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା। ମାର୍ଶଲ ଇଞ୍ଜିନିୟର ରସିଦଙ୍କ ଭାଇ ତଥା ଆୱାମୀ ଇତେହାଦ ପାର୍ଟି ବିଧାୟକ ଖୁର୍ସିଦ ଶେଖଙ୍କୁ ଟାଣି ନେଇଥିଲେ।

ଗୃହରେ ଧାରା ୩୭୦ ବିରୋଧରେ ଆଣିଥିବା ପ୍ରସ୍ତାବକୁ ଭାଜପା ନିରନ୍ତର ବିରୋଧ କରୁଛି। ଆଜି ଉତ୍ତେଜନା ଆରମ୍ଭ ହେବା ପରେ ପିଡିପି ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। ଅଧିବେଶନ ଆରମ୍ଭ ହେବା ମାତ୍ରେ ଭାଜପା ବିଧାୟକମାନେ ଠିଆ ହୋଇ ପିଡିପି ଏବଂ ବାଚସ୍ପତିଙ୍କ ବିରୋଧରେ ସ୍ଲୋଗାନ ଦେଇ ବିରୋଧ ଆରମ୍ଭ କରିଥିଲେ।

ଏହି ପ୍ରସଙ୍ଗରେ ବିରୋଧୀ ଭାଜପା ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ପ୍ରବଳ ହଟ୍ଟଗୋଳ କରିଥିଲେ। ସେମାନେ ଉକ୍ତ ସଙ୍କଳ୍ପନାମାକୁ ବେଆଇନ ଦର୍ଶାଇ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ତେବେ ଗୃହରେ ଗୃହୀତ ହୋଇସାରିଥିବା କୌଣସି ପ୍ରସ୍ତାବକୁ ପ୍ରତ୍ୟାହାର କରିବା ପାଇଁ ବାଚସ୍ପତି ଅବ୍‌ଦୁଲ ରହିମ ରାଥେର ତାଙ୍କ ନିକଟରେ କ୍ଷମତା ନ ଥିବା କହିଥିଲେ। ଏଥିସହ ଭାଜପା ସଦସ୍ୟଙ୍କୁ ଗୃହରୁ ହଟାଇବା ପାଇଁ ମାର୍ଶଲଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ହାଇଡ୍ରାମା ଭିତରେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଏବଂ ପିପୁଲ୍ସ କନ୍‌ଫରେନ୍ସର ବିଧାୟକମାନେ ଅନୁଚ୍ଛେଦ ୩୭୦ ଏବଂ ୩୫ଏକୁ ତୁରନ୍ତ ସମ୍ବିଧାନରେ ମୂଳ ରୂପରେ ପୁନଃ ଅବସ୍ଥାପିତ କରାଯାଉ ବୋଲି ଦାବି କରିଥିଲେ। ବିରୋଧୀ ଦଳ ନେତା ସୁନୀଲ ଶର୍ମା ସଂକଳ୍ପନାମା ଉପରେ କହୁଥିବାବେଳେ ଆଓ୍ବାମୀ ଇତ୍ତେହାଦ୍‌ ପାର୍ଟି ନେତା ଶେଖ୍‌ ଖୁର୍ସିଦ ଗୃହ ମଧ୍ୟଭାଗକୁ ଡେଇଁ ପଡ଼ିଥିଲେ। ଖୁର୍ସିଦ ଧରିଥିବା ବ୍ୟାନରରେ ଲେଖାଥିଲା ୩୭୦ ଓ ୩୫ଏକୁ ପୁନଃ ଅବସ୍ଥାପିତ କରାଯାଉ। ଭାଜପା ସଦସ୍ୟମାନେ ମଧ୍ୟ ମଧ୍ୟଭାଗକୁ ଡେଇପଡ଼ିଥିଲେ। ସେମାନେ ଖୁର୍ସିଦଙ୍କ ହାତରୁ ପତାକା ଛଡ଼ାଇନେଇ ଚିରିଦେଇଥିଲେ। ପିପୁଲ୍ସ କନ୍‌ଫରେନ୍ସ ସଦସ୍ୟ ସଜାଦ ଲୋନ୍‌ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଆସିବାବେଳକୁ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri