ଢେଙ୍କାନାଳକୁ ଆସିବ ପୁରୀ ତାଳଧ୍ୱଜ ରଥ ଚକ

ଢେଙ୍କାନାଳ,୧୮।୧୦(ରତନ ନାୟାର): ୨୦୨୦ ମସିହାରେ ପୁରୀ ରଥଯାତ୍ରାର ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଗୋଟିଏ ଚକ ଢେଙ୍କାନାଳକୁ ଅଣାଯିବ। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଢେଙ୍କାନାଳ ସହରସ୍ଥିତ ଶ୍ରୀବଳଦେବ ଜୀଉ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏହି ଚକକୁ ବିନା ମୂଲ୍ୟରେ ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଠାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଗୋଟିଏ ଭୁଜ ଓ ଆଶୁଆରୀ ତାଳଧ୍ୱଜ ରଥ ଚକକୁ ପୂଜା କରିବା ନିମନ୍ତେ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ପ୍ରଦାନ କରାଯିବ। ଏଥିନିମନ୍ତେ ଶ୍ରୀବଳଦେବ ଜୀଉ ମନ୍ଦିର ପକ୍ଷରୁ ଏକ ଲିଖିତ ଚୁକ୍ତିନାମା କରାଯିବ। ଚକକୁ ସୁରକ୍ଷିତ ଭାବରେ ପୁରୀରୁ ଅଣାଯିବା ସହ ରଙ୍ଗ କରାଯିବ। ଏ ବାବଦ ସମସ୍ତ ଖର୍ଚ୍ଚ ମନ୍ଦିର କର୍ତ୍ତୃପକ୍ଷ ତଥା ଦେବୋତ୍ତର ବିଭାଗ ବହନ କରିବ। ଯଦି ୧୫ ଦିନ ମଧ୍ୟରେ ଚକ ଆଣିବା ସମ୍ପର୍କରେ ଜଣା ନ ଯାଏ ତା’ହାଲେ ଏହି ନିଷ୍ପତ୍ତିକୁ ରଦ୍ଦ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ପୁରୀରୁ ଏକ ରଥ ଚକ ଢେଙ୍କାନାଳ ଅଣାଯିବା ସମ୍ପର୍କରେ ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲାପାଳ ସରୋଜ କୁମାର ସେଠୀଙ୍କ ନିକଟରେ ଲିଖିତ ଭାବରେ ଦାବି କରାଯାଇଥିଲା। ଏହା ଉପରେ ପଦକ୍ଷେପ ସ୍ବରୂପ ଜିଲାପାଳ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଅନୁରୋଧ କରିି ଚିଠି ଲେଖିଥିଲେ। ଏହାର ଉତ୍ତରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ପକ୍ଷରୁ ପତ୍ର ସଂଖା-୧୨୭୨୪, ତା. ୩ା୧୦ା୨୩ରେ ବଳରାମ ମନ୍ଦିର କର୍ତ୍ତୃପକ୍ଷଙ୍କୁ ରଥ ଚକ ପଠାଯିବା ସମ୍ପର୍କରେ ଜଣାଇ ଦିଆଯାଇଥିଲା। ଶ୍ରୀମନ୍ଦିର ପ୍ରଶାସକଙ୍କ ପତ୍ର ମିଳିବା ପରେ ଦେବୋତ୍ତର ବିଭାଗ ଅଧିକାରୀ ଏ ନେଇ ମଙ୍ଗଳବାର ଜିଲାପାଳଙ୍କୁ ଅବଗତ କରାଇଥିଲେ। ପୁରୀରୁ ରଥ ଚକ ଅଣାଯିିବା ପାଇଁ ତୁରନ୍ତ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟକୁ ପତ୍ର ମାଧ୍ୟମରେ ଜଣାଇବା ଲାଗି ଜିଲାପାଳ ଦେବୋତ୍ତର ବିଭାଗ ଅଧିକାରୀ ହରିହର ପଞ୍ଚୁଆତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଦର ତହସିଲଦାର ସୁଧାଂଶୁ କୁମାର ସାଓ ଏବଂ ଦେବୋତ୍ତର ବିଭାଗ ଅଧିକାରୀ ରଥ ଚକ ଆଣିବାର ବ୍ୟବସ୍ଥା କରିବେ ବୋଲି ଜିଲାପାଳ ସରୋଜ କୁମାର ସେଠୀ କହିଛନ୍ତି। ଚକ ଆଣିବା ପାଇଁ ଦିନ ନିର୍ଦ୍ଧାରିତ ହେବା ପରେ ଏହାକୁ ପୁରୀରୁ ଅଣାଯିବ। ଢେଙ୍କାନାଳ ସୀମାରୁ ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ ନାଦରେ ଏକ ଶୋଭାଯାତ୍ରା ମାଧ୍ୟମରେ ବଳରାମ ମନ୍ଦିର ପରିସରକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଦେବୋତ୍ତର ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି କିଛିଦିନ ତଳେ ଏ ସଂକ୍ରାନ୍ତରେ ଜିଲା ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ପୁରୀ ଯାଇ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମହାପ୍ରଭୁ ବଳଭଦ୍ରଙ୍କ ରଥର ଏକ ଚକ ପ୍ରଦାନ କରାଯାଉଥିବାରୁ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

ଅମ୍ବାଭୋନାରେ ଚାଲିଥିଲା କଫ୍‌ସିରଫ କାରବାର, ମାଡ଼ି ବସିଲା ଅବକାରୀ ଟିମ୍‌

ବରଗଡ଼,୧୧।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ଚାଲିଥିବା ବେଆଇନ କଫସିରପ କାରବାର ଉପରେ ଅବକାରୀ ବିଭାଗ ଶକ୍ତ ପ୍ରହାର କରିଛି। ବୁଧବାର ଅବକାରୀ ବିଭାଗର…

ଭଡ଼ା ଘରୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଜବତ, ଏକମାତ୍ର ପୁଅଙ୍କୁ ହରାଇ…

ଦିଗପହଣ୍ଡି, ୧୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଜଣେ ବରିଷ୍ଠ କିରାଣିଙ୍କ ମୃତଦେହ ବୁଧବାର ଅପରାହ୍ନରେ ତାଙ୍କ ଭଡ଼ାଘରୁ…

ବସ୍‌ ନେଲା ବାଇକ୍‌ ଆରୋହୀଙ୍କ ଜୀବନ

ଲକ୍ଷ୍ମୀପୁର, ୧୧।୩(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ୩୨୬ ଜାତୀୟ ରାଜପଥ ଜିରୋ ପଏଣ୍ଟ ନିକଟରେ ବୁଧବାର ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…

ରିପୋର୍ଟରେ ‘ଧର୍ମ ପରିବର୍ତ୍ତନ’ ଉଲ୍ଲେଖ କରିଥିଲେ, ନନ୍ଦପୁରରେ RIଙ୍କୁ ସର୍ବସମ୍ମୁଖରେ ମାଡ଼; ଥାନାରେ…

ନନ୍ଦପୁର,୧୧।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ଆବେଦନର ତଦନ୍ତ ବେଳେ…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri