ଖୋଲା ଆକାଶ ତଳେ ୨ ଦିନ ହେଲା ପଡିଛନ୍ତି ବୃଦ୍ଧ; ଦେହରେ ଲାଗିଲାଣି ପିମ୍ପୁଡ଼ି; ଉଦ୍ଧାର ପାଇଁ ନିବେଦନ କଲେ…

ସାକ୍ଷୀଗୋପାଳ,୨୬।୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିର ପାର୍ଶରେ ରହିଥିବା କୂଅ ଚାନ୍ଦିନୀରେ ୨ ଦିନ ହେଲା ପଡ଼ି ରହିଛନ୍ତି ଜଣେ ବୃଦ୍ଧ ବ୍ୟାକ୍ତି। ଦୁର୍ବଳ ଶରୀର ଦେଖିଲେ ବୟସ ହାରାହାରି ୭୦ରୁ ଅଧିକ ଭଳି ଲାଗୁଛି। ସେ ଲୁଙ୍ଗି ସହ ସାର୍ଟ ପିନ୍ଧିଥିବା ବେଳେ ସାଙ୍ଗରେ ଥିବା ଗାମୁଛାକୁ ଚାନ୍ଦିନୀ ଉପରେ ପାରି ତା ଉପରେ ବିଶ୍ରାମ ନେଇଛନ୍ତି। ଥକି ପଡ଼ିଛି ତାଙ୍କ ଜୀର୍ଣ୍ଣ ଶରୀର। ପାଟିରୁ କଥା ବାହାରୁ ନାହିଁ। କେବଳ ଠାରରେ ସେ ଭଲଭାବେ ଶୁଣିପାରୁ ନ ଥିବା ସଙ୍କେତ ଦେଉଛନ୍ତି। ସେ ଖାଦ୍ୟ ଗ୍ରହଣ କରୁ ନ ଥିବା ବେଳେ ବର୍ଷାରେ ଭିଜିବା ସହ ଖରାରେ ବି ସେଠାରେ ପଡି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦୀର୍ଘ ସମୟ ଶୋଇ ରହିବା ଫଳରେ ଦେହରେ ପିମ୍ପୁଡି ଲାଗିଗଲାଣି। ବୁଧବାର ସକାଳଠାରୁ ସେଠାରେ ରହିଥିଲେ ମଧ୍ୟ କିଛି କେହି ଖୋଜିବାକୁ ଆସୁନାହାନ୍ତି। ଯଥାଶୀଘ୍ର ତାଙ୍କୁ ଉଦ୍ଧାର କରିବାସହ ଯତ୍ନ ନେବା ପାଇଁ ପ୍ରଶାସନ ନିକଟରେ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ଏଥିସହ ସାକ୍ଷୀଗୋପାଳରେ ଜରା ନିବାସଟିଏ ନାହିଁ। ଛତୁ ଫୁଟିଲା ପରି ରହିଥିବା ସ୍ବେଚ୍ଛାସେବୀ ସଂଗଠନ ଜୀବନସହ ଜୁଝୁଥିବା ବୃଦ୍ଧଙ୍କୁ ସାହାଯ୍ୟର ହାତ ବଢ଼ାଉ ନ ଥିବା ଦେଖାଯାଇଛି। ଏପରିକି ସ୍ଥାନୀୟ ପ୍ରଶାସନ ନିକଟରେ ଏହି ସୂଚନା ନାହିଁ।

Share