ପୁରୀ ନୀଳାଦ୍ରୀ ଭକ୍ତ ନିବାସ ନକଲି ୱେବସାଇଟ୍ ମାମଲା, ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ସିଆଇଡି ସାଇବର କ୍ରାଇମ୍ ୟୁନିଟ୍ ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ତିଆରି କରି ଭକ୍ତମାନଙ୍କୁ ଠକେଇ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଉଛନ୍ତି ଆଗ୍ରାର ଅଂଶୁମାନ ଶର୍ମା ଏବଂ ତାଙ୍କ ସହଯୋଗୀ ପ୍ରୟାଗରାଜ ବାସିନ୍ଦା ଅରବିନ୍ଦ କୁମାର।

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା। ଅଭିଯୋଗ ମୁତାବକ ଅଭିଯୁକ୍ତ ମାନେ www.neeladribhaktanivas.in ନାମକ ଏକ ନକଲି ୱେବସାଇଟ୍ ମାଧ୍ୟମରେ ଠକେଇକାରୀମାନେ ଭକ୍ତମାନଙ୍କୁ ଏକ ମୋବାଇଲ୍ ନମ୍ବର ଓ ୱାଟସଆପ୍ ଜରିଆରେ ଯୋଗାଯୋଗ କରୁଥିଲେ। ସେମାନେ ନୀଳାଦ୍ରୀ ଭକ୍ତ ନିବାସରେ ରହଣୀ ସୁନିଶ୍ଚିତ କରିବା ନାମରେ ଅନଲାଇନ୍ ମାଧ୍ୟମରେ ଟଙ୍କା ଜମା କରିବାକୁ କହୁଥିଲେ।

ଏହି ଠକେଇ ପାଇଁ କ୍ୟାନାରା ବ୍ୟାଙ୍କର ଏକ ସେଭିଂସ୍ ଆକାଉଣ୍ଟ ବ୍ୟବହାର ହୋଇଥିଲା। ଅଭିଯୁକ୍ତଙ୍କ ନିକଟରୁ ଏକ ଲାପଟପ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, ନୀଳାଦ୍ରୀ ଭକ୍ତ ନିବାସ ୱେବସାଇଟ୍ର ବିବରଣୀ, ଆଧାର କାର୍ଡ, ପାନ୍ କାର୍ଡ ଏବଂ ଗୋଡାଡି ହୋଷ୍ଟିଂ ବିବରଣୀ ଜବତ କରାଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ କେବଳ ଅଧିକୃତ ୱେବସାଇଟ୍ www.shreejagannath.in ମାଧ୍ୟମରେ ବୁକିଂ କରିବାକୁ ପରାମର୍ଶ ଦେଇଛି। ପୁରୀ ବୁଲି ବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ହୋଟେଲ ବୁକିଂ ସମୟରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି କ୍ରାଇମ ବ୍ରାଞ୍ଚ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri