ପୁରୀ, ୧୬।୫( ଅଜିତ୍ କୁମାର ମହାନ୍ତି): ପୁରୀ ସହରରେ ଗୁରୁବାର ବିଳମ୍ବିତ ହତ୍ୟାକାଣ୍ଡ ଘଟିଛି। କାହାକୁ ନେଇ ପୁରୀରେ ଏକ ଆଲୋଡ଼ିନ ସୃଷ୍ଟି କରିଛି । ଆଉ କିଛି ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି। ବସେଲି ସାହି ଥାନା ଅର୍ନ୍ତଗତ ମଶାଣିଚଣ୍ଡୀ ମନ୍ଦିର ନିକଟରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ନରସିଂହ ଓରଫ କୁନା ବେହେରାକୁ ଦୁର୍ବୃତ୍ତମାନେ ବିଭତ୍ସ ଭାବେ ହତ୍ୟା କରିଛନ୍ତି । ତେବେ ପୋଲିସ ହତ୍ୟାକାଣ୍ଡ ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ଦିଆଯାଇଛି । ଅଟକ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୁରୀ ସିଟି ଡିଏସପିଙ୍କ ସୂଚନା ଦେଇଛନ୍ତି।
ତେବେ ମୃତ କୁନା ବେହେରା ମଶାଣିଚଣ୍ଡୀ ପରିଚାଳନା ସମିତିର ସମ୍ପାଦକ ଅଟନ୍ତି। ଗୁରୁବାର
ବିଳମ୍ବିତ ରାତ୍ରରେ କୁନା ବେହେରା ଶୋଇଥିବା ବେଳେ ଘରେ ପଶି ଲିପୁନୁ ଦାସ ଓ କାର୍ତ୍ତିକ ବେହେରା ଓ ତାର କିଛି ସହଯୋଗୀ ମାରଣାସ୍ତ୍ରରେ ହତ୍ୟା କରିଛନ୍ତି। କାନ୍ଥରେ ଚଢି ଘର ଭିତରକୁ ପଶି ଲଙ୍କାଗୁଣ୍ଡ ପକାଇ ମାରଣାସ୍ତ୍ରରେ ହତ୍ୟା କରିଛନ୍ତି। ପଇଡ ତୋଳାକୁ ନେଇ ହତ୍ୟା ହୋଇଥିବା ପୁରୀ ସିଟି ଡିଏସପି ପ୍ରଶାନ୍ତ ସାହୁ ସୂଚନା ଦେଇ କହିଚନ୍ତି । ଅପରପକ୍ଷରେ ଦୀର୍ଘବର୍ଷ ଧରି ନରସିଂହ ଓରଫ ମୃତକ କୁନା ବେହେରାଙ୍କ ସ୍ତ୍ରୀ ଓ ତାଙ୍କ ପରିବାର ସହ ସମ୍ପର୍କ ନଥିଲା ବୋଲି ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।ଏହି ହତ୍ୟା ପଛରେ ନରସିଂହର ସ୍ତ୍ରୀ ଓ ଶାଶୁର ଘର ହାତ ରହିଛି। ସେମାନଙ୍କୁ ସୁପାରି ଦେଇ ହତ୍ୟା କରାଯାଇଛି ବୋଲି ମୃତ କୁନାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ତଦନ୍ତ ପରେ ପ୍ରକୃତ ସତ୍ୟ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


