ପୁରୀ,୨୬ା୮: ପୁରୀ ବଡ଼ଦାଣ୍ଡ ମାଉସୀ ମା’ ମନ୍ଦିର ନିକଟରେ ଏକ ଦୁଃଖଦ ଦୁର୍ଘଟଣାରେ ଦିଲ୍ଲୀର ପର୍ଯ୍ୟଟକ ଯୋଗେନ୍ଦ୍ର ସିଂହଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍ ରିକ୍ସାକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ରିକ୍ସା ଚାଳକ ଏବଂ ଦୁଇ ବାଇକ୍ ଚାଳକ ମଧ୍ୟ ଆହତ ହୋଇଛନ୍ତି। କୁମ୍ଭାରପଡ଼ା ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ରିକ୍ସା ଓ ବାଇକ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି।