ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି ବାବା ଆକ୍ଷେପ ନେଇ ସେ କହିଛନ୍ତି, ୨ ଜଣ ପୂର୍ବତନ ମନ୍ତ୍ରୀଙ୍କ ସହ ଦେବାଶିଷ ମଧ୍ୟ ଷଡ଼ଯନ୍ତ୍ରକାରୀ। ସେମାନଙ୍କ ପାଇଁ ମୁଁ ଆଜି ଲାଲ ପୋଷାକ ପିନ୍ଧୁଛି। ଦେବାଶିଷ ବିଭିନ୍ନ ସଂସ୍ଥାରୁ ଚାନ୍ଦା ନେଇ ରାଜନୀତି କରନ୍ତି, ତାହାର ପ୍ରମାଣ ଅଛି। ପୁଅକୁ ବାଟ ଛାଡ଼ୁନି ଆକ୍ଷେପରେ କହିଛନ୍ତି, ଯଦି ପୁଅକୁ ବାଟ ଛାଡୁନି ସେ ଦୁଇ ଥର ବିଧାୟକ ହେଲା କିପରି।ପାଣ୍ଡିଆନଙ୍କୁ ପୂର୍ବରୁ ଗାଳି ଦେଉଥିବା ଆରୋପର ଜବାବ ରଖି କହିଛନ୍ତି, ମୁଁ ପାଣ୍ଡିଆନଙ୍କୁ ପୂର୍ବରୁ କେବେ ଗାଳି ଦେଇନି, ସେ ଭୁଲ କହିଛନ୍ତି।୨୦୧୩ରେ ଏକ ପ୍ରସଙ୍ଗକୁ ନେଇ ତାଙ୍କୁ ମୁଁ ପାଟି କରିଥିଲି। ସୁଜାତା କାର୍ତ୍ତିକେୟନ ରାଜ୍ୟସଭା ଯିବାରେ କୌଣସି ଅସୁବିଧା ନାହିଁ। ରବିବାର ପ୍ରଭାତ ବିଶ୍ବାଳଙ୍କୁ ନାଲି ବାବା କହି ଟାର୍ଗେଟ କରିଥିଲେ ଦେବାଶିଷ।


