ଚିହ୍ନଟକାରୀଙ୍କ ତଣ୍ଟି କାଟିଲେ ଅଭିଯୁକ୍ତ

ଗୋପାଳପୁର, ୨୨ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଗତ ୧୭ ତାରିଖ ରାତିରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଷ୍ଟେଜ ଶୋ’ ଉପରକୁ ଟେକା, ପଥର ମାଡ଼ ହୋଇଥିଲା। ଟେକାମାଡ଼ କରିଥିବା ଅଭିଯୁକ୍ତଙ୍କୁ ସେହି ଗ୍ରାମର ଜଣେ ଯୁବକ ଚିହ୍ନଟ କରିଥିଲେ। ଏହି ଘଟଣାରେ ଦଣ୍ଡବିଧାନ ନିମନ୍ତେ ମଙ୍ଗଳବାର ଗ୍ରାମସଭା କରାଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସୋମବାର ରାତିରେ ଅଭିଯୁକ୍ତଜଣଙ୍କ ଚିହ୍ନଟକାରୀଙ୍କ ତଣ୍ଟି କାଟି ଏକ କୂଅକୁ ଫିଙ୍ଗିଦେଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ପୋଲିସ ନଂ୧୦୭/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ, ସୋରଳ ଗ୍ରାମରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଷ୍ଟେଜ ଶୋ’ କରୁଥିବା ବେଳେ ଗ୍ରାମର ଟୁନା ବେହେରା ତାଙ୍କୁ ଟେକା ମାଡ଼ କରିଥିଲେ ବୋଲି ଗୋପାଳଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି। ଏହି ଘଟଣା ନେଇ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡବିଧାନ ନିମନ୍ତେ ମଙ୍ଗଳବାର ଗ୍ରାମସଭା କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ସୋମବାର ରାତିରେ ଟୁନାଙ୍କ ସହିତ ଗୋପାଳଙ୍କର ଯୁକ୍ତିତର୍କ ହୋଇଥିଲା। ଟୁନା ଉତକ୍ଷିପ୍ତ ହୋଇ ଏକ ଛୁରିରେ ଗୋପାଳଙ୍କ ତଣ୍ଟି କାଟିଦେବା ସହିତ ନିକଟସ୍ଥ ଏକ କୂଅକୁ ଠେଲି ଦେଇଥିଲେ। ଗୋପାଳଙ୍କ ଚିକତ୍ାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲରୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଗୋଳନ୍ଥରା ଥାନାରେ ଗୋପାଳଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୁକ୍ତ ଟୁନା ଫେରାର ହୋଇଯାଇଥିଲେ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ରାସ୍ତାକଡ଼ରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri