Posted inଫୁରସତ

୨୦ ବର୍ଷ ପରେ ପଞ୍ଜାବୀ ବାପା, ଜାପାନୀ ପୁଅଙ୍କ ମିଳନ

ଅମୃତସର: ପଞ୍ଜାବର ଅମୃତସର ଜିଲାରେ ସୁଖପାଲ ସିଂ ନାମକ ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷ ପରେ ନିଜ ପୁଅ ରିନ୍‌ ତକାହାତା(୨୧)ଙ୍କୁ ଭେଟିଛନ୍ତି। ସେ ୨୦ ବର୍ଷ ପୂର୍ବେ ନିଜ ପ୍ରଥମ ସ୍ତ୍ରୀ ସାଚି ତକାହାତା ଓ ତାଙ୍କ ପୁଅ ରିନ୍‌ଙ୍କୁ ଜାପାନରେ ଛାଡି ଚାଲିଆସିଥିଲେ। ଜାପାନର ଓସାକା ବିଶ୍ୱବିଦ୍ୟାଳୟର ଛାତ୍ର ରିନ୍‌ ନିଜର ଏକ ଆସାଇନ୍‌ମେଣ୍ଟ ଯୋଗୁ ଅମୃତସରରେ ତାଙ୍କ ବାପାଙ୍କୁ ଭେଟିବାକୁ ଆସିଥିଲେ। ସେ ଚଳିତ ବର୍ଷ ରାଖୀ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ ଅମୃତସରରେ ପହଞ୍ଚିଥିଲେ। ତେବେ ତାଙ୍କ ନିକଟରେ ବାପାଙ୍କ ନାମ ଏବଂ ପୁରୁଣା ଠିକଣା ଥିଲା। ବାପାଙ୍କୁ ଖୋଜିବା ପାଇଁ ମା’ ସାଚି ପୁଅ ରିନ୍‌ଙ୍କୁ କିଛି ପୁରୁଣା ଫଟୋ ମଧ୍ୟ ଦେଇଥିଲେ।
ବର୍ଷ ପରେ ନିଜ ପୁଅ ରିନ୍‌ଙ୍କୁ ନିକଟରେ ପାଇ ସୁଖପାଲ ଖୁସିରେ ବିଭୋର ହୋଇପଡିଥିଲେ। ବାପାଙ୍କୁ ଖୋଜିବା ନିଷ୍ପତ୍ତି ନେଇ ରିନ୍‌ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ତାଙ୍କୁ ଏକ ଫ୍ୟାମିଲି ଟ୍ରି ପ୍ରସ୍ତୁତ କରିବା ପାଇଁ ଆସାଇନ୍‌ମେଣ୍ଟ ଦିଆଯାଇଥିଲା। କିନ୍ତୁ ସେ ତାଙ୍କ ମା’ ସାଚିଙ୍କ ପରିବାରର ସମସ୍ତଙ୍କୁ ଚିହ୍ନିଥିବାବେଳେ ବାପା ସୁଖପାଲଙ୍କ ପରିବାରର କାହାକୁ ଚିହ୍ନି ନ ଥିଲେ। ତେଣୁ ସେ ବାପା ଓ ତାଙ୍କ ପରିବାର ବିଷୟରେ ଅଧିକ ଜାଣିବାକୁ ଏହି ଲମ୍ବାଯାତ୍ରା କରିଥିବା ରିନ୍‌ କହିଛନ୍ତି।
ଥାଇଲାଣ୍ଡରେ ସାଚି ତକାହାତା ନାମ୍ନୀ ଜଣେ ଜାପାନୀ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ୨୦୦୨ରେ ଉଭୟ ସୁଖପାଲ ଓ ସାଚି ପରସ୍ପରକୁ ବିବାହ କରି ଟୋକିଓରେ ରହୁଥିଲେ। ରିନ୍‌ ୨୦୦୩ରେ ଜନ୍ମ ହୋଇଥିଲେ। ତେବେ ୨୦୦୪ରେ ସୁଖପାଲ ଏବଂ ସାଚିଙ୍କ ମଧ୍ୟରେ ପାରିବାରିକ ଅସନ୍ତୋଷ ଦେଖାଦେଇଥିଲା। ସେତେବେଳେ ଭୁଲ୍‌ ବୁଝାମଣା ଯୋଗୁ ଉଭୟ ଅଲଗା ହୋଇଯାଇଥିଲେ। ସୁଖପାଲ ଭାରତ ଆସିଯାଇଥିବାବେଳେ ସାଚି ପୁଅ ରିନ୍‌ଙ୍କ ସହ ଜାପାନରେ ରହିଲେ। ପରେ ସୁଖପାଲ ୨୦୦୭ରେ ପଞ୍ଜାବର ଅମୃତସର ନିବାସୀ ଗୁରୁବିନ୍ଦରଜିତ୍‌ କୌରଙ୍କୁ ବିବାହ କରିଥିଲେ। ସୁଖପାଲ ଏବଂ ଗୁରୁବିନ୍ଦରଜିତଙ୍କ ଅଭ୍‌ଲିନ ନାମ୍ନୀ ଜଣେ ଝିଅ ମଧ୍ୟ ଅଛନ୍ତି। ଚଳିତ ରାଖୀ ପୂର୍ଣ୍ଣିମାରେ ଅଭ୍‌ଲିନ୍‌ ତାଙ୍କ ଜାପାନୀ ଭାଇ ରିନ୍‌ଙ୍କୁ ରାଖୀ ବାନ୍ଧିଥିଲେ ଏବଂ ଗୁରୁବିନ୍ଦରଜିତ୍‌ ରିନ୍‌ଙ୍କୁ ନିଜର ପୁଅ ଭାବେ ସ୍ବାଗତ କରିଥିଲେ। ରିନ୍‌ କହିଛନ୍ତି, ସେ ତାଙ୍କ ବାପା ଓ ପରିବାରକୁ ଭେଟିବା ପାଇଁ ନିୟମିତ ଭାବେ ଭାରତ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri