ସରକାରୀ ସମ୍ପତ୍ତିର ହେବ ଘରୋଇ କରଣ: ୧୦୦ର ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର ୧୦୦ଟି ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲକ୍ଷ୍ୟ ପୂରଣ ସହଜ ହୋଇପାରିବ। ଏସବୁ ସମ୍ପତ୍ତି ବିକ୍ରି କରି ସରକାର ୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବେ। ନୀତି ଆୟୋଗ ପକ୍ଷରୁ ଘରୋଇ କରଣ କରିହେଉଥିବା ୧୦୦ଟି ସରକାରୀ ସମ୍ପତ୍ତିର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। କରୋନା ମହାମାରୀ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ପଛୁଆ ରହିଛି। ଆବଶ୍ୟକ ରାଜସ୍ବ ସଂଗ୍ରହ ଲକ୍ଷ୍ୟ ପୂରଣ କରି ହେଉନାହିଁ। ଏପରିସ୍ଥଳେ ସରକାର ୫ ଟ୍ରିଲିୟନ୍‌ ଅର୍ଥବ୍ୟବସ୍ଥା ଲକ୍ଷ୍ୟ ପୂରଣ ପାଇଁ ଘରୋଇ କରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଭିନ୍ନ ମନ୍ତ୍ରଣାଳୟକୁ ଘରୋଇ କରଣ କରିହେଉଥିବା ସରକାରୀ ସମ୍ପତ୍ତିର ରିପୋର୍ଟ ଦେବାକୁ ନୀତି ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ୧୦ ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଏବଂ ପବ୍ଲିକ୍‌ ସେକ୍ଟର ଏଣ୍ଟ୍ରପ୍ରାଇଜର ୩୧ଟି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଘରୋଇ କରଣ କରିବା ଲାଗି ଚିହ୍ନଟ କରାଯାଇଛି। ସେସବୁ ସରକାରୀ ସମ୍ପତ୍ତି ମଧ୍ୟରେ ଟୋଲ ରୋଡ୍‌, ବନ୍ଦର, କ୍ରୁଏଜ୍‌ ଟର୍ମିନାଲ, ଟେଲିକମ୍‌ ଭିତ୍ତିଭୂମି, ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌, ବିଦ୍ୟୁତ୍‌ ସଂଚରଣ ଟାଓ୍ବାର, ରେଳ ଷ୍ଟେଶନ, ସ୍ପୋର୍ଟସ୍‌ ଷ୍ଟାଡ଼ିୟମ୍‌, ମାଉଣ୍ଟେନ୍‌ ରେଲଓ୍ବେ, ଅପରେଶନାଲ ମେଟ୍ରୋ ସେକଶନ୍‌, ଓ୍ବେରହାଉସ୍‌, କମର୍ସିଆଲ୍‌ କମ୍ପ୍ଲେକ୍ସ୍‌ ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ ବିଜୟ

ନୂଆଦିଲ୍ଲୀ,୧୧।୫: କେନ୍ଦ୍ର ଓ ଦିଲ୍ଲୀ ମଧ୍ୟରେ ଜାତୀୟ ରାଜଧାନୀର ପ୍ରଶାସନିକ ସେବା ନିୟନ୍ତ୍ରଣକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ଉପରେ ସୁପ୍ରିମକୋର୍ଟର ଏକ...

ଭାରତର ଜିଡ଼ିପି ଅନୁମାନ ୭%କୁ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୧୯-୭: ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଚଳିତ ଆର୍ଥିକ ବର୍ଷ ଲାଗି ଭାରତର ମୋଟ ଘରୋଇ ଉତ୍ପାଦ(ଜିଡ଼ିପି) ଅଭିବୃଦ୍ଧି ହାର ଅନୁମାନକୁ ୭.୨ରୁ ୭%କୁ ହ୍ରାସ କରିଛି।...

ଅତିକ ଅହମଦ ମାମଲା: ମାୟାବତୀଙ୍କୁ ଟାର୍ଗେଟ କଲା ଭାଜପା

ଲକ୍ଷ୍ନୌ,୨୦।୪: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜ୍ୟ ସଭା ଏମପି ଓ ବରିଷ୍ଠ ଆଡଭୋକେଟ ମହେଶ ଜେଠମାଲାନି ମାଫିଆ ଅତିକ ଅହମଦଙ୍କୁ ନେଇ ପ୍ରାୟ ସମସ୍ତ ରାଜନୈତିକ...

ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ। ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା...

ବଳାତ୍କାର ପୀଡ଼ିତାଙ୍କୁ ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ…

ମୁମ୍ବାଇ, ୧।୭ : ଜଣେ ବଳାତ୍କାର ପୀଡ଼ିତାଙ୍କୁ ସନ୍ତାନ ଜନ୍ମ କରି ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସେ ବଳାତ୍କାର ଯୋଗୁ ଜାତ...

୧୦୦ ବିମାନ ସହ ୪ର୍ଥ ସ୍ଥାନରେ ସ୍ପାଇସ୍‌ଜେଟ୍‌

ମୁମ୍ବାଇ,୨୭-୫: ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ରବିବାର ଏକ ବୋଇଂ ୭୩୭ ବିମାନକୁ ସାମିଲ କରିଛି। ଫଳରେ କମ୍ପାନୀ ନିକଟରେ ବିମାନ ସଂଖ୍ୟା ଏବେ ୧୦୦ରେ...

ସମଲିଙ୍ଗୀ ବିବାହ ପ୍ରସଙ୍ଗ ପାର୍ଲାମେଣ୍ଟ ଉପରେ ଛଡ଼ାଯାଉ

ନୂଆଦିଲ୍ଲୀ,୨୭ା୪(ପି.ଟି.): ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦାବି ଆବେଦନକୁ ନେଇ ଉଠୁଥିବା ପ୍ରଶ୍ନକୁ ପାର୍ଲାମେଣ୍ଟରେ ଆଲୋଚନା ପାଇଁ ଛଡ଼ାଯାଉ ବୋଲି ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ...

ବନ୍ୟା ପାଇଁ କଂଗ୍ରେସ ଦାୟୀ: ବୋମ୍ମାଇ…

ବେଙ୍ଗାଲୁରୁ, ୬।୯ : ଦକ୍ଷିଣ ଭାରତର କେତେକ ରାଜ୍ୟରେ ମୌସୁମୀ ବର୍ଷା ସଙ୍କଟ ସୃଷ୍ଟି କରିଛି। କର୍ନାଟକର ବେଙ୍ଗାଲୁରୁ, କେରଳ ଏବଂ ତାମିଲନାଡୁର ବହୁ ଅଞ୍ଚଳରେ...

Advertisement
Archives

Model This Week