ଚୋରି ଘଟଣାକୁ ନେଇ ରାସ୍ତାରୋକୋ: ପୋଲିସ ନିଷ୍କ୍ରିୟତାକୁ ବିରୋଧ

ତୁମୁଡିବନ୍ଧ,୨୭।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଆମ୍ବେଡକର ଛକରେ ଥିବା ଫେବ୍ରିକେସନ ଦୋକାନୀ ପିତାମ୍ବର ସାହୁଙ୍କ ଘରୁ ଗତରାତିରେ ମାଉଜର ଦେଖାଇ ଚୋରି ହୋଇଥିଲା। ଏହି ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ଗୋପାଳ ପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ତୁମୁଡିବନ୍ଧର ଆମ୍ବେଦକର ଛକଠାରେ ରାସ୍ତା ରୋକ ହୋଇଥିଲା। ଦୀର୍ଘ ୪ ଘଣ୍ଟା ପରେ ବାଲିଗୁଡା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକୋ ହଟିଥିଲା।
ସୂଚନା ଅନୁସାରେ, ପିତାମ୍ବର ନିଜ ପରିବାରକୁ ନେଇ ଗତରାତ୍ର ୮ ଘଣ୍ଟା ସମୟରେ ଶିବରାତି ଦେଖିବାକୁ ଜଲେଶପଟା ଯାଇଥିଲେ। ସମୟ ପ୍ରାୟ ରାତ୍ରି ୯.୩୦ମିନିଟରେ ଘରକୁ ସପରିବାର ଫେରିଲେ। ରାତ୍ର ଭୋଜନ ସାରି ଶୋଇପଡିଲେ। ପ୍ରାୟ ୧୨ଟା ସମୟରେ ତାଙ୍କ ଭାଣିଜୀ ପରିଶ୍ରା କରିବା ପାଇଁ ବାରିପଟ କବାଟ ଖୋଲି ଶୌଚାଳୟକୁ ଯାଇଥିଲେ। ସେହି ସମୟରେ ମୁଖା ପିନ୍ଧା ୫ ଜଣ ମାଉଜର ଓ ଭୁଜାଲି ଧରି ଘରକୁ ପଶି ଥିଲେ। ହଠାତ ପିତାମ୍ବର ଓ ତାଙ୍କ ସ୍ତ୍ରୀଙ୍କୁ ମାଉଜର ଦେଖାଇ ଧୀରେ ଧୀରେ ପାଖକୁ ଯାଇ ମୁଣ୍ଡରେ ରଖିଲେ ଓ ପିତାମ୍ବରଙ୍କ ଆଖିରେ କଳାକନା ବାନ୍ଧି ପାଟିରେ ସେଲୋଟେପ୍‌ ଦେଇ ହାତ ଦୁଇଟାକୁ ପଛ କରି ବାନ୍ଧି ଉଭୟ ସ୍ବାମୀ ଓ ସ୍ତ୍ରୀସ୍‌ଙ୍କୁ ଜୀବନରେ ମାରି ଦେବା ଭଳି ଭୟଭୀତ କରି ଆଲମାରୀ ଚାବି ମାଗିଥିଲେ।
ଜୀବନକୁ ରକ୍ଷା ପାଇବା ପାଇଁ ପିତାମ୍ବରଙ୍କ ସ୍ତ୍ରୀ ଚାବି ଦେଲେ। ଆଲମାରୀ ଚାବି ଖୋଲି ସୁନା ଗହଣା ସାତ ଭରି, ଏକ ଲକ୍ଷ ଟଙ୍କା ନେବା ସହିତ ୪ଟି ମୋବାଇଲ ଓ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ କାଡ଼ି ନେଇଛନ୍ତି। ଏହି ଘଟଣାକୁ ନେଇ ତୁମୁଡିବନ୍ଧ ଆମ୍ବେଦକର ଛକର ଗଣେଶ ବଣିକ ସଂଘ ଓ ତୁମୁଡିବନ୍ଧ ବଜାରର ଜଗନ୍ନାଥ ବଣିକ ସଙ୍ଘ ତରଫରୁ ବନ୍ଧ ଡାକରା ଦିଆଯାଇ ଗୋପାଳପୁର ଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଆମ୍ବେଦକର ଛକଠାରେ କାଠ, ବାଉଁଶ, ପଥର ଓ ଷ୍ଟାଣ୍ଡ ପୋଷ୍ଟ ରଖି ପୂର୍ବାହ୍ନ ୧୦ ଘଣ୍ଟାଠାରୁ ରାସ୍ତା ଅବରୋଧ କରିଥିଲେ।
ଉଭୟ ପାଶର୍‌ବରେ ଦୁଇ ଚକିଆ ଯାନଠାରୁ ଆରମ୍ଭ କରି ଭାରି ଯାନ ଗୁଡ଼ିକ ଅଟକି ରହିଥିଲା। ଯାତ୍ରୀମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ତୁମୁଡିବନ୍ଧ ମୁଖ୍ୟ ବଜାରରେ ଥିବା ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ରେବସି ପୋଲିସର ନିଷ୍କ୍ରିୟତାକୁ ନିନ୍ଦା କରି ଚୋର ନ ଧରିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରୁ ହଟିବୁନି ବୋଲି ରାସ୍ତାରେ ବସିଥିବା ଦୁଇ ବଣିକ ସଙ୍ଘ ଓ ଜନସାଧାରଣ ଦାବି କରିଥିଲେ। ତେବେ ଘଟଣାସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଓ ପୋଲିସ ଫୋର୍ସ ମୁତୟନ ରହିଥିବା ବେଳେ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ପିତାମ୍ବର ସାହୁ ଏବଂ ଉଭୟ ବଣିକ ସଂଘର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।
ସେହିପରି ତୁମୁଡିବନ୍ଧ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରିବା ବିଭିନ୍ନ ଚୋରିହାରି ହେଉଥିବା ନେଇ ମଧ୍ୟ ଅବଗତ କରାଇଥିଲେ। ଚୋରକୁ ଧରାଯିବ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୧ଘଣ୍ଟା ସମୟରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ…

ପରାଜୟ ପରେ ବାହାନା କରିବା ଆରମ୍ଭ କଲେ ଋତୁରାଜ ଗାୟକୱାଡ; ଦର୍ଶାଇଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରମୁଖ କାରଣ

ନୂଆଦିଲ୍ଲୀ,୩୧।୩: ଗୁଆହାଟୀରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମ ଦାର ପରାଜୟ ପରେ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ପରାଜୟର କାରଣ…

ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଲେ ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଭବାନୀପାଟଣା,୩୧ା୩(ଉତ୍ତମ କୁମାର ଦାଶ):ମାଇଁ ଭାରତ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ପାଇଁ କଳାହାଣ୍ଡି ଜିଲାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଯୁଦ୍ଧ ମଧ୍ୟରେ କାହିଁକି ଭାଇରାଲ ହେଲା ଟ୍ରମ୍ପଙ୍କ ପୁରୁଣା ବୟାନ? ଜାଣନ୍ତୁ କ’ଣ କହିଛନ୍ତି ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ୧୯୮୭ ମସିହାର ଏକ ପୁରୁଣା ସାକ୍ଷାତକାର ଶେୟାର କରିଛନ୍ତି, ଯେଉଁଥିରେ ସେ ଇରାନ ସମ୍ପର୍କରେ ଅତ୍ୟନ୍ତ ଆକ୍ରମଣାତ୍ମକ…

କେବେ ସରିବ ଇରାନ-ଇସ୍ରାଏଲ ଯୁଦ୍ଧ? ଇରାନ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଅପଡ଼େଟ୍

ତେହରାନ,୩୧।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି, ତଥାପି ମିଶାଇଲ୍ ଏବଂ ଡ୍ରୋନର ଆକ୍ରମଣ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଆମେରିକା କିମ୍ବା…

ଇଣ୍ଡୋନେସିଆରେ ବୁଡ଼ିଲା ଡଙ୍ଗା, ୨୭ ନିଖୋଜ

ଜାକର୍ତ୍ତା,୩୧।୩: ଇଣ୍ଡୋନେସିଆର ଏକ ଦୁର୍ଗମ ଗ୍ରାମକୁ ଯାଉଥିବା ଏକ ଡଙ୍ଗା ଖରାପ ପାଗରେ ଫସିଯିବା ପରେ ବୁଡ଼ି ଯାଇଥିବା ଖବର ମିଳିଛିା। ଏହି ଘଟଣାରେ ୨୭ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri