ଆନ୍ଦୋଳନ ଚେତାବନୀ ଦେଲେ ଅଙ୍ଗନଓ୍ବାଡି କର୍ମୀ: ବିଭିନ୍ନ ଦାବି ପୂରଣ କର ନଚେତ୍‌…

କେସିଙ୍ଗା,୮।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକରେ ଥିବା ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ପୋଷଣ ଟ୍ରାକ ଏଫଆରଏସରେ ହେଉଥିବା ସମସ୍ୟା ସହ ଅନ୍ୟ ସମସ୍ୟାର ସମାଧାନ ପାଇଁ ଅଙ୍ଗନଓ୍ବାଡି କର୍ମୀମାନେ ବିଡ଼ିଓ, ସିଡିପିଓଙ୍କ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିସ ୱାର୍କର୍ସ ଆସୋସିଏସନ ରାଜ୍ୟ ସଂଘ ନିଷ୍ପତ୍ତି ଅନୁସାରେ କେସିଙ୍ଗା ବ୍ଳକ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘର ସଭାନେତ୍ରୀ ବସନ୍ତ ପାଢ଼ୀଙ୍କ ମିଳିତ ଉଦ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି।
ପୋଷଣ ଟ୍ରାକରେ ଏଫଆରଏସରେ ବିଭିନ୍ନ ନେଟୱାର୍କ ସମସ୍ୟା, ଉନ୍ନତମାନର ମୋବାଇଲ ପ୍ରଦାନ, ଆଧାର ସହିତ ମୋବାଇଲ ଲିଙ୍କ, ଫଟୋ ମିସ୍‌ମ୍ୟାଚ୍‌ ହେବା, ନେଟୱାର୍କ ପାଇଁ ସୁବ୍ୟବସ୍ଥା କରିବା, ତିନି ମାସକୁ ରିଚାର୍ଚ୍ଚ ବାବଦକୁ ୯ ଶହ ଟଙ୍କା ଦେବା, ୬ ମାସକୁ ଥରେ ଫେସ କ୍ୟାପଚର କରିବା ପାଇଁ ବିଭାଗୀୟ ପକ୍ଷରୁ ଆଦେଶ ଦେବା, ପ୍ରତି ଶନିବାରରେ କିଶୋରୀ ବାଳିକାଙ୍କୁ ଦୁଇଟି ସିଝା ଅଣ୍ଡା ଓ କଞ୍ଚା ଅଣ୍ଡା ପ୍ରଦାନ କରିବା,ଜାଳେଣି କାଠର ଖର୍ଚ୍ଚ କେଉଁ ଅର୍ଥରୁ ଖର୍ଚ୍ଚ କରାଯିବ ତାହା ସ୍ପଷ୍ଟ କରିବା, ପ୍ରତି ବ୍ଳକରେ ନିରାକରଣ କମିଟି ଗଠନ କରିବାକୁ ଜିଲାପାଳଙ୍କୁ ଆଦେଶ ଦେବା, ହିତାଧିକାରୀଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଇଦେବା, ଉନ୍ନତମାନର ଅଙ୍ଗନବାଡି କେନ୍ଦ୍ର ଓ ଶୌଚାଳୟ ନିର୍ମାଣ କରିବା ଓ ପାନୀୟଜଳର ବ୍ୟବସ୍ଥା କରିବା, ମୃତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ମାନଙ୍କୁ ତୁରନ୍ତ ସହାୟକ ରାଶି ପ୍ରଦାନ କରିବା, କେସିଙ୍ଗା ବ୍ଳକରେ ତିନି ଜଣ ଅଙ୍ଗନଓ୍ବାଡି କର୍ମୀ ମୃତ୍ୟୁକୁ ତିନି ବର୍ଷ ବିତିଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରା ଯାଇନାହଁି । ମୃତଙ୍କ ପରିବାରରୁ ଜଣଙ୍କୁ ଅଙ୍ଗନବାଡି ପଦବୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଏଭଳି ବହୁ ସମସ୍ୟାର ସମାଧାନ ପାଇଁ ଅଙ୍ଗନବାଡି କର୍ମୀମାନେ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିଜ ଓ୍ବାର୍କର୍ସ ଆସୋସିଏସନ ସଂଲଗ୍ନ ଭାରତୀୟ ମଜଦୁର ସଂଘ କେସିଙ୍ଗା ଶାଖାର ସଭାନେତ୍ରୀ ବସନ୍ତ ପାଢ଼ୀଙ୍କ ସମେତ ବ୍ଳକର ୧୯୫ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ସହରରେ ଶୋଭାଯାତ୍ରାରେ ବାହାରି ବ୍ଲକର ବିଡ଼ିଓ,ସିଡିପିଓଙ୍କ କାର୍ଯ୍ୟାଳୟକୁ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଯଦି ଏହି ସବୁ ସମସ୍ୟାର ସମାଧାନ ଯଥାଶୀଘ୍ର ନ ହୁଏ ତେବେ ବ୍ଳକର ସମସ୍ତ ଅଙ୍ଗନବାଡି କର୍ମୀମାନେ ଆନ୍ଦୋଳନ କରିବାକୁ ପଛାଇବେ ନାହିଁ ବୋଲି କେସିଙ୍ଗା ବ୍ଲକ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଙ୍ଘର ସଭାନେତ୍ରୀ ବସନ୍ତ ପାଢ଼ୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଚାଲିଥିଲା ଜୁଆ ଖେଳ, ଅଚାନକ ଚଢାଉ କଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨୧।୧ ( ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ପୋଲିସ ପକ୍ଷରୁ ଚିକଲଖଣ୍ଡିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri