ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। ପୋଲିସ ସହ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ନିର୍ବାଚିତ ପ୍ରତିନିଧିଙ୍କ ୯ଦିନ ଧାରଣା ପରେ ଆଜି ନେଇଛି ଉଗରୂପ ନେଇଥିଲା ।

ବିଡିଓ ସୁମନ ସୁଧା କୁଣ୍ଡୁ ସାଧାରଣତନ୍ତ୍ର ଦିବସରେ ମିଳିତ ପ୍ୟାରେଡ଼ ନକରାଇବା ସହ ନିଜେ ଅନୁପସ୍ଥିତ ରହି ସ୍ଥାନୀୟ ବିଧାୟକଙ୍କୁ ଅପମାନ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଆଜି ବ୍ଲକ ଅଧକ୍ଷାଙ୍କୁ ବ୍ଲକ ଭିତରକୁ ପ୍ରବେଶ ନକରାଇବା ନେଇ ବିବାଦ ଉଗ୍ରରୂପ ନେଇଥିଲା । ଜନତା ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବିଡି଼ଓଙ୍କ ବଦଳି ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଦରେ ଅଟଳ ଆନ୍ଦୋଳନକାରୀ।

ଆଗକୁ ଆନ୍ଦୋଳନ ଜାରି ରଖିବା ସହ ପରିସ୍ଥିତି ଭୟଙ୍କର ରୂପ ନେବା ନେଇ ଚେତାବନୀ ଦେଇଥିଲେ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଦୁଇଟି ଥାନାର ଥାନା ଅଧିକାରୀ, ଅତିରିକ୍ତ ଏସପି ଉପସ୍ଥିତ ରହିଛନ୍ତି । ଆନ୍ଦୋଳନକୁ ୯ଦିନ ବିତିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ ପାଖରେ ଜିଲାର କୌଣସି ଅଧିକାରୀ ନପହଞ୍ଚିବାକୁ ନେଇ ବିବାଦ ଉଗ୍ରରୂପ ନେଇଛି । ଏହି ଆନ୍ଦୋଳନକୁ ସମସ୍ତ ଦଳ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି ।

Dharitri – Odisha’s No.1 Odia Daily

Share
Tags: Bolgarh BDO