ବରଗଡ଼ରେ ପଞ୍ଜାବ କୃଷକ ଆନ୍ଦୋଳନର ତାତି, ଦାହ ପୂର୍ବରୁ କୁଶପୁତ୍ତଳିକା ଛଡ଼ାଇ ନେଲା ପୋଲିସ

ବରଗଡ଼, ୨୮।୩(ପ୍ରେମାନନ୍ଦ ଖମାରୀ)- ପଞ୍ଜାବରେ କୃଷକ ଆନ୍ଦୋଳନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସାରାଦେଶରେ ଆନ୍ଦୋଳନ ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ଶୁକ୍ରବାର ଆନ୍ଦୋଳନ ତାତି ଅନୁଭୂତ ହୋଇଛି। ଏହି କ୍ରମରେ ବରଗଡ଼ ଗାନ୍ଧୀ ଛକ ଠାରେ ଚାଷୀ ସଂଗଠନ ଜୟ କିଶାନ ଆନ୍ଦୋଳନ ତରଫରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନଙ୍କ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ରଖାଯାଇଥିଲା । କିନ୍ତୁ କୁଶ ପୁତ୍ତଳିକା ଦାହ କରିବା ସମୟରେ ସେଠାକୁ ବ୍ୟାପକ ପୋଲିସ ପହଞ୍ଚିଥିଲେ। ସେତେବେଳେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଦାହ ପୂର୍ବରୁ ପୋଲିସ କୁଶ ପୁତ୍ତଳିକା ଛଡେଇ ନେଇଥିବା ଦେଖିବାକୁ ମିଳିଥିଲା।

ଜୟ କିଶାନ ଆନ୍ଦୋଳନର କର୍ମୀମାନେ ଗାନ୍ଧୀ ଛକ ଠାରେ ସମବେତ ହୋଇ ଚାଷୀ ବିରୋଧି ନରେନ୍ଦ୍ର ମୋଦି, ଅମିତ ଶାହ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ମୁର୍ଦାବାଦ, ଚାଷୀ ଆନ୍ଦୋଳନକୁ ଦମନ କରିବା ଚଲିବ ନାହିଁ ଆଦି ସ୍ଲୋଗାନ ଦେଇ ଏକ ପଥପ୍ରାନ୍ତ ସଭା କରିଥିଲେ । ଦିଲ୍ଲୀର ଖନୌରୀ ଏବଂ ସିଂହୁ ବୋର୍ଡରରେ ଚାଲିଥିବା କୃଷକ ଆନ୍ଦୋଳନକୁ ଗତ ୧୯ ତାରିଖରେ ଯେଭଲି ଭାବରେ ଦମନ କରାଗଲା ଏବଂ ସରକାରଙ୍କ ସହିତ ଆଲୋଚନା ସମୟରେ ସେହି କୃଷକ ନେତାମାନଙ୍କୁ ଯେଭଲି ଭାବରେ ଗିରଫ କରାଗଲା, ତାକୁ ଚାଷୀନେତା ଲିଙ୍ଗରାଜ ଦୃଢ ନିନ୍ଦା କରିଥିଲେ। ତିନି କଳା କୃଷି ଆଇନ ପ୍ରତ୍ୟାହାର ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ସରକାର ଦେଇଥିଲେ, ସେହି ପ୍ରତିଶ୍ରୁତି ପାଳନ ପାଇଁ ସଂଯୁକ୍ତ କିସାନ ମୋର୍ଚ୍ଚା ପୁଣି ଥରେ ଆନ୍ଦୋଳନର ଆରମ୍ଭ କରିଥିଲା। ସଂଯୁକ୍ତ କିସାନ ମୋର୍ଚ୍ଚାର ନେତା ଜଗଜୀତ ସିଂହ ଦଲ୍ଲେୱାଲ ଦୀର୍ଘ ୧୨୦ ଅନଶନରେ ଥିଲେ। ବିଭିନ୍ନ ପର୍ଯ୍ୟାୟରେ ସରକାର ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା ମଧ୍ୟ କରୁଥିଲେ। କିନ୍ତୁ ହଠାତ ପଞ୍ଜାବର ଭଗବତ ସିଂ ମାନ ସରକାର ବୁଲଡୋଜର୍‌ ଚଲାଇ ଆନ୍ଦୋଳନକୁ ଛିନ୍ନଛତ୍ର କରିଦେଇଛି ଏହାକୁ ବରଦାସ୍ତ କରାଯିବ ନାହିଁ ଏବଂ ଆଗାମୀ ଦିନରେ ରାଷ୍ଟ୍ରୀୟ ସ୍ତରରେ ପୁଣି କୃଷକ ଆନ୍ଦୋଳନ ସଂଗଠିତ ହୋଇ ସଂଘର୍ଷ କରିବେ ଏବଂ ଚାଷୀ ବିରୋଧୀ ସରକାରମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଲିଙ୍ଗରାଜ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଜୟ କିଶନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ବରିଷ୍ଠ ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ଚଞ୍ଚଳ ପ୍ରଧାନ, ଅରୁଣ କୁମାର ସାହୁ, ସରୋଜ ପଧାନ, ସିଲିଂ ସାହୁ, ଭଞ୍ଜନ ବାରିକ, କିଶୋର ସାହୁ, କୁନା ବେହେରା, ବିଜୟ ପ୍ରଧାନ, ତପୋବନ୍ତ ନାୟକ ରେବତି କାନ୍ତ ବେହେରା, ଲକ୍ଷ୍ମଣ ସୁନା ଉପସ୍ଥିତ ଥିଲେ। ସେହିପରି ସଂଯୁକ୍ତ କୃଷକ ସଂଗଠନ, ବରଗଡ଼ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବକେୟା ବିଦ୍ୟୁତ ବିଲ ଛାଡ଼, ୩୦୦ ୟୁନିଟ ମାଗଣା ବିଦ୍ୟୁତ, ଜଳସେଚନ କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ଦେୟ ଜଳ ସେଚନ ଆଧାରେ ଧାର୍ଯ୍ୟ କରିବା ପାଇଁ ଦାବି ହୋଇଛି। ଦାବିପତ୍ରରେ ୨୫ହଜାର ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାକ୍ଷର ରହିଛି। ସେହିପରି ଅମ୍ବାଭାନା ବିଦ୍ୟୁତ ଯନ୍ତ୍ରୀ ଈଶାନ୍ତ ଭୋଇଙ୍କୁ ମାଡ ମରିଥିବା ଘଟଣାକୁ ଅତି ଗମ୍ଭୀର ଭାବେ ସଂଗଠନ ଗ୍ରହଣ କରି ସମ୍ପୃକ୍ତ ଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି । ଧାନ ପଞ୍ଜିକରଣ ସମୟ ସୀମା ବୃଦ୍ଧି ଏବଂ ଲାଇନ ବିଲ ବାଧ୍ୟତା ମୂଳକ ନ କରିବା ପାଇଁ ଜିଲାପାଳଙ୍କଠାରେ ଦାବି କରାଯାଇଛି । ପୂର୍ବ ଫସଲବୀମା ତୁରନ୍ତ ପ୍ରଦାନ କରା ନଗଲେ ଯେ କୌଣସି ମୁହୂର୍ତ୍ତରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି । ସଂଗଠନ ନେତୃତ୍ୱରେ ଅନେକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଗରେ ଧାରଣା ଦେଇଥିଲେ । ପରେ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ଦାବିପତ୍ର ଗ୍ରହଣ କରିଥଲେ। ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଅଜିତ ଶତପଥୀ,ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ନିରଞ୍ଜନ ପଧାନ, ଈଶାନ୍ତ ଭୋଇ, ଦିଲୀପ ପଧାନ, ତପନ ମିଶ୍ର, ସୁବାଷ ସାମନ୍ତରାୟ, ରବିଶଙ୍କର ପଧାନ ଉପସ୍ଥିତ ରହି ଉଦବୋଧନ ବକ୍ତବ୍ୟ ଦେଇଥିଲେ। ପଞ୍ଜାବରେ ଚାଷୀଙ୍କ ଉପରେ ପୋଲିସର ବର୍ବରୋଚିତ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହିତ ଉପରୋକ୍ତ ଦାବି ସମୂହ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri