ବରଗଡ଼ରେ ପଞ୍ଜାବ କୃଷକ ଆନ୍ଦୋଳନର ତାତି, ଦାହ ପୂର୍ବରୁ କୁଶପୁତ୍ତଳିକା ଛଡ଼ାଇ ନେଲା ପୋଲିସ

ବରଗଡ଼, ୨୮।୩(ପ୍ରେମାନନ୍ଦ ଖମାରୀ)- ପଞ୍ଜାବରେ କୃଷକ ଆନ୍ଦୋଳନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସାରାଦେଶରେ ଆନ୍ଦୋଳନ ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ଶୁକ୍ରବାର ଆନ୍ଦୋଳନ ତାତି ଅନୁଭୂତ ହୋଇଛି। ଏହି କ୍ରମରେ ବରଗଡ଼ ଗାନ୍ଧୀ ଛକ ଠାରେ ଚାଷୀ ସଂଗଠନ ଜୟ କିଶାନ ଆନ୍ଦୋଳନ ତରଫରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନଙ୍କ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ରଖାଯାଇଥିଲା । କିନ୍ତୁ କୁଶ ପୁତ୍ତଳିକା ଦାହ କରିବା ସମୟରେ ସେଠାକୁ ବ୍ୟାପକ ପୋଲିସ ପହଞ୍ଚିଥିଲେ। ସେତେବେଳେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଦାହ ପୂର୍ବରୁ ପୋଲିସ କୁଶ ପୁତ୍ତଳିକା ଛଡେଇ ନେଇଥିବା ଦେଖିବାକୁ ମିଳିଥିଲା।

ଜୟ କିଶାନ ଆନ୍ଦୋଳନର କର୍ମୀମାନେ ଗାନ୍ଧୀ ଛକ ଠାରେ ସମବେତ ହୋଇ ଚାଷୀ ବିରୋଧି ନରେନ୍ଦ୍ର ମୋଦି, ଅମିତ ଶାହ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ମୁର୍ଦାବାଦ, ଚାଷୀ ଆନ୍ଦୋଳନକୁ ଦମନ କରିବା ଚଲିବ ନାହିଁ ଆଦି ସ୍ଲୋଗାନ ଦେଇ ଏକ ପଥପ୍ରାନ୍ତ ସଭା କରିଥିଲେ । ଦିଲ୍ଲୀର ଖନୌରୀ ଏବଂ ସିଂହୁ ବୋର୍ଡରରେ ଚାଲିଥିବା କୃଷକ ଆନ୍ଦୋଳନକୁ ଗତ ୧୯ ତାରିଖରେ ଯେଭଲି ଭାବରେ ଦମନ କରାଗଲା ଏବଂ ସରକାରଙ୍କ ସହିତ ଆଲୋଚନା ସମୟରେ ସେହି କୃଷକ ନେତାମାନଙ୍କୁ ଯେଭଲି ଭାବରେ ଗିରଫ କରାଗଲା, ତାକୁ ଚାଷୀନେତା ଲିଙ୍ଗରାଜ ଦୃଢ ନିନ୍ଦା କରିଥିଲେ। ତିନି କଳା କୃଷି ଆଇନ ପ୍ରତ୍ୟାହାର ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ସରକାର ଦେଇଥିଲେ, ସେହି ପ୍ରତିଶ୍ରୁତି ପାଳନ ପାଇଁ ସଂଯୁକ୍ତ କିସାନ ମୋର୍ଚ୍ଚା ପୁଣି ଥରେ ଆନ୍ଦୋଳନର ଆରମ୍ଭ କରିଥିଲା। ସଂଯୁକ୍ତ କିସାନ ମୋର୍ଚ୍ଚାର ନେତା ଜଗଜୀତ ସିଂହ ଦଲ୍ଲେୱାଲ ଦୀର୍ଘ ୧୨୦ ଅନଶନରେ ଥିଲେ। ବିଭିନ୍ନ ପର୍ଯ୍ୟାୟରେ ସରକାର ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା ମଧ୍ୟ କରୁଥିଲେ। କିନ୍ତୁ ହଠାତ ପଞ୍ଜାବର ଭଗବତ ସିଂ ମାନ ସରକାର ବୁଲଡୋଜର୍‌ ଚଲାଇ ଆନ୍ଦୋଳନକୁ ଛିନ୍ନଛତ୍ର କରିଦେଇଛି ଏହାକୁ ବରଦାସ୍ତ କରାଯିବ ନାହିଁ ଏବଂ ଆଗାମୀ ଦିନରେ ରାଷ୍ଟ୍ରୀୟ ସ୍ତରରେ ପୁଣି କୃଷକ ଆନ୍ଦୋଳନ ସଂଗଠିତ ହୋଇ ସଂଘର୍ଷ କରିବେ ଏବଂ ଚାଷୀ ବିରୋଧୀ ସରକାରମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଲିଙ୍ଗରାଜ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଜୟ କିଶନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ବରିଷ୍ଠ ଚାଷୀନେତା ଶିବ ପ୍ରସାଦ ପ୍ରଧାନ, ଚଞ୍ଚଳ ପ୍ରଧାନ, ଅରୁଣ କୁମାର ସାହୁ, ସରୋଜ ପଧାନ, ସିଲିଂ ସାହୁ, ଭଞ୍ଜନ ବାରିକ, କିଶୋର ସାହୁ, କୁନା ବେହେରା, ବିଜୟ ପ୍ରଧାନ, ତପୋବନ୍ତ ନାୟକ ରେବତି କାନ୍ତ ବେହେରା, ଲକ୍ଷ୍ମଣ ସୁନା ଉପସ୍ଥିତ ଥିଲେ। ସେହିପରି ସଂଯୁକ୍ତ କୃଷକ ସଂଗଠନ, ବରଗଡ଼ ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବକେୟା ବିଦ୍ୟୁତ ବିଲ ଛାଡ଼, ୩୦୦ ୟୁନିଟ ମାଗଣା ବିଦ୍ୟୁତ, ଜଳସେଚନ କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ଦେୟ ଜଳ ସେଚନ ଆଧାରେ ଧାର୍ଯ୍ୟ କରିବା ପାଇଁ ଦାବି ହୋଇଛି। ଦାବିପତ୍ରରେ ୨୫ହଜାର ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାକ୍ଷର ରହିଛି। ସେହିପରି ଅମ୍ବାଭାନା ବିଦ୍ୟୁତ ଯନ୍ତ୍ରୀ ଈଶାନ୍ତ ଭୋଇଙ୍କୁ ମାଡ ମରିଥିବା ଘଟଣାକୁ ଅତି ଗମ୍ଭୀର ଭାବେ ସଂଗଠନ ଗ୍ରହଣ କରି ସମ୍ପୃକ୍ତ ଯନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି । ଧାନ ପଞ୍ଜିକରଣ ସମୟ ସୀମା ବୃଦ୍ଧି ଏବଂ ଲାଇନ ବିଲ ବାଧ୍ୟତା ମୂଳକ ନ କରିବା ପାଇଁ ଜିଲାପାଳଙ୍କଠାରେ ଦାବି କରାଯାଇଛି । ପୂର୍ବ ଫସଲବୀମା ତୁରନ୍ତ ପ୍ରଦାନ କରା ନଗଲେ ଯେ କୌଣସି ମୁହୂର୍ତ୍ତରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି । ସଂଗଠନ ନେତୃତ୍ୱରେ ଅନେକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଗରେ ଧାରଣା ଦେଇଥିଲେ । ପରେ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ଦାବିପତ୍ର ଗ୍ରହଣ କରିଥଲେ। ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଅଜିତ ଶତପଥୀ,ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ନିରଞ୍ଜନ ପଧାନ, ଈଶାନ୍ତ ଭୋଇ, ଦିଲୀପ ପଧାନ, ତପନ ମିଶ୍ର, ସୁବାଷ ସାମନ୍ତରାୟ, ରବିଶଙ୍କର ପଧାନ ଉପସ୍ଥିତ ରହି ଉଦବୋଧନ ବକ୍ତବ୍ୟ ଦେଇଥିଲେ। ପଞ୍ଜାବରେ ଚାଷୀଙ୍କ ଉପରେ ପୋଲିସର ବର୍ବରୋଚିତ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହିତ ଉପରୋକ୍ତ ଦାବି ସମୂହ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri