ଗରା, ବାଲ୍‌ଟି ଧରି ରାସ୍ତାରେ ବସିଲେ

ଉଦଳା,୧୬।୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡାଚିରା ଗ୍ରାମର ମହିଳା ପୁରୁଷ ଶନିବାର ପାନୀୟଜଳ ସମସ୍ୟା ସମାଧାନ ଦାବିରେ ଉଦଳା-ବାରିପଦା ରାଜ୍ୟ ରାଜପଥର କଲିଆ ଛକ ନିକଟରେ ଧାରଣାରେ ବସିଥିଲେ। ଗ୍ରାମରେ ଥିବା ୨ଟି ନଳକୂପ ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡିଥିବା ବେଳେ ନାଳ ପାଣି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି। ଏନେଇ ଗ୍ରାମବାସୀ ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅବଗତ କରାଇଥିଲେ ସୁଦ୍ଧା କେହି ସେମାନଙ୍କ କଥା ପ୍ରତି କର୍ଣ୍ଣପାତ ନ କରିବାରୁ ଗ୍ରାମବାସୀ ଗରା ବାଲ୍‌ଟି ଧରି ରାଜ୍ୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ସେମାନେ ଯିଦ୍‌ରେ ଅଟଳ ରହିଥିଲେ। ତେବେ ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରା ନ ଗଲେ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।