ଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରିବା ପ୍ରତିବାଦ: ଧାରଣାରେ ବସିଲେ ଛାତ୍ରୀଛାତ୍ର

କୋରୁକୋଣ୍ଡା,୧୫ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ସରକାରୀ ସାମୀ ଶିବାନନ୍ଦ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ପିଲାଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାକୁ ନେଇ ଗୁରୁବାର ୧୦ମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ର ବିଦ୍ୟାଳୟକୁ ନ ଯାଇ ଗେଟ୍‌ ବାହାରେ ବସି ପ୍ରତିବାଦ କରିଛନ୍ତି। ଛାତ୍ରୀଛାତ୍ରଙ୍କ କହିବା ଅନୁଯାୟୀ, ଶ୍ରେଣୀଗୃହରେ ପିଲାଙ୍କ ବସିବା ବେଞ୍ଚରେ କେହି ଜଣେ ଛାତ୍ର ନିଜ ନାମ ଲେଖିଥିଲେ। ଏହାକୁ ଖେଳ ଶିକ୍ଷୟିତ୍ରୀ ଜୋତ୍ସ୍ନାରାଣୀ ପ୍ରଧାନ ଦେଖିଥିଲେ। ବେଞ୍ଚରେ କାହିଁକି ନାମ ଲେଖିଛୁ କହି ଶିକ୍ଷୟିତ୍ରୀ ଜଣକ ୧୦ମ ଶ୍ରେଣୀ ଛାତ୍ର କାର୍ତ୍ତିକ ଗଉଡଙ୍କୁ ମାଡ଼ ମାରିଥିଲେ। ଛାତ୍ର ଜଣକ ମୁଁ ଲେଖି ନାହିଁ କହିବା ପରେ ମଧ୍ୟ ଶିକ୍ଷୟିତ୍ରୀ ପିଲାଙ୍କ କଥାକୁ ଗୁରୁତ୍ୱ ନ ଦେଇ ଛାତ୍ରକୁ ମାରିଥିଲେ। ପୂର୍ବରୁ ମଧ୍ୟ ଏହିପରି ଭାବେ ଅନ୍ୟ ଏକ ଛାତ୍ରଙ୍କୁ ମାଡ଼ ମାରିଥିବାବେଳେ ଉକ୍ତ ମାଡ଼ ଖାଇଥିବା ଛାତ୍ର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। କିନ୍ତୁ ପ୍ରଧାନଶିକ୍ଷକ କୌଣସି ପଦକ୍ଷେପ ନେଇ ନ ଥିବାରୁ ଆଜି ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ର ଶ୍ରେଣୀଗୃହକୁ ନ ଯାଇ ବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ବସି ରହିବା ସହ ଉକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ଦାବି କରିଥିଲେ। ଖବର ପାଇ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅଶୋଭ ରଞ୍ଜନ ମାଳି ଏବଂ କୋରୁକୋଣ୍ଡା ପଞ୍ଚାୟତ ସମିତି ଡବ୍ଲ୍ୟୁଓ ପ୍ରଶାନ୍ତ କୁମାର ବାଉରୀ ଓ ସିପି ସତ୍ୟ ଦାସ କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କ ଠାରୁ ସବୁ ଶୁଣି ସାରିଲା ପରେ ଛାତ୍ରୀଛାତ୍ର ବୁଝାଶୁଝା କରିବା ସହ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିବା ସହ ଛାତ୍ରୀଛାତ୍ରଙ୍କୁ ଶ୍ରେଣୀଗୃହକୁ ଯିବା ପାଇଁ କହିଥିଲେ। ପରେ ପିଲାମାନେ କ୍ଲାସକୁ ଯାଇଥିଲେ। ଏହାର ତଦନ୍ତ କରି ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri