ବାଲି ଉଠାଣକୁ ବିରୋଧ

ଭଣ୍ଡାରିପୋଖରୀ,୧୭।୪ (ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଦେଇ ଯାଇଥିବା ବୈତରଣୀ ନଦୀର ୨/୩ ସ୍ଥାନକୁ ଛାଡ଼ିଦେଲେ ବାକି ଅଞ୍ଚଳରୁ ଦୈନନ୍ଦିନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଯାଇଛି। ବିଶେଷ କରି ବନ୍ଦାଳୋ-ମଢ଼ିଆଳି, ଝୁଟୁଣା, କୋରକରା, ରଘୁନାଥପୁର ଆଦି ସ୍ଥାନରୁ ଟ୍ରାକ୍ଟର ଯୋଗେ ପ୍ରତ୍ୟେକ ଦିନ ଶତାଧିକ ଟ୍ରିପ୍‌ ବାଲି ଚାଲାଣ ହେଉଛି। ନଦୀର କୁମ୍ଭାରୀଆଠାରେ ଥିବା ଏକ ସ୍ଥାନରୁ ବାଲି ଚାଲାଣ ହେଉଥିବାରୁ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାଜପୁରର କିଛି ବ୍ୟକ୍ତି ଲଗାତାର ଭାବେ ଗ୍ରାମ ସୀମାରୁ ବାଲି ଉତ୍ତୋଳନ କରି ବିକୁଥିବା ବେଳେ ଏହାକୁ ଅଞ୍ଚଳବାସୀ ବିରୋଧ କରିଥିଲେ। ଏବେ ଯାଜପୁର ପଟେ ବାଲି ବୋଝେଇ ଗାଡ଼ି ଯିବା ପାଇଁ ବାଧା ଉପୁଜିବାରୁ ମାଫିଆମାନେ ଅପରପାର୍ଶ୍ୱ କୁମ୍ଭାରୀଆ ଗଁା ପଟେ ନେବାକୁ ଯୋଜନା କରିଥିଲେ। ସେହି ଅନୁସାରେ ରବିବାର ଡୋଜର ଓ ଟ୍ରାକ୍ଟର ନେଇ ନଦୀ ଭିତରୁ ବାଲି ଉତ୍ତୋଳନ କରୁଥିବା ବେଳେ ଗଁା ଲୋକେ ବିରୋଧ କରିଛନ୍ତି। ଘଟଣା ସମ୍ପର୍କରେ ଜଗନ୍ନାଥପ୍ରସାଦ ରାଜସ୍ବ ନିରୀକ୍ଷକ, ତହସିଲଦାର ଓ ଥାନାଧିକାରୀଙ୍କୁ ଅବଗତ କରାଯାଇଥିଲା। ବେଆଇନ ବାଲି ଚାଲାଣକୁ ବିରୋଧ କରୁଥିବାରୁ ଗ୍ରାମବାସୀଙ୍କୁ ମାଫିଆମାନେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଗଁାର ମହିଳାମାନେ ଦୀର୍ଘ ସମୟ ଧରି ନଦୀବନ୍ଧ ଗଡ଼ାରେ ଜଗି ବସି ରହିବା ଯୋଗୁ ଟ୍ରାକ୍ଟର ଓ ଡୋଜର ବାଲି ନ ଚାଲାଣ ନ କରି ସ୍ଥାନ ଛାଡ଼ି ପଳାଇଥିଲେ। ଏ ସମ୍ପର୍କରେ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ପଚାରିବାରୁ ବେଆଇନ ବାଲି ଚାଲାଣ ବିଷୟରେ ଖବର ପାଇଥିବା ବେଳେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri