ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଧାରଣା

କର୍ଲାମୁଣ୍ଡା,୧୪ା୧୦(ପ୍ରତାପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିବାଦୀୟ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଥିଲା। ତେବେ ଭବାନୀପାଟଣା ଉପଜିଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ଉପଜିଲାପାଳ ପ୍ରଭାତ ପରିଡ଼ା, କେସିଙ୍ଗା ଏସ୍‌ଡିପିଓ ସନ୍ଦୀପ କୁମାର ମାଝୀ ପ୍ରମୁଖ ଧାରଣାରତ ଜନପ୍ରତିନିଧିଙ୍କୁ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଡାକି ଦୀର୍ଘ ଦେଢ଼ଘଣ୍ଟା ସମୟ ଆଲୋଚନା କରିବା ପରେ ଆନ୍ଦୋଳନକାରୀମାନେ ଧାରଣା ପ୍ରତ୍ୟାହାର କରିଥିଲେ। ଜିଲାପାଳ ମଧ୍ୟ ଫୋନ୍‌ ଯୋଗେ ବ୍ଲକ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି । ତେବେ ପୋଲିସ ପ୍ରଶାସନ ଓ ବ୍ଲକ ପ୍ରଶାସନର ଉପସ୍ଥିତିରେ ଆନ୍ଦୋଳନକାରୀମାନେ ପକାଇଥିବା ଦୁଇ ଗେଟ୍‌ର ତାଲା ଖୋଲାଯାଇଥିଲା। ଆଲୋଚନା ସମୟରେ ବିଡିଓ ଦେବେନ୍ଦ୍ର ସାମଲ, ତହସିଲଦାର ଅରୁଣ ବର୍ଗେ, ମ. ରାମପୁର ଥାନା ଅଧିକାରୀ ବୀରବର ଭାଗବତ ଉପସ୍ଥିତ ଥିଲେ। ଅନ୍ୟ ପଟେ ପୂର୍ବତନ ବିଡିଓ ସୁଚରିତା ମୁଗ୍ରୀ ଯଦି ଏଠି ଯୋଗ ଦେବେ ସେଦିନ ଠୁଁ ତୁମେ ଧାରଣା ଦେବାର ଥିଲେ ଦେବ ବୋଲି ଉପଜିଲାପାଳ କହିଥିବା ଜିଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ କହିବା ସହ ପୂର୍ବତନ ବିଡିଓ ଯଦି ଏଠି ଯୋଗ ଦିଅନ୍ତି ଆମେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଧାରଣାରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଆଦିବାସୀ ନେତା ବବୃ ବାହନ ଭୋଇ ଓ ଇନ୍ଦ୍ରମଣି କହଁର,ରିଞ୍ଜ, ସମିତିସଭ୍ୟ ଆନନ୍ଦ ନାଗ, ପୌରକେଲା ସମିତି ସଭ୍ୟ ସୁଧୀର ଭୋଇ, ରାଜପୁର ସମିତି ସଭ୍ୟ ନିରୂପମା ଭୋଇ,ସାପଲହରା ସମିତି ସଭ୍ୟ ବିଶାନ୍ତି ସୁନା,ତେରେସିଙ୍ଗା ସମିତି ସଭ୍ୟ ଚନ୍ଦ୍ରମା ରଣା, ରେଗଡ଼ା ସମିତି ସଭ୍ୟ ଗେଲ କମ୍ପ, ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟା ତଥା ମିଶନ ଶକ୍ତି ବ୍ଲକ ଫେଡେରେଶନ ସଭାନେତ୍ରୀ ଜୟନ୍ତୀ ସାହୁଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ତେବେ ପୂର୍ବତନ ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀ ଗତ ୨/୧୦/୨୦୨୨ ରୁ ୩୧/୧/୨୦୨୪ ମଧ୍ୟରେ କର୍ଲାମୁଣ୍ଡା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରିଥିବା ସମୟରେ ସାଧାରଣ ଲୋକଙ୍କୁ ହଇରାଣ କରିବା ସହ ଜନ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଏକ ଛତ୍ରବାଦ ଶାସନ କରୁଥିଲେ। ପୁଣି ଥରେ ସେଭଳି ବିଡିଓଙ୍କୁ ସରକାର ନିଯୁକ୍ତି ଦେଇଥିବାରୁ ଆମେ ପ୍ରତିବାଦ କରି ଧାରଣା ଦେଇଥିଲୁ ବୋଲି ବ୍ଲକ ଅଧ୍ୟକ୍ଷା କୁନି ସାହୁ ଓ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri