ଜିଏସ୍‌ଟି ପଞ୍ଜୀକରଣ କଡ଼ାକଡ଼ି କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପଞ୍ଜୀକରଣ ଧାରାକୁ କଡ଼ାକଡ଼ି କରିବାକୁ ଜିଏସ୍‌ଟି ପରିଷଦର ଆଇନ ସଂକ୍ରାନ୍ତ କମିଟି ପ୍ରସ୍ତାବ ଦେଇଛି। ଜାଲ୍‌ ଇନଭଏସ୍‌ ଦ୍ୱାରା ଠକେଇ ହେଉଥିବାରୁ ଏହାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେବାକୁ କମିଟି ପ୍ରସ୍ତାବ ଦେଇଥିବା ଜଣାପଡିଛି। ଏ ନେଇ କମିଟିର ୨ ଦିନିଆ ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା। ଜିଏସ୍‌ଟିରେ ଆଧାର ଭିତ୍ତିକ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବା ସପକ୍ଷରେ କମିଟି ମତ ରଖିଛି। ଏହା ଅଧୀନରେ ନୂଆ ଅନ୍‌ଲାଇନରେ ନୂଆ ପଞ୍ଜୀକରଣ କରିବାକୁ ମଧ୍ୟ ଜୋର ଦିଆଯାଇଛି। ଏହାବାଦ ଲାଇଭ ଫଟୋ, ବାୟୋମେଟ୍ରିକ ବ୍ୟବହାର ଦ୍ୱାରା ଦସ୍ତାବିଜର ଯାଞ୍ଚ କରାଇବା ଭଳି ବିଭିନ୍ନ ଦିଗକୁ ଧ୍ୟାନ ଦେବା ଉପରେ କମିଟି ଏହାର ରିପୋର୍ଟରେ ପ୍ରକାଶ କରିଛି। ରାଜସ୍ବ ବିଭାଗର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, ଯଦି ଏଭଳି ସୁବିଧା ଲାଗୁ ହୁଏ ତେବେ ବ୍ୟାଙ୍କ,ଡାକଘର ଏବଂ ଆଧାର ସେବା କେନ୍ଦ୍ରଗୁଡିକରେ ଏହା ଉପଲବ୍ଧ ହେବ। ଜାଲ୍‌ ପଞ୍ଜୀକରଣକୁ ରୋକିବା ଦିଗରେ ଏହା ସହାୟକ ହେବ ବୋଲି କମିଟି ରିପୋର୍ଟରେ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଲ ଇଣ୍ଡିଆକୁ ଭାଙ୍ଗି ଗଠନ ହେବ ୫ କମ୍ପାନୀ

ନୂଆଦିଲ୍ଲୀ,୧୮-୭: କୋଇଲା ଖନନ କ୍ଷେତ୍ରରେ କାର୍ଯ୍ୟରତ ବିଶ୍ୱର ସର୍ବବୃହତ କୋଇଲା କମ୍ପାନୀ କୋଲ୍‌ ଇଣ୍ଡିଆ ଲିମିଟେଡକୁ ଭାଙ୍ଗି ୫ କମ୍ପାନୀ ଭାବେ ଏହାକୁ ଷ୍ଟକ ଏକ୍ସଚେଞ୍ଜରେ...

ବିଓଆଇର ନୂଆ ଆଞ୍ଚଳିକ ପ୍ରବନ୍ଧକ

ଭୁବନେଶ୍ୱର,୨-୧୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଭାବେ ଉପମହାପ୍ରବନ୍ଧକ ସୌନ୍ଦର୍ଯ୍ୟ ଭୂଷଣ ସାହାଣୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୁମ୍ବାଇ,୨୦-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଶୁକ୍ରବାର ବ୍ୟାଙ୍କ ସଂଘଗୁଡ଼ିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜେଟ୍‌ର ୨୨ ହଜାର...

ଏମ୍‌ଜି ପକ୍ଷରୁ ‘ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌’ ଉନ୍ମୋଚିତ

ନୂଆଦିଲ୍ଲୀ,୬ା୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମୋରିସ ଗ୍ୟାରେଜ (ଏମ୍‌ଜି)ର ବହୁ ପ୍ରତୀକ୍ଷିତ ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏମ୍‌ଜି ମୋଟର...

ଋଣ ସୁଝି ପାରିଲେନି ଅନିଲ ଅମ୍ବାନୀ; ଗ୍ରୁପ ମୁଖ୍ୟାଳୟକୁ କବ୍‌ଜା କଲା ବ୍ୟାଙ୍କ

ମୁମ୍ବାଇ,୩୧।୭ : ୟେସ୍‌ ବ୍ୟାଙ୍କରୁ ଆଣିଥିବା ଋଣ ଅନିଲ ଅମ୍ବାନୀ ଶୁଝିବାକୁ ସକ୍ଷମ ହୋଇ ନ ହେବାରୁ ତାଙ୍କ କମ୍ପାନୀର ମୁ୍‌ମ୍ବାଇ କାର୍ଯ୍ୟାଳୟକୁ ବ୍ୟାଙ୍କ ପକ୍ଷରୁ...

୫ ବର୍ଷ ତଳକୁ ଚାଲିଯିବ ବିମାନ ଶିଳ୍ପ କାରବାର

ନୂଆଦିଲ୍ଲୀ,୯।୪: କରୋନା ଭାରତୀୟ ବିମାନ ଚଳାଚଳ ଶିଳ୍ପକୁ କ୍ଷତିଗ୍ରସ୍ତ କରିଛି। ଏଥି ଲାଗି ବଜାରର କାରବାର ୫ ବର୍ଷ ତଳକୁ ଖସିଯିବ ବୋଲି ଏକ ରିପୋର୍ଟରେ...

ଦିନକରେ ୩.୪୫ ଲକ୍ଷ କୋଟିର ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୧।୪: ଦୀର୍ଘଦିନ ପରେ ଭାରତୀୟ ଶେୟାର ବଜାର କାରବାର ଏକ ବୃହତ୍‌ ନିବେଶ ବୃଦ୍ଧିରେ ଶେଷ ହୋଇଛି। ଏପରିକି ଭାରତୀୟ ଶେୟାର ବଜାରର କାରବାର ବୃଦ୍ଧି...

୮ରେ ଶ୍ରମିକ ସଂଗଠନଗୁଡିକର ଦେଶବ୍ୟାପୀ ଧର୍ମଘଟ

ନୂଆଦିଲ୍ଲୀ,୪-୧: କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକ ଚଳିତ ମାସ ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବେତନ ଏବଂ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ନେଇ...

Advertisement
Archives

Model This Week