ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ନିର୍ଦ୍ଦେଶ, ଗ୍ରୁପ୍‌ ‘ଏ’ ଠାରୁ ଆରମ୍ଭ କରି…

ଭୁବନେଶ୍ୱର,୨୩ା୨: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୁପ ‘ଏ’ ଠାରୁ ଆରମ୍ଭ କରି ଗ୍ରୁପ ‘ଡି’ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାଖଲ ନିର୍ଦ୍ଦେଶ ଦିଆଯାଇଛି। ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅପଲୋଡ୍‌ ପାଇଁ ସରକାର ପରାମର୍ଶ ଦେଇଛନ୍ତି। ୨୦୨୫ ବର୍ଷ ପାଇଁ ଶେଷ ସୁଯୋଗ, ନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଏ ବିଭାଗ ପକ୍ଷରୁ ସବୁ ସରକାରୀ ବିଭାଗ, ଆର୍‌ଡିସି ଏବଂ ଜିଲାପାଳଙ୍କୁ ଚିଠି ହୋଇଛି।

Dharitri – Odisha’s No.1 Odia Daily

Share