ଦାରିଙ୍ଗବାଡିରେ କାର୍ଯ୍ୟରତ ସବଇନ୍ସପେକ୍ଟରଙ୍କ ଇନ୍ସପେକ୍ଟରକୁ ପଦନ୍ନୋତି

ଦାରିଙ୍ଗବାଡି, ୧୨।୧୦ (ଅରୁଣ ସାହୁ ): ରାଜ୍ୟସରକାରଙ୍କ ବଡ଼ ପଦକ୍ଷେପ ପୋଲିସ ବିଭାଗର କାର୍ଯ୍ୟରତ ସବଇନ୍ସପେକ୍ଟରମାନଙ୍କୁ ପଦନ୍ନୋତି ଦିଆଯାଇ ଇନ୍ସପେକ୍ଟର କରାଯାଇଛି। ପୋଲିସ ମହାନିର୍ଦ୍ଦେଶକଙ୍କ ଅଫିସ ଚିଠି ନଂ ୩୩୧୮ ନିର୍ଦ୍ଦେଶରେ ଶୁକ୍ରବାର ଏହି ପଦନ୍ନୋତି ଦିଆଯାଇଥିବା ବେଳେ ମୋଟ ୪୨୭ ଜଣଙ୍କ ପଦନ୍ନୋତି ହୋଇଥିବା ଚିଠିରୁ ଜଣାପଡିଛି।

ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠୀଙ୍କ ପଦନ୍ନୋତି ହୋଇଛି। ପ୍ରକାଶ ଯେ ୨୦୧୭ ବ୍ୟାଚ ରସବଇନ୍ସପେକ୍ଟର ଜୟନ୍ତ ୨୦୧୯ ରେ ପ୍ରଥମେ ଉକ୍ତ ଜିଲା ତୁମୁଡିବନ୍ଧରେ କାର୍ଯ୍ୟରେ ଯୋଗଦାନ କରିଥିଲେ ପରେ ସେ ୨୦୨୪ ଅଗଷ୍ଟ ରେ ସେ ଦାରିଙ୍ଗବାଡି ଥାନାକୁ ବଦଳି ହୋଇ ଆସିଥିଲେ। ଗୋଟିଏ ବର୍ଷ ୨ ମାସ ଦାରିଙ୍ଗବାଡିରେ କାର୍ଯ୍ୟରତ ରହିଥିବାବେଳେ ଏଠାରେ ପଦନ୍ନୋତି ପାଇଛନ୍ତି। ସେ ଅଞ୍ଚକରେ ଜଣେ ଲୋକପ୍ରିୟ ପୋଲିସ ଅଫିସର ଭାବେ ବହୁ ପରିଚିତ ରହିଥିବା ବେଳେ ନିଜ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନା କରନ୍ତି। ତାଙ୍କ ପଦନ୍ନୋତି ଖବର ମିଳିବା ପରେ ଦାରିଙ୍ଗବାଡି ଥାନା ଅଧିକାରୀ ତଥା ଡିଏସପି କନକ ମାଝୀ, ସହକର୍ମୀ ସବଇନ୍ସପେକ୍ଟର ଲଷ୍ମୀ ମାଝୀ, ବାସନ୍ତି ବେହେରା, ଅର୍ଜୁନ ଶବର, ଗୃହରକ୍ଷୀ ଓ ଅନ୍ୟକର୍ମଚାରି ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Dharitri – Odisha’s No.1 Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri