ଦାରିଙ୍ଗବାଡି, ୧୨।୧୦ (ଅରୁଣ ସାହୁ ): ରାଜ୍ୟସରକାରଙ୍କ ବଡ଼ ପଦକ୍ଷେପ ପୋଲିସ ବିଭାଗର କାର୍ଯ୍ୟରତ ସବଇନ୍ସପେକ୍ଟରମାନଙ୍କୁ ପଦନ୍ନୋତି ଦିଆଯାଇ ଇନ୍ସପେକ୍ଟର କରାଯାଇଛି। ପୋଲିସ ମହାନିର୍ଦ୍ଦେଶକଙ୍କ ଅଫିସ ଚିଠି ନଂ ୩୩୧୮ ନିର୍ଦ୍ଦେଶରେ ଶୁକ୍ରବାର ଏହି ପଦନ୍ନୋତି ଦିଆଯାଇଥିବା ବେଳେ ମୋଟ ୪୨୭ ଜଣଙ୍କ ପଦନ୍ନୋତି ହୋଇଥିବା ଚିଠିରୁ ଜଣାପଡିଛି।
ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠୀଙ୍କ ପଦନ୍ନୋତି ହୋଇଛି। ପ୍ରକାଶ ଯେ ୨୦୧୭ ବ୍ୟାଚ ରସବଇନ୍ସପେକ୍ଟର ଜୟନ୍ତ ୨୦୧୯ ରେ ପ୍ରଥମେ ଉକ୍ତ ଜିଲା ତୁମୁଡିବନ୍ଧରେ କାର୍ଯ୍ୟରେ ଯୋଗଦାନ କରିଥିଲେ ପରେ ସେ ୨୦୨୪ ଅଗଷ୍ଟ ରେ ସେ ଦାରିଙ୍ଗବାଡି ଥାନାକୁ ବଦଳି ହୋଇ ଆସିଥିଲେ। ଗୋଟିଏ ବର୍ଷ ୨ ମାସ ଦାରିଙ୍ଗବାଡିରେ କାର୍ଯ୍ୟରତ ରହିଥିବାବେଳେ ଏଠାରେ ପଦନ୍ନୋତି ପାଇଛନ୍ତି। ସେ ଅଞ୍ଚକରେ ଜଣେ ଲୋକପ୍ରିୟ ପୋଲିସ ଅଫିସର ଭାବେ ବହୁ ପରିଚିତ ରହିଥିବା ବେଳେ ନିଜ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନା କରନ୍ତି। ତାଙ୍କ ପଦନ୍ନୋତି ଖବର ମିଳିବା ପରେ ଦାରିଙ୍ଗବାଡି ଥାନା ଅଧିକାରୀ ତଥା ଡିଏସପି କନକ ମାଝୀ, ସହକର୍ମୀ ସବଇନ୍ସପେକ୍ଟର ଲଷ୍ମୀ ମାଝୀ, ବାସନ୍ତି ବେହେରା, ଅର୍ଜୁନ ଶବର, ଗୃହରକ୍ଷୀ ଓ ଅନ୍ୟକର୍ମଚାରି ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Dharitri – Odisha’s No.1 Trusted Odia Daily


