ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛି ଆନ୍ଧ୍ର : ସମସ୍ୟାର ଶୀଘ୍ର ସମାଧାନ ପ୍ରତିଶ୍ରୁତି ଦେଲା ପ୍ରଶାସନ

ପଟ୍ଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧିନ କୋଟିଆ ପଞ୍ଚାୟତକୁ କିଛି ଦିନ ହେବ ଆନ୍ଧ୍ରର ସିପିଆଇଏମ୍‌ ଦଳ ବାରମ୍ବାର ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛି। ଓଡ଼ିଶା ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସୀମାନ୍ତବାସୀଙ୍କୁ ପ୍ରବର୍ତ୍ତାଉ ଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ତଥା ବିଡିଓ ରାମକୃଷ୍ଣ ନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ୨ ଟିମ୍‌ ହୋଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ୧୯ରେ ଆନ୍ଧ୍ରର ସିପିଆଇଏମ୍‌ ଦଳର ବ୍ଲକ ପଦାଧିକାରୀ ଓ ଦଳୀୟ କର୍ମୀ ଉପରସେମ୍ବି, ତଳସେମ୍ବି ଓ ଧୁଳିପଦର ଆଦି ୩ ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ଓଡିଶା ସରକାରଙ୍କ ବିରୋଧରେ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇ ଥିଲେ। ଏହାକୁ ଦୃଷ୍ଟିରେ ରଖି ବିଡିଓ ନାୟକ କୋଟିଆ ପଞ୍ଚାୟତର ୩ ଗ୍ରାମ ସହ ଝାଙ୍ଗରବାଲସା, ନେରିଡିବାଲସା, ଆରୁଜୁବାଲସା ଓ ତାଡିବାଲସା ଆଦି ଗାଁରେ ପହଞ୍ଚି ସୀମାନ୍ତବାସୀଙ୍କ ସହ ଆଲୋଚନା କରିଥିଲେ। ଆଧାର ସଂଶୋଧନ, ଆବାସ ଓ ପାନୀୟ ଜଳ ସମସ୍ୟାର ଅତିଶୀଘ୍ର ସମାଧାନ କରାଯିବ। ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଝାଙ୍ଗରବାଲସା ଗ୍ରାମରେ ଏକାକୀ ଜୀବନ ବିତାଉଥିବା ଜଣେ ବୃଦ୍ଧାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ୍‌ କରିବା ସହ ଆବାସ ଯୋଗାଇ ଦିଆଯାଇପାରିବା ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। କୋଟିଆ ପଞ୍ଚାୟତ ଅଧିନରେ ଥିବା ଏଟି ଗାବଡାର ଗ୍ରାମକୁ ନୂତନ ରାସ୍ତା ସହ ପାନୀୟଜଳ ବ୍ୟବସ୍ଥା ପହଞ୍ଚିବା ନେଇ କନିଷ୍ଠ ଯନ୍ତ୍ରୀ ତରୁଣ ନାୟକଙ୍କୁ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ବିଡିଓ ନାୟକ ନିର୍ଦ୍ଦେଶ ଦେଇଥିଲେ। ସୀମାନ୍ତବାସୀଙ୍କ ନିକଟରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ବିଡିଓ ଆଲୋଚନା କରିଥିବାରୁ ସମସ୍ୟା ସମାଧାନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?