ନିବେଶକଙ୍କୁ ୩୧ ଲକ୍ଷ କୋଟି ଲାଭ

ମୁମ୍ବାଇ, ୨।୮:  ଚଳିତ ଆର୍ଥତ୍କବର୍ଷରେ ଭାରତୀୟ ପୁଞ୍ଜି ବଜାରର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ମାତ୍ର ୪ ମାସରେ ନିବେଶକ ୩୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଯୋଡ଼ିବାକୁ ସକ୍ଷମ ହୋଇଛନ୍ତି। ବଜାର ଊର୍ଦ୍ଧ୍ୱଗାମୀ ଧାରା ଜାରି ରଖିଥିବାରୁ ଏଭଳି ସ୍ଥିତି ଦେଖାଯାଇଛି। ଏପ୍ରିଲ-ଜୁଲାଇ ମାସ ଅବଧିରେ ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ୩୦୭୭.୬୯ ପଏଣ୍ଟ(୬.୨୧%) ବଢିଛି। ଚଳିତବର୍ଷ ଜୁଲାଇ ୧୬ରେ ସେନ୍‌ସେକ୍ସ ୫୩,୨୯୦.୮୧ ପଏଣ୍ଟ ସ୍ତରରେ ରହିଥିଲା। ଜୁଲାଇ ୧୫ରେ ଏହା ସର୍ବକାଳୀନ ରେକର୍ଡ ସ୍ତର ୫୩,୧୫୮ ପଏଣ୍ଟରେ ବନ୍ଦ ହୋଇଥିଲା। ନିବେଶକଙ୍କ ନିବେଶ ଧାରା ବଢ଼ିବାରୁ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜୀକରଣ ୩୧.୧୮ ଲକ୍ଷ କୋଟି ଟଙ୍କା ବଢ଼ିଛି। ଫଳରେ ଜୁଲାଇ ୩୦ ସୁଦ୍ଧା ଏହା ୨୩୫ ଲକ୍ଷ କୋଟି ଛୁଇଁଥିବା ଜଣାପଡ଼ିଛି।
ବଜାରରୁ ଲଗାତର ଅର୍ଥ ପ୍ରବାହ ଏବଂ ନଗଦ ଏଭଳି ସ୍ଥିତିକୁ ଉତ୍ସାହିତ କରୁଥିବା ଇକ୍ୱିଟି ୯୯ର ସହ ପ୍ରତିଷ୍ଠାତା ରାହୁଲ ଶର୍ମା କହିଛନ୍ତି। କରୋନା ଲାଗି ଗତ ବର୍ଷ ମାର୍ଚ୍ଚ ମାସରେ ସେନ୍‌ସେକ୍ସ ରେକର୍ଡ ସ୍ତରକୁ ଖସିଥିଲା। ମାତ୍ର ଏହା ପରଠାରୁ ସୂଚକାଙ୍କ ୨ ଗୁଣରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି। ବଜାର ସ୍ଥିତି ସୁଧାର ଆସିବା ପରେ ପୁଞ୍ଜି ବଜାର ଊର୍ଦ୍ଧ୍ୱଗାମୀ ହୋଇ ଚାଲିଛି। ୨୦୨୦-୨୧ରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜୀକରଣ ୯୦.୮୨ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୨୦୪ ଲକ୍ଷ କୋଟି ଛୁଇଁଥିଲା। ଗତ ବର୍ଷ ସେନସେକ୍ସ ୨୦,୦୪୦ ପଏଣ୍ଟ (୬୮%) ବଢ଼ିଛି। କୋଭିଡ୍‌-୧୯ ଅନିଶ୍ଚିତତା ସତ୍ତ୍ୱେ ବଜାରରେ ବୃଦ୍ଧି ଧାରା ଅବିରତ ରହିଛି।
ଇଜିପ୍ଟ ଏବଂ ଇରାନ ଭଳି କିଛି ବଜାରକୁ ଛାଡ଼ିଦେଲେ ସାରା ବିଶ୍ୱର ଶେୟାର ବଜାର ଊର୍ଦ୍ଧ୍ୱଗାମୀ ରହୁଥିବା ଜିଓଜିତ ଫାଇନାନ୍ସିଆଲ ସର୍ଭିସେସର ମୁଖ୍ୟ ନିବେଶ ଷ୍ଟ୍ରାଟେଜିଷ୍ଟ ଭି.କେ.ବିଜୟ କୁମାର କହିଛନ୍ତି। ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ପଦକ୍ଷେପ ଫଳରେ ବଜାରରେ ନଗଦ ଉନ୍ନତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri