ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ ପ୍ରବର୍ତ୍ତାଉଥିବା ଅଡିଓ ଭାଇରାଲ୍ ହେବା ପରେ ଚହଳ ପଡ଼ିଛି। ଏନେଇ ଗତ ୧୭ ତାରିଖରେ ଛାତ୍ରୀଙ୍କ ପିତା ଥାନାରେ ଏତଲା ଦେବା ପରେ ପୋଲିସ ପୋକ୍ସୋ ଆକ୍ଟରେ ଏକ ମାମଲା(ନଂ.୨୦/୨୬) ରୁଜୁ କରିଛି। ପୋଲିସ ଉକ୍ତ ଛାତ୍ରୀଙ୍କୁ ସିଡବ୍ଲ୍ୟୁସିରେ ଉପସ୍ଥାପିତ କରି ମାଜିଷ୍ଟ୍ରେଟଙ୍କ ସାମନାରେ ଜମାନବନ୍ଦୀ ରେକର୍ଡ କରିଛି। ସମ୍ପୃକ୍ତ ଅଧ୍ୟାପକଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରି ଛାଡ଼ିଛି। ପୁନର୍ବାର ନୋଟିସ ଜାରି ହେବ ବୋଲି ପୋଲିସ କହିଛି। ତେବେ କୌଣସି କାରଣରୁ ଘଟଣା ଥମିଯିବାରୁ ଅଡିଓ ଭାଇରାଲ୍ ହୋଇଛି। ଅଧ୍ୟାପକଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି।